Posted inଖେଳ

ମାଥ୍ୟୁସଙ୍କ ସମର୍ଥନରେ ବାହାରିଲେ ଏହି ଭାରତୀୟ କ୍ରିକେଟର, ଶାକିବଙ୍କ ଅପିଲକୁ କହିଲେ ଲଜ୍ଜାଜନକ

ନୂଆଦିଲ୍ଲୀ,୭।୧୧: ବିଶ୍ୱକପ୍‌ ୨୦୨୩ର ଟାଇମ୍‌ ଆଉଟ୍‌ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ କୈଫ। ଏହି ମାମଲାରେ ସେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ସମର୍ଥନ ଜଣାଇଛନ୍ତି। ଏପରିକି ଶାକିବ ଅଲ ହସନଙ୍କ ଏଭଳି କାର୍ଯ୍ୟକୁ ସେ ଲଜ୍ଜାଜନକ ବୋଲି ମଧ୍ୟ କହିଛନ୍ତି।

କ୍ରିକେଟ ଇତିହାସରେ କେବେ ଦେଖାଯାଇ ନ ଥିବା ଏକ ବିଚିତ୍ର ଘଟଣାକ୍ରମରେ ବାଲାଂଦେଶ ଅଧିନାୟକ ଶାକିବ ଅଲ ହସନଙ୍କ ଅପିଲ ପରେ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ହେବା ନେଇ ଆଉଟ୍‌ କରି ଦିଆଯାଇଥିଲା। ଏହାକୁ ନେଇ କୈଫ କହିଛନ୍ତି, ‘ମୁଁ କହିବି ଯେ ଶାକିବ ଯାହା କିଛି ବି କରିଛନ୍ତି ତାହା ବହୁତ ଲଜ୍ଜାଜନକ ଥିଲା। ନିୟମ ଅନେକ କିଛି କୁହେ। ସେ ବ୍ୟାଟିଂ କରିବାକୁ ଆସିଥିଲେ। ଖେଳକୁ ରୋକିବାକୁ ସେ ଚାହୁଁ ନ ଥିଲେ। ସେ ହେଲମେଟର ଷ୍ଟ୍ରିପ୍‌ଟିକୁ ଟାଣିବା ବେଳେ ତାହା ଛିଡ଼ି ଯାଇଥିଲା। ସେ ୧୦ ସେକେଣ୍ଡ ପୂର୍ବରୁ ମଇଦାନକୁ ଆସିଥିଲେ। ଗୋଟିଏ ମିନିଟ ଏବଂ ୫୦ ସେକେଣ୍ଡ ଯାଏ ସେଠାରେ ଛିଡ଼ା ହୋଇଥିଲେ। ହେଲେ ସେ ଗାର୍ଡ ନେଇ ନ ଥିଲେ। ବିନା ଗାର୍ଡରେ ବ୍ୟାଟିଂ କରିବା ବ୍ୟାଟ୍ସମ୍ୟାନ୍‌ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।’

ପ୍ରକାଶ ଯେ, ଶ୍ରୀଲଙ୍କା ଇନିଂସର ୨୫ତମ ଓଭରରେ ଘଟିଥିଲା। ଶାକିବ ନିଜ ଓଭରର ଦ୍ୱିତୀୟ ବଲ୍‌ରେ ସାଦିରା ସମରଓ୍ବିକ୍ରମଙ୍କୁ ଆଉଟ୍‌ କରିଥିଲେ। ଏହାପରେ ମାଥ୍ୟୁସ ମଇଦାନକୁ ଆସିଥିଲେ। ହେଲେ ସେ ଖେଳିବା ପୂର୍ବରୁ ପିନ୍ଧିଥିବା ହେଲମେଟର ପଟି ଛିଡ଼ି ଯାଇଥିବା ଜାଣିବାକୁ ପାଇଥିଲେ। ସେ ଅମ୍ପାୟାରଙ୍କଠାରୁ ଅନୁମତି ନ ନେଇ ନୂଆ ହେଲମେଟ ମଗାଇଥିଲେ। ନିୟମ ମୁତାବକ ଖେଳାଳିଙ୍କୁ ୨ ମିନିଟ୍‌ ଭିତରେ ଷ୍ଟ୍ରାଇକ୍‌ରେ ଆସିବାକୁ ପଡ଼ିଥାଏ। ଏହି ମାମଲାରେ ଚତୁର୍ଥ ଅମ୍ପାୟାରଙ୍କ ମୁତାବିକ ହେଲମେଟ ଆଣିବା ପୂର୍ବରୁ ମାଥ୍ୟୁସ ବିଳମ୍ବ କରିଥିଲେ। ହେଲେ ମାଥ୍ୟୁସ ଏହାକୁ ସ୍ବୀକାର କରିନାହାନ୍ତି। ସେ ଭିଡିଓ ସାକ୍ଷ୍ୟ ଶେୟାର କରି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri