ଡବଲ ଇଞ୍ଜିନ ଗଢ଼ିବା ପାଇଁ ଭୋଟରଙ୍କ ଆଶୀର୍ବାଦ କାମନା କଲେ ମୋହନ

କେନ୍ଦୁଝର,୧୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବସନ୍ତପୁର ପଞ୍ଚାୟତର ବିଭିନ୍ନ ଗାଁ ଏବଂ ସାହି ବୁଲି ମାରାଥନ ପ୍ରଚାର କରିଛନ୍ତି କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝି। ସେ ଦଳୀୟ ନେତୃବୃନ୍ଦ ଏବଂ ସମର୍ଥକଙ୍କ ସହିତ ଶନିବାର ବସନ୍ତପୁର ପଞ୍ଚାୟତର ବସନ୍ତପୁର, ବସନ୍ତପୁର ନାୟକ ସାହି, ପେଣ୍ଠେଇ ସାହି,କାଇଯୋଡ଼ା,ପୁରୁଣା ସାହି, ଜଲଡି, ରୁଗୁଡି ସାହି ଏବଂ ନଈବୁଗା ଗ୍ରାମରେ ନିର୍ବାଚନୀ ସଭା କରି ସ୍ଥାନୀୟ ଭୋଟରମାନଙ୍କ ସମର୍ଥନ ତଥା ଆଶୀର୍ବାଦ କାମନା କରିଛନ୍ତି। ଭୋଟରମାନଙ୍କ ସହିତ ସିଧାସଳଖ କଥା ହୋଇ ଭୋଟ୍‌ ଭିକ୍ଷା କରିବା ସହିତ ଏଥର ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି। କେନ୍ଦୁଝର ଜିଲା ବିକାଶ କେବଳ ମୋଦିଙ୍କ ଗ୍ୟାରେଣ୍ଟି ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ ବୋଲି ସେ ଭୋଟରଙ୍କ ନିକଟରେ ମତ ରଖିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଯେଉଁ ସବୁ ସମସ୍ୟା ରହିଛି ସେଗୁଡିକୁ ଆଗାମୀ ଦିନରେ କେମିତି ସମାଧାନ କରାଯିବ ସେସମ୍ପର୍କରେ ସିଧାସଳଖ ଲୋକଙ୍କ ସହିତ କଥା ହୋଇ ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ଭାଜପା ଉପସଭାପତି ଗଣେଶ୍ୱର ମହାନ୍ତ,ଆନିଦ୍ୟ ବେହେରା,ଗୁମୁରା ମଣ୍ଡଳ, ସଭାପତି ସୁନୀଲ ମହାନ୍ତଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri