Posted inଖେଳ

ଅବସରକୁ ନେଇ ଚମକାଇଲା ଭଳି ସୂଚନା ଦେଲେ ଶାମି, କହିଲେ ମୋର ଅବସର…

ନୂଆଦିଲ୍ଲୀ, ୨୮।୮: ୩୪ ବର୍ଷୀୟ ମହମ୍ମଦ ଶାମି ଖରାପ ଫିଟନେସ ସହିତ ଲଗାତାର ସଂଘର୍ଷ କରୁଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ ପରେ, ସେ ଟିମ ଇଣ୍ଡିଆ ପାଇଁ କେବଳ ୭ଟି ମ୍ୟାଚ ଖେଳିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଖେଳିବାକୁ ଦେଖାଯାଇଥିଲା, ଯାହା ପରେ ତାଙ୍କୁ ଏସିଆ କପ ଦଳରୁ ମଧ୍ୟ ଅଣଦେଖା କରାଯାଇଛି। ଏପରି ପରିସ୍ଥିତିରେ, ତାଙ୍କ ଅବସର ନେଇ ଗୁଜବ ଆସିବା ଆରମ୍ଭ ହୋଇଥିଲା, କିନ୍ତୁ ଏବେ ସେ ଶେଷରେ ଅବସର ନେଇ ତାଙ୍କର ନୀରବତା ଭାଙ୍ଗିଛନ୍ତି। ଶାମି ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏବେ ଅବସର ନେବାର କୌଣସି ଇଛା ନାହିଁ।

ରିପୋର୍ଟ ଅନୁଯାୟୀ, ଶାମି କହିଛନ୍ତି ଯେ ସେ ଘରୋଇ କ୍ରିକେଟରେ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ଏବଂ ତାଙ୍କର ଲକ୍ଷ୍ୟ ଟିମ ଇଣ୍ଡିଆକୁ ଫେରିବା। ଏହା ସହିତ, ସେ ଏହା ମଧ୍ୟ କହିଛନ୍ତି ଯେ ସେ ଭାରତ ପାଇଁ ୨୦୨୭ ଦିନିକଆ ବିଶ୍ୱକପ ଜିତିବାକୁ ଚାହାଁନ୍ତି।

ଶାମି କହିଛନ୍ତି, ଯଦି କାହାର ସମସ୍ୟା ଅଛି, ତେବେ ମୋତେ ଆସି କୁହ। ମୋର ଅବସର କାହାର ଜୀବନକୁ ଉନ୍ନତ କରିବ କି? ମୋତେ କୁହ ମୁଁ କାହାର ରାସ୍ତାରେ ବାଧା ପାଲଟିଛି ଯେ ଆପଣମାନେ ମୁଁ ଅବସର ନେଇଯାଏ ବୋଲି ଚାହୁଁଛ। ଯେଉଁଦିନ ମୁଁ ବିରକ୍ତ ହେବି, ମୁଁ ଚାଲିଯିବି। ଆପଣମାନେ ମୋତେ ଚୟନ କରିବେ ନାହିଁ, କିନ୍ତୁ ମୁଁ କଠିନ ପରିଶ୍ରମ କରିବି।”

ଶାମି କହିଛନ୍ତି, ଯେ ଯଦି ତାଙ୍କୁ ଟିମ ଇଣ୍ଡିଆରେ ଚୟନ କରାନଯାଏ, ତେବେ ସେ ଘରୋଇ ମ୍ୟାଚରେ ଝାଳ ବୁହାଇବେ। ସେ କହିଛନ୍ତି ଯେ ଯେତେବେଳେ ଜଣେ ବିରକ୍ତ ହୁଏ ସେତେବେଳେ ଏପରି ନିଷ୍ପତ୍ତି ନିଆଯାଇଥାଏ, କିନ୍ତୁ ତାଙ୍କ କ୍ୟାରିଅରକୁ ଶେଷ କରିବାର ସମୟ ଏପର୍ଯ୍ୟନ୍ତ ଆସିନାହିଁ।

୨୦୨୩ ODI ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୬ ଉଇକେଟ୍‌ରେ ପରାସ୍ତ କରିଥିଲା। ମହମ୍ମଦ ଶାମି ସ୍ବୀକାର କରିଥିଲେ ଯେ ସେ ଫାଇନାଲରେ ଚାପ ଅନୁଭବ କରୁଥିଲେ। ଶାମି କହିଛନ୍ତି ଯେ ୨୦୨୩ରେ ବିଶ୍ୱକପ ଜିତିବାର ତାଙ୍କର ସ୍ବପ୍ନ ଅଧୁରା ରହିଛି। ବର୍ତ୍ତମାନ ତାଙ୍କର ଏକମାତ୍ର ସ୍ବପ୍ନ ହେଉଛି ODI ବିଶ୍ୱକପ ଜିତିବା ଏବଂ ବିଶ୍ୱ ଚାମ୍ପିଅନ ଦଳର ଅଂଶ ହେବା। ପରବର୍ତ୍ତୀ ODI ବିଶ୍ୱକପ ୨୦୨୭ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?