Categories: ଫୁରସତ

ବିଷ ବିକି ହେଲେ ମାଲାମାଲ, ଜାଣନ୍ତୁ କେମିତି

ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ନିଶା ଥାଏ। ଅଦ୍ଭୁତ ନିଶା ଯୋଗୁ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥାନ୍ତି। ବେଳେବେଳେ ଏଭଳି ଅଜବ ନିଶାକୁ ପେଶା ଭାବରେ ଗ୍ରହଣ କରି ଟଙ୍କା ମଧ୍ୟ ରୋଜଗାର କରନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ୨୫ ବର୍ଷ ବୟସ୍କ ମହମ୍ମଦ ହାମଦି। ଇଜିପ୍ଟର ବାସିନ୍ଦା ମହମ୍ମଦ ହାମଦି କଙ୍କଡା ବିଛା ବିଷ ବିକ୍ରି କରନ୍ତି। ଏହା ଯେ ଦିନେ ତାଙ୍କୁ ଏତେ ଧନୀ ଏବଂ ସଫଳ କରିବ, ସେ ନିଜେ ମଧ୍ୟ ଭାବି ନ ଥିଲେ। ଗୋଟିଏ ଗ୍ରାମ ବିଷ ବିକି ୭୩ ଲକ୍ଷ ଟଙ୍କା ପାଆନ୍ତି। କଙ୍କଡା ବିଛା ଧରିବାର ନିଶା ଯୋଗୁ ହାମଦି ପାଠପଢା ଛାଡି ଦେଇତତ୍ଲେ। ମିଶରର ରେଗିସ୍ତାନ ଅଞ୍ଚଳରେ ସେ ବିଛା ଧରି ସେଥିରୁ ବିଷ ବାହାର କରିଥାନ୍ତି। ଏହି ବିଷକୁ ସେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ଏହି ବିଷ ଔଷଧ ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ମାତ୍ର ୨୫ ବର୍ଷ ବୟସରେ ହାମଦି କାୟରୋ ବେନୋମ କମ୍ପାନୀର ମାଲକ ହୋଇଛନ୍ତି। ଏହି କମ୍ପାନୀ ଭିନ୍ନ ଭିନ୍ନ ପ୍ରଜାତିର ୮୦ ହଜାରରୁ ଅଧିକ ବିଛା ଏବଂ ସାପ ରଖି ସେଥିରୁ ବିଷ କାଢି ବିକ୍ରି କରିଥାଏ।

Share