ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ଛୁଟି ନେଇନାହାନ୍ତି ମୋହନ ମାଝୀ, ସରକାରୀ ଛୁଟିରେ ବି କରୁଛନ୍ତି କାମ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଦିନଠାରୁ ସକାଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଫାଇଲ କାମରେ ବ୍ୟସ୍ତ ରହୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ପାଇଁ ସବୁଦିନ ସମାନ। ଛୁଟି ଦିନ ହେଉ କିମ୍ବା ସରକାରୀ କାର୍ଯ୍ୟଦିବସ, ସବୁଦିନ ଲୋକଙ୍କ ପାଇଁ କାମ ଏବଂ ରାଜ୍ୟର ବିକାଶ ଲାଗି କାମ କରିବାରେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ।

ଗୁରୁବାର ଥିଲା ନୂଆଁଖାଇ, ସରକାରୀ ଛୁଟି ଦିବସ। ବୁଧବାର ଗଣେଶ ପୂଜା ରହିଥିବାବେଳେ ଶୁକ୍ରବାର ନୂଆଁଖାଇ ପାଇଁ ସରକାରୀ ଛୁଟି। ଏସବୁ ଭିତରେ କର୍ତ୍ତବ୍ୟରେ ଟିକିଏ ହେଲେ ବି ହେଳା କରିନାହାନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ପାଇଁ କାମ କରିବାକୁ ଜୀବନର ବ୍ରତ ଭାବେ ସେ ଗ୍ରହଣ କରି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଭାଜପା ଦେଇଥିବା ପ୍ରତିଶ୍ରୁତି ମୁତାବକ ବୁଧବାର ରାଜ୍ୟର ୫୧ଲକ୍ଷରୁ ଊଦ୍ଧର୍‌ବ ଚାଷୀ ଭାଇଭଉଣୀମାନଙ୍କ ପାଇଁ ସି.ଏମ୍‌. କିଷାନ ଯୋଜନାର ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ଫାଇଲ୍‌ କାମ ମଧ୍ୟ କରିଛନ୍ତି। ଏହାସହିତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କୁ ମଧ୍ୟ ଭେଟିଛନ୍ତି। ଆଜି ନୂଆଁଖାଇ ସରକାରୀ ଛୁଟି, ତଥାପି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଥିଲା। ଲୋକସେବା ଭବନରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ସହ ବୈଠକ ପରେ ସିକିମ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ବସିଥିଲା। ସନ୍ଧ୍ୟାରେ ଫାଇଲ୍‌ କାମ ସହିତ ବିଭିନ୍ନ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି। ୨୦୨୪ ଜୁନ୍‌ ୧୨ରୁ ଗୁରୁବାର ତଥା ଅଗଷ୍ଟ ୨୮ ପର୍ଯ୍ୟନ୍ତ ଏକ ବର୍ଷ ଦୁଇ ମାସ ଅତିବାହିତ ହେଲାଣି, ତଥାପି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ସେବାରେ କେବେ କ୍ଲାନ୍ତି ଅନୁଭବ କରିନାହାନ୍ତି। ଏହା ହେଉଛି ରାଜ୍ୟର ବିକାଶ ଏବଂ ଓଡ଼ିଶାବାସୀଙ୍କ ସେବା ପାଇଁ ତାଙ୍କର ସମର୍ପଣ ଭାବ ଓ ପ୍ରତିବଦ୍ଧତାର ନିଦର୍ଶନ।
ସରକାର ହେଉଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ, ସେଥିପାଇଁ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଲୋକଙ୍କ ସେବା ହେଉଛି ଜଣେ ଜନପ୍ରତିନିଧିର ପ୍ରଥମ କର୍ତ୍ତବ୍ୟ, ଯାହାକି ପ୍ରମାଣିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri