ନବୀନଙ୍କୁ ଟାର୍ଗେଟ କଲେ ମୋହନ, କହିଲେ କାଗଜ ବାଘ…

ଭୁବନେଶ୍ୱର, ୩୦ା୩(ସୁନିତ୍‌ ମିଶ୍ର): ନାରୀ ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଯଦି ଆଲୋଚନା କରିବାକୁ ଚାହାନ୍ତି ତେବେ ଆସନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ତଥ୍ୟଭିତ୍ତିକ ଆଲୋଚନା ହେଉ। ବିତର୍କ ହେଲେ ବିଲୁଆଘାଇଠାରୁ ଆରମ୍ଭକରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁ କଥା ଆଲୋଚନା ହେବ। ଏହା ହେଲେ ବିରୋଧୀ ଦଳର ବ୍ୟାପକ କ୍ଷତି ହେବ। ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମିଟି ଗଠନ ନାଁରେ କଂଗ୍ରେସ ନାମକୁ ମାତ୍ର ରାଜନୀତି କରିବାକୁ ଚେଷ୍ଟା କରୁଛି। ଏପରି କରି ସେମାନେ ତାଙ୍କ ନୂଆ ସଭାପତିଙ୍କ ନିର୍ଦ୍ଦେଶରେ ଦଳର ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛନ୍ତି। ଆହ୍ବାନ କରୁଛି ବିରୋଧୀ ଆଲୋଚନା କରିବାକୁ ଆସନ୍ତୁ। ଭାଜପା ସରକାର କେତେଦିନ ରହିବ ତାହା ଜରୁରୀ ନୁହେଁ, କାମ ଆମ ପାଇଁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ବିଧାନସଭାରେ ଶନିବାର ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ଉପରେ ଉତ୍ତର ରଖିବାବେଳେ ବିରୋଧୀଙ୍କୁ ଟାର୍ଗେଟକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାମାନଙ୍କ ଲାଗି ରାଜ୍ୟ ସରକାର ପ୍ରଥମ ଥର ପାଇଁ ସବୁଠୁ ଅଧିକ ୭୧ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଡବ୍ଲ୍ୟୁଓଡିସି ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏସ୍‌ଓଡିସି ଏବଂ ଏନ୍‌ଓଡିସି ପ୍ରତିଷ୍ଠା ଲାଗି ଟାକ୍ସଫୋର୍ସ ଗଠନ କରିଥିବାବେଳେ ଏଥିଲାଗି ଆଗୁଆ ୨୦୦ କୋଟି ଟଙ୍କା ଲେଖାଏ ବରାଦ କରିଛନ୍ତି। କେବିକେର ବିକାଶ ଲାଗି ୨୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ରାଜ୍ୟର ସବୁ ଜିଲାରେ ଖୋଲିବ ମେଡିକାଲ କଲେଜ। ଭଦ୍ରକ, ଜଗତ୍‌ସିଂହପୁର, ନବରଙ୍ଗପୁର, ଢେଙ୍କାନାଳରେ ଏମ୍‌ବିବିଏସ୍‌ କଲେଜ ପ୍ରତିଷ୍ଠା କରାଯିବ। ସେହିପରି ବୁର୍ଲା, ବ୍ରହ୍ମପୁର, ବଲାଙ୍ଗୀର
ଏବଂ କେନ୍ଦୁଝରରେ ଡେଣ୍ଟାଲ କଲେଜ ଖୋଲାଯିବ। ରାଇରଙ୍ଗପୁରଠାରେ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବ। ମେଡିକାଲ କଲେଜଗୁଡିକରେ ଲାଟେରାଲ ଏଣ୍ଟ୍ରିର ବ୍ୟବସ୍ଥା କରାଯିବ। ପୂର୍ବ ସରକାର ମେଗା ପାଇପ୍‌ ଜଳ ପ୍ରକଳ୍ପ କଥା ବାରମ୍ବାର କହୁଥିଲା। ହେଲେ ଭାଜପା ସରକାର ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ୯୦% ଲୋକଙ୍କ ଘରେ ପାନୀୟ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି କୃଷିର ବିକାଶ କରିବାକୁ ହେଲେ ରାଜ୍ୟର ଭିତ୍ତିଭୂମିର ବିକାଶ ନିତାନ୍ତ ଆବଶ୍ୟକ। ତେଣୁ ରାଜ୍ୟ ରାଜପଥ ବିକାଶ କରିବାକୁ ସରକାର ଯୋଜନା କରିଛନ୍ତି। ସରକାର ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଗଠନ କରିବାକୁ ଯାଉଛନ୍ତି। ଏହାଦ୍ୱାରା ରାଜ୍ୟରେ ୭୫ ହଜାର ରାସ୍ତା ନିର୍ମାଣ ହେବ। ବିଶ୍ୱସ୍ତରୀୟ ରାସ୍ତାର ମଧ୍ୟ ନିର୍ମାଣ କରାଯିବ। ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ଯିବାକୁ ୮ ଘଣ୍ଟା ସମୟ ଲାଗୁଥିଲା। ଏହି ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯିବ। ଫଳରେ ଜୟପୁରଠାରୁ ବାହାରି ବ୍ରହ୍ମପୁରଠାରେ ପହଞ୍ଚିବାକୁ ସାଢ଼େ ୩ ଘଣ୍ଟା ଲାଗିବ। ଟ୍ରାଫିକ୍‌ ବହୁଳ ଅଞ୍ଚଳର ଅନେକ ରୋଡ୍‌କୁ ୬ ଲେନ୍‌ ବିଶିଷ୍ଟ କରାଯିବ। ବଡ଼ବିଲ ବାଇପାସ୍‌ ରାସ୍ତା କରାଯିବ। ସବୁ ଜିଲାରେ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି।

ବିଜେଡି ସଦସ୍ୟମାନଙ୍କୁ ଟାର୍ଗେଟକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଆଦିବାସୀଙ୍କୁ ନେଇ ବହୁ ଚିନ୍ତା ଦେଖାଉଛନ୍ତି। ହେଲେ ଏମାନେ ଟ୍ରାଇବାଲ୍‌ ଆଡଭାଇଜରି କାଉନସିଲ୍‌(ଟିଏସି) ବୈଠକ ଶାସନରେ ଥିବାବେଳେ କେତେଥର କରିଛନ୍ତି। ବର୍ଷକୁ ଟିଏସି ବୈଠକ ଅତି କମ୍‌ରେ ୨ ଥର ବସିବା କଥା। ହେଲେ ଏମାନେ ୧୦ ବର୍ଷରେ ମୋଟ୍‌ ୩ ଥର କରିଛନ୍ତି। ଏମାନେ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଉଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ଦାନ ମାଝୀ ଘଟଣାରେ ପ୍ରକୃତ ଚିତ୍ର ନଜରକୁ ଆସିଯାଇଥିଲା। ୨୦୦୬ର କଳିଙ୍ଗନଗର ଗୁଳିକାଣ୍ଡ ବିଶ୍ୱସ୍ତରରେ ଆମ ରାଜ୍ୟର ଛବିକୁ ଖରାପ କରିଥିଲା। ଗୁମୁଡୁମାହାରେ କେତେଜଣ ନିରୀହ ଆଦିବାସୀ ଅଟୋ ଯୋଗେ ତାଙ୍କ ଘରକୁ ଯାଉଥିଲେ। ହେଲେ ସାଧାରଣ ଲୋକମାନଙ୍କୁ ଆଦିବାସୀ ସନ୍ଦେହ କରି ଏମାନେ ହତ୍ୟା କରିଥିଲେ। ପେସା ଆଇନ ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି। ବିରୋଧୀ ଶାସନରେ ଥିବାବେଳେ ତ ଏହା ଲାଗୁକଲେ ନାହିଁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର କୃଷକମାନଙ୍କୁ ଧାନର ଏମ୍‌ଏସ୍‌ପି ୩୧୦୦ ଟଙ୍କା ଲେଖା ଦେଉଛନ୍ତି। ବିରୋଧୀ ଦଳ ସରକାରରେ ଥିବାବେଳେ ୨୯୫୦ ଟଙ୍କା ଲେଖା କରିବାକୁ ଦାବି କରୁଥିଲେ। ସେମାନେ ନିଜ ମୁଖିଆଙ୍କୁ ଯାଇ ପଚାରନ୍ତୁ ୨୦୧୬ରେ ଘୋଷଣା କରିଥିବା ୧୦୦ ଟଙ୍କାର ବୋନସ ଆମେ ଦେଇପାରିଲେନି ଭାଜପା ଶାସନକୁ ଆସିବାର ୬ ମାସରେ ଧାନର ଏମ୍‌ଏସପି କିପରି ୩୧୦୦ ଟଙ୍କା କରିଦେଲେ। ବିଜେଡି ସରକାର କାଳିଆ ଯୋଜନା ଆଣି ଯାହା କହିଥିଲେ କଲେ ନାହିଁ। ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗି ଅଢ଼େଇ ମାସ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ ସମୟରେ ଆମ ହାତରୁ ଚାଲିଗଲା। ତଥାପି ଗତ ସରକାରଠାରୁ କମ୍‌ ସମୟରେ ୧୬ ହଜାର କୋଟି ଅଧିକ ଟଙ୍କା ଖର୍ଚ୍ଚ କରିଛୁ। ସରକାରକୁ ଆସିବା ପରେ ୨୬ ହଜାର ଖାଲି ପଦବୀ ପୂରଣ କରାଯାଇସାରିଛି। ୫-ଟି ନାଁରେ ଏମାନେ ରଙ୍ଗ ମାରି ସ୍କୁଲଗୁଡିକରେ ପ୍ରଚାର କରିବାକୁ ଚେଷ୍ଟା କଲେ, ପିଲାଙ୍କ ପାଠପଢ଼ା ବ୍ୟାଘାତ କଲେ। ଭାଜପା ସରକାର ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବେ। ଆସନ୍ତା ମାସରୁ ଆୟୁଷ୍ମାନ୍‌ ଭାରତ ଯୋଜନା ଲାଗୁହେବ। ଏହାକୁ ରାଜନୈତିକ କାରଣରୁ ବନ୍ଦ ରଖାଯାଇଥିଲା। ପ୍ରତି ପଞ୍ଚାୟତରେ ଆୟୁଷ୍ମାନ୍‌ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି। ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟ ମ଼ଞ୍ଜୁରୀ ବିଲ୍‌କୁ ଗୃହରେ ପାରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri