ମୋଦିଙ୍କ କାର୍ଯ୍ୟ ଅକ୍ଷମଣୀୟ, ଜାତୀୟ ବିପର୍ଯ୍ୟୟ ଲାଗି ଦାୟୀ କେନ୍ଦ୍ର ସରକାର: ଲାନ୍ସେଟ୍‌ ପତ୍ରିକା

ନୂଆଦିଲ୍ଲୀ, ୯।୫: ଭାରତରେ ଦେଖା ଦେଇଥିବା କରୋନା ମହାମାରୀର ଅସମ୍ଭାଳ ସ୍ଥିତି ନେଇ ମେଡ଼ିକାଲ ରିସର୍ଚ୍ଚ ଜର୍ନାଲ ଦି ଲାନ୍ସେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦାଯାଇଛି। ଏହାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି ଯେ, ମୋଦିଙ୍କ କାର୍ଯ୍ୟ ଅକ୍ଷମଣୀୟ। ଗତବର୍ଷ ସଫଳତାର ସହିତ କରୋନା ମୁକାବିଲା କରିଥିବା ମୋଦି ଚଳିତ ବର୍ଷ ଦ୍ୱିତୀୟ ଲହର ସମୟରେ ବହୁ ତ୍ରୁଟି କରିଥିବା ଏଥିରେ ଦର୍ଶାଯାଇଛି। ସେହିପରି ଦି ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲ୍‌ଥ ମ୍ୟାଟ୍ରିକ୍ସ୍‌ ଆଣ୍ଡ ଇଭୋଲ୍ୟୁଶନର ସମ୍ପାଦକୀୟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ଚଳିତ ବର୍ଷ ଅଗଷ୍ଟ ୧ ସୁଦ୍ଧା କରୋନା ମହାମାରୀ ଯୋଗୁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଧାର୍ମିକ ଉତ୍ସବକୁ ଅନୁମତି ଦେବା ଏବଂ ନିର୍ବାଚନ ରାଲି କରିବା ଦ୍ୱାରା ଜାତୀୟ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଏଥିପାଇଁ ମୋଦି ସରକାର ଦାୟୀ ବୋଲି ଲାନ୍ସେଟ୍‌ କହିଛି। ସେହିପରି ମୋଦି ସରକାର ମହାମାରୀ ସଂକ୍ରମଣ ନେଇ ଟୁଇଟର ସୋସିଆଲ୍‌ ମିଡ଼ିଆରେ ହେଉଥିବା ସମାଲୋଚନା ଉପରେ ଲଗାମ୍‌ ଲଗାଇବାକୁ ଅଧିକ ପ୍ରୟାସ କରୁଥିବା ଏଥିରେ ପ୍ରକାଶ ପାଇଛି। ସେହିପରି ଏଥିରେ କେନ୍ଦ୍ର ସରକାରଙ୍କ ସାଧାରଣ ସ୍ବାସ୍ଥ୍ୟ ସେବା ଉପରେ ପ୍ରଶ୍ନ ଉଠାଯାଇଛି। ପୂର୍ବରୁ ସତର୍କ ସୂଚନା ଜାରି କରାଯିବା ପରେ ମଧ୍ୟ ଏହାକୁ ମୋଦି ସରକାର ଅଣଦେଖା କରିଥିବା ଲାନ୍ସେଟ୍‌ ପତ୍ରିକା କହିଛି। ଭାରତରେ ଜାରି ରହିଥିବା ସାର୍ବଜନୀକ ଟିକାକରଣ ନୀତି ନେଇ ପ୍ରଶ୍ନ ଉଠାଯିବା ସହିତ ଏଥିରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଲାନ୍ସେଟ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?