ନୂଆଦିଲ୍ଲୀ,୫।୮: ମହମ୍ମଦ ସିରାଜ ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଏବେ ଇଂଲଣ୍ଡ ମାଟିରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ୍ ନେଇଥିବା ଜଣେ ଭାରତୀୟ ବୋଲର ଭାlବେ ରେକର୍ଡ କରିଛନ୍ତି। ସେ ୨୦୨୫ରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ମୋଟ ୨୩ ୱିକେଟ ନେଇଥିଲେ। କେବଳ ଓଭାଲ ଟେଷ୍ଟରେ ସେ ମୋଟ ୯ ଉଇକେଟ୍ ନେଇଥିଲେ। ସିରାଜ ଏବଂ ଜସପ୍ରିତ ବୁମରାହ ଗୋଟିଏ ସିରିଜରେ ସର୍ବାଧିକ ୱିକେଟ ନେବାରେ ମିଳିତ ଭାବରେ ପ୍ରଥମ ସ୍ଥାନରେ ଅଛନ୍ତି।
ମହମ୍ମଦ ସିରାଜ ଏବଂ ଜସପ୍ରିତ ବୁମରାହ ଇଂଲଣ୍ଡରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ୨୩ ଉଇକେଟ୍ ସହିତ ସମାନ ଅଛନ୍ତି। ବୁମରା ୨୦୨୧-୨୦୨୨ରେ ଇଂଲଣ୍ଡ ଗସ୍ତରେ ମୋଟ ୨୩ ଉଇକେଟ୍ ନେଇଥିଲେ ଏବଂ ଏବେ ସିରାଜ ଇଂଲଣ୍ଡ ଗସ୍ତରେ ମଧ୍ୟ ସମାନ ସଂଖ୍ୟକ ଉଇକେଟ୍ ନେଇଛନ୍ତି। ଇଂଲଣ୍ଡରେ ଏକ ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ୍ ନେଇଥିବା ଭାରତୀୟଙ୍କ ତାଲିକାରେ ଭୁବନେଶ୍ୱର କୁମାର ତୃତୀୟ ସ୍ଥାନରେ ଅଛନ୍ତି, ଯିଏ ୨୦୧୪ ସିରିଜରେ ୧୯ ଉଇକେଟ୍ ନେଇଥିଲେ।

