Categories: ଖେଳ

ସେମିଫାଇନାଲ ପୂର୍ବରୁ ଭାରତକୁ ଲାଗିଲା ଝଟକା, ଆହତ ହେଲେ ଏହି ଦ୍ରୁତ ବୋଲର

ବେଙ୍ଗାଲୁରୁ, ୧୨।୧୦: ଦିନିକିଆ ବିଶ୍ୱକପ ୨୦୨୩ର ଶେଷ ଲିଗ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପରେ ଟିମ ଇଣ୍ଡିଆକୁ ୧୫ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ଖେଳିବାକୁ ପଡିବ, ଏହା ପୂର୍ବରୁ ମହମ୍ମଦ ସିରାଜଙ୍କ ଆଘାତ ଦଳର ସମସ୍ୟାକୁ ବଢାଇ ଦେଇଛି। କ୍ୟାଚ୍‌ ଧରିବା ସମୟରେ ସିରାଜ ଆହତ ହୋଇଥିଲେ। ବଲ୍‌ଟି ସିରାଜଙ୍କ ହାତରୁ ବାହାରି ସିଧା ତାଙ୍କ ଗଳା ନିକଟରେ ବାଜିଥିଲା। ଏହା ପରେ ଭାରତୀୟ ବୋଲର ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି। ଏହି ଘଟଣା ପରେ ସିରାଜ ମଇଦାନରୁ ବାହାରକୁ ଯାଇଥିଲେ। ଏହି ଘଟଣା ୧୫ ଓଭରର ତୃତୀୟ ବଲରେ ଘଟିଥିଲା, ଯେତେବେଳେ ସିରାଜ କୁଲଦୀପଙ୍କ ବଲରେ ଡଚ ବ୍ୟାଟ୍ସମ୍ୟାନ ମ୍ୟାକ୍ସ ଓଡାଉଡଙ୍କ କ୍ୟାଚ ଛାଡିଥିଲେ। ଏହି ପୁରା ଘଟଣାର ଭିଡିଓ ଆଇସିସି ଦ୍ୱାରା ଶେୟାର କରାଯାଇଛି।

Share