ମୋହଡାରେ ଦୃର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଯୁବକଙ୍କୁ ହତ୍ୟା ପରେ ପୋଡିଦେଲେ

ବ୍ରହ୍ମପୁର,୨୯।୬( ସୁବାସ ଚନ୍ଦ୍ର ପାଢ଼ୀ) ଅଶାନ୍ତ ହୋଇଛି ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳ। କେତେବେଳେ ପିଟିପିଟି ହତ୍ୟା ପରେ ପୋଡି ହତ୍ୟା କରୁଛନ୍ତି ତ ରାସ୍ତାରେ ହାଣୁଛନ୍ତି ତ ଆଉ କେତେବେଳେ ଫୁଟୁଛି ବୋମା। ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଅପରାଧ ଘଟାଉଛନ୍ତି ଦୃର୍ବୃତ୍ତ । ଅପରାଧୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ କଡ଼ା ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏବେ ଏହି ଅଞ୍ଚଳରେ ସାଧାରଣ ଲୋକ ଭୟଭୀତ ହୋଇ ରହୁଛନ୍ତି। ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଦିଗପହଣ୍ଡି ଥାନା ଅନ୍ତର୍ଗତ ମୋହଡାରେ ଦୃବୃର୍ତ୍ତମାନେ ଦୁଇ ଜଣ ଯୁବକଙ୍କୁ ପିଟିପିଟି ହତ୍ୟା ପରେ ପୋଡି ରାସ୍ତା କଡରେ ପକାଇ ଦେଇଛନ୍ତି। ମୃତ ଯୁବକ ଦୁଇଜଣ ସଦର ଥାନା ଅନ୍ତର୍ଗତ ଲାଠୀ ଗ୍ରାମର ଲିଟୁ ପାଢ଼ୀ ଓ ଶିବ ଗୌଡ଼ ବୋଲି ଜଣାପଡିଛି। ଏହି ଘଟଣାରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବକ ଦ୍ୱୟଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେ ଦିଗରେ ପୋଲିସ ଏବେ ଅନୁସନ୍ଧାନ ଚଳାଇଛି।