ଦୁବାଇ,୯ା୨(ଏପି):ଇରାନ୍ର ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ନର୍ଗେସ ମୋହମ୍ମଦିଙ୍କୁ ଦେଶର ଏକ ଅଦାଲତ ଆଉ ସାଢ଼େ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛି। ୨୦୨୩ରେ ନୋବେଲ ପୁରସ୍କାର ପାଇଥିବା ମୋହମ୍ମଦିଙ୍କୁ ଗତବର୍ଷ ସରକାର ବିରୋଧୀ ଆନ୍ଦୋଳନ ଉସୁକାଇବା ଅଭିଯୋଗରେ ୬ ବର୍ଷ ଓ ଅନ୍ୟ ଏକ ମାମଲାରେ ଦେଢ଼ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ୫୩ ବର୍ଷୀୟା ଜଣାଶୁଣା ମାନବାଧିକାର କର୍ମୀ ମୋହମ୍ମଦି ଗତ ୨ ତାରିଖରୁ ଜେଲରେ ଅନଶନରେ ବସିଥିବାବେଳେ ଶନିବାର ମହଶାଦ ସହରସ୍ଥିତ ରିଭୋଲ୍ୟୁଶନାରି କୋର୍ଟ ପକ୍ଷରୁ ତାଙ୍କୁ ଆଉ ସାଢ଼େ ୭ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ମୋହମ୍ମଦିଙ୍କ ଓକିଲ ମୋସ୍ତାଫା ନିଲି ସାମାଜିକ ଗଣମାଧ୍ୟମ Xରେ ରବିବାର ଏହି ସୂଚନା ଦେଇଛନ୍ତି।

