ଅଡ଼ୁଆରେ ମୋହନ ସରକାର: ତରବରିଆ ନିଷ୍ପତ୍ତି ବଢାଇଲା ଟେନ୍‌ସନ୍‌

ଭୁବନେଶ୍ୱର,୧୯।୧୨(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବଢ଼ାଇବା ପାଇଁ ଯେଉଁ ବିଧେୟକ ଗୃହୀତ କରିଥିଲେ ତାହା ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଡିସେମ୍ବର ୯ ତାରିଖରେ ଗୃହରେ ପାରିତ ହୋଇଥିବା ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମାତ୍ର ୯ଦିନ ନ ପୂରୁଣୁ ବିରୋଧୀଙ୍କ ପ୍ରବଳ ବିରୋଧ ପରେ ଏହା ଏବେ ପୁନର୍ବିଚାର ପାଇଁ ରହିଛିି। ଏନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ଦୀର୍ଘସମୟ ଧରି ମାନସମନ୍ଥନ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମ ଆଗରେ ଭାଜପା ବିଧାୟକଙ୍କ ମତ ରଖିଛନ୍ତି। ତେବେ ସରକାର ଏତେବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବିଧାୟକଙ୍କ ଦରମା ବଢ଼ା ସୁପାରିସ କମିଟିର ସୁପାରିସକୁ କାହିଁକି ତର୍ଜମାକରି ନ ଥିଲେ ବୋଲି ବିଭିନ୍ନ ମହଲରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ରାଜ୍ୟରେ ନୂଆ ସରକାର କ୍ଷମତାସୀନ ହେବାର ୧୮ମାସ ହୋଇଛି। ଇତିିମଧ୍ୟରେ ସରକାର ଅନେକ ନିଷ୍ପତ୍ତି ନେବା ପରେ ତାକୁ ବଦଳାଇବାର ନଜିର ରହିଛି। ଜୁନ୍‌ରେ ପଞ୍ଚାୟତ ଉପନିର୍ବାଚନ ହେବା ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରିହେବାର କେଇଘଣ୍ଟା ପରେ ତାହାକୁ ବର୍ଷା ପାଇଁ ପରେ ସ୍ଥଗିତ ରଖାଯାଇଥିଲା। ଏହାକୁ ନେଇ ଏବେ ବି ସମ୍ପୃକ୍ତ ପଞ୍ଚାୟତବାସୀଙ୍କ ପକ୍ଷରୁ କେବେ ଉପନିର୍ବାଚନ ହେବ ଅନାଇ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଧାୟକ ଏବଂ ଅନ୍ୟମାନଙ୍କ ଦରମା ବଢ଼ା ନିଷ୍ପତ୍ତିର ପୁନର୍ବିଚାର ପ୍ରସ୍ତାବ ସରକାରଙ୍କ ପାଇଁ ଆଉ ଏକ ବୁମେରାଂ ସଦୃଶ ହୋଇଛି।
ତେବେ ବିଧାୟକଙ୍କ ଦରମା ବଢ଼ା ନିଷ୍ପତ୍ତିକୁ ନେଇ ପ୍ରଥମେ ସିପିଆଇଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗଣମାଧ୍ୟମରେ ନିଜର ବିରୋଧାଭାସ ରଖିଥିଲେ। ସେ କହିଥିଲେ,ବିଧାନସଭା ଚାଲିଥିବାବେଳେ ରାଜରାସ୍ତାରେ ଶତାଧିକ ଶିକ୍ଷକ, ଆଶାକର୍ମୀ ଓ ଅନ୍ୟ ସଙ୍ଗଠନ ତାଙ୍କର ହକ୍‌ ପାଇଁ ଦାବି କରୁଛନ୍ତି। ସରକାର ସେମାନଙ୍କ କଥାକୁ ବିଚାରକୁ ନ ନେଇ କାହିଁକି ନିଜର ଦରମା ବଢ଼ା ଭଳି ଭୁଲ୍‌ ନିଷ୍ପତ୍ତି ନେଲେ। ମୁଣ୍ଡାଙ୍କ ଏହି ବିରୋଧର କେଇଘଣ୍ଟା ପରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ନିଷ୍ପତ୍ତିକୁ ବିରୋଧକରି ତାଙ୍କର ଦରମା ରାଜ୍ୟର ଗରିବଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଲେ। ଏହାପରେ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିବାବେଳେ ସିପିଆଇଏମ୍‌ ପକ୍ଷରୁ ୨ଦିନ ତଳେ ରାଜ୍ୟପାଳଙ୍କୁ ଏହାକୁ ବିରୋଧ କରାଯାଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହାବାଦ୍‌ ବିଭିନ୍ନ ମହଲରେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ନାପସନ୍ଦ କରାଯାଇଥିଲା।
ଏହାକୁ ନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଧାୟକମାନଙ୍କୁ ନେଇ ଦୀର୍ଘସମୟ ପର୍ଯ୍ୟନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକମତକୁ ସମ୍ମାନ ଜଣାଇ ବୈଠକର ନିଷ୍ପତ୍ତିକ୍ରମେ ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହାର ପୁନର୍ବିଚାର ଲାଗି ଅନୁରୋଧ କରିଛନ୍ତି। ତେବେ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁଛନ୍ତି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri