Posted inଖେଳ

ଆଝାରୁଦ୍ଦିନଙ୍କୁ ସସ୍‌ପେଣ୍ଡ କଲା ଏଚ୍‌ସିଏ ଆପେକ୍ସ କାଉନ୍‌ସିଲ

ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ର ଆପେକ୍ସ କାଉନ୍‌ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍‌ପେଣ୍ଡ କରିଛି। ସେ କ୍ରିକେଟ ଆସୋସିଏଶନର ସମ୍ବିଧାନ ଉଲ୍ଲଂଘନ କରିଛନ୍ତି। ତାଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ହୋଇଛି। ସଭାପତିଙ୍କୁ ସସ୍‌ପେଣ୍ଡ କରିବାର କ୍ଷମତା ରାଜ୍ୟ ଆସୋସିଏଶନର ସାଧାରଣ ପରିଷଦ ପାଖରେ ରହିଛି, ଆପେକ୍ସ କାଉନ୍‌ସିଲର ନୁହେଁ। ତେଣୁ ଆଝାରୁଦ୍ଦିନଙ୍କୁ ସସ୍‌ପେଣ୍ଡ କରାଯିବାର ବୈଧତାକୁ ନେଇ ସାଧାରଣ ପରିଷଦ ବୈଠକରେ ପ୍ରଶ୍ନ ଉଠାଯାଇପାରେ।

ଇତିମଧ୍ୟରେ ଆପେକ୍ସ କାଉନ୍‌ସିଲର ୫ଜଣ ସଦସ୍ୟଙ୍କ ବିରୋଧରେ ଏଚ୍‌ସିଏର ଅମ୍ବୁଡ୍ସମ୍ୟାନଙ୍କ ତରଫରୁ ତଦନ୍ତ ଚାଲିିଛି। ସେମାନେ ଏକାଧିକ କ୍ଲବର ମାଲିକ ଅଛନ୍ତି। ଯୁବ କ୍ରିକେଟରମାନଙ୍କୁ ଶୋଷଣ କରୁଛନ୍ତି। ସେମାନେ ହିଁ ଅମ୍ବୁଡ୍ସମ୍ୟାନ ନିଯୁକ୍ତିକୁ ବିରୋଧ କରିଆସୁଥିଲେ ବୋଲି ଆଝାରୁଦ୍ଦିନ କହିଛନ୍ତି। ଏଚ୍‌ସିଏ ଆପେକ୍ସ କାଉନ୍‌ସିଲ ଓ ଆଝାରୁଦ୍ଦିନଙ୍କ ମଧ୍ୟରେ କିଛିଦିନ ହେଲା ଛକାପଞ୍ଝା ଚାଲିଛି। ନିକଟରେ ଅନୁଷ୍ଠିତ ବିସିସିଆଇର ସ୍ବତନ୍ତ୍ର ସାଧାରଣ ବୈଠକ(ଏସ୍‌ଜିଏମ୍‌) ବେଳେ ଆପେକ୍ସ କାଉନ୍‌ସିଲ ଶିବଲାଲ ଯାଦବଙ୍କୁ ସେମାନଙ୍କ ପ୍ରତିନିଧି ଭାବେ ପଠାଇବାକୁ ଚାହୁଁଥିଲା। ମାତ୍ର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ହସ୍ତକ୍ଷେପ ଯୋଗୁ ଆଝାରୁଦ୍ଦିନ ଏହି ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପା ଦୋକାନକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କଲେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି

ଭୁବନେଶ୍ୱର,୧୧।୧୨(ତ୍ରିନାଥ ମହାନ୍ତି): ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର...

ଥାନାରେ କୀଟନାଶକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତୁତି ଖବର ପାଇ..

ଦେବଗଡ, ୧୨।୧୨ (ଶଶାଙ୍କ ଶେଖର ଝାଙ୍କର): ଅଭିଯୋଗ କରିବାକୁ ଆସିଥିବା ମହିଳା ଦେବଗଡ ଥାନା ଭିତରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ...

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ସକାଳୁ ସକାଳୁ ଭୂକମ୍ପ ଝଟକା, ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ

ନୂଆଦିଲ୍ଲୀ,୧୨।୧୨: ସକାଳୁ ସକାଳୁ ପୁଣି ଥରିଲ ଜାପାନ । ଜାପାନ ଏବଂ ଫିଜି ଏକକାଳୀନ ଭୂମିକମ୍ପରେ ଥରି ଉଠିଛି । ତିନି ଦିନ ପୂର୍ବେ ଜାପାନରେ...

ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦...

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ...

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri