ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। କାହାର ଟିକେଟ କଟିବ କାହାର ରହିବ ଏନେଇ ନେତାଙ୍କ ଛାତି ଧରପଗଡ ହେଉଛି।

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ORHDCଦୁର୍ନୀତି ମାମଲାରେ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର ଭିଜିଲାନସ କୋର୍ଟ ୩ ବର୍ଷ ଦଣ୍ଡାଦେଶ ଦେଇଥିଲେ । ଦଣ୍ଡାଦେଶ ଉପରେ ରହିତାଦେଶ ଲାଗି SC ଯାଇଥିଲେ ମୋକିମ । ହେଲେ ଏହା ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଫଇସଲା ପର୍ଯ୍ୟନ୍ତ ଦଣ୍ଡାଦେଶକୁ ହଟା ଯାଇପାରିବ ନାହିଁ । ଯାହା ଯୋଗୁ ନିର୍ବାଚନ ପରିପ୍ରେକ୍ଷୀରେ ମୋକିମଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବାରୁ ମୋକିମଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି । ତେବେ ହାଇକୋର୍ଟରୁ ଏହା ଉପରେ ରହିତାଦେଶ ମିଳିଲେ ସେ ତାଙ୍କ ସଦସ୍ୟ ପଦ ବଜାୟ ରଖିପାରିବେ । ବର୍ତ୍ତମାନ ସେ ଆଉ ୩ବର୍ଷ ଯାଏଁ ନିର୍ବାଚନ ଲଢି ପାରିବେ ନାହିଁ। ତେଣୁ କୁହାଯାଉଛି ତାଙ୍କ ବଦଳରେ କଂଗ୍ରେସ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ଟିକେଟ୍‌ ଦେଇପାରେ।

ବାରବାଟର-କଟକରୁ ବିଜେଡି ପ୍ରକାଶ ବେହେରାଙ୍କୁ ଟିକେଟ୍‌ ଦେଇଛି। ଭାଜପା ଅରିନ୍ଦମ ରଏଙ୍କୁ ଟିକେଟ ଦେବ କି ନାହିଁ ଛକାପଞ୍ଝାରେ ରହିଛି। ହେଲେ ମୋକିମ ନିର୍ବାଚନ ଲଢିପାରିବେ ନାହିଁ କନଫର୍ମ ହେବା ପରଠାରୁ କଂଗ୍ରେସର ଅଡୁଆ ବଢିଛି। କାରଣ ମୋକିମଙ୍କୁ ଜାମିନ ମିଳିଥିଲେ ହେଁ ଦଣ୍ଡାଦେଶ କାଏମ ରହିଛି। ଚର୍ଚ୍ଚା ହେଉଛି କି କଂଗ୍ରେସ ମୋକିମଙ୍କ ପରିବେର୍ତ୍ତେ ତାଙ୍କ ଝିଅ ସୋଫିଆ ଫିରଦୋସ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଚାଲିଛି।

ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସକୁ ନେଇ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିପାରେ। ବିଜେଡିରୁ ପ୍ରକାଶ ବେହେରା ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଭାଜପାର ଘୋଷଣା ବାକି ଅଛି। ଏଭଳି ସ୍ଥିତିରେ କଂଗ୍ରେସ ଏକ ନୂଆ ଚେହେରାକୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ।

ସୋଫିଆ Metro graden Estate ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର। ଏଥିସହ କ୍ରେଡ଼ାଇ ଭୁବନେଶରର ସଭାପତି। ଏକ ବଡ଼ ବ୍ୟବସାୟୀ କମ୍ପାନୀର ନେତୃତ୍ୱ ନେଉଥିବା ଏହି ମହିଳା ଏବେ କଟକ ବାରବାଟୀ ଆସନକୁ ନେଇ ଚର୍ଚ୍ଚାରେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri