Posted inଜାତୀୟ

ମୋଦିଙ୍କ ସମ୍ପତ୍ତି ବଢ଼ିଛି, ଶାହାଙ୍କର କମିଛି

ନୂଆଦିଲ୍ଲୀ, ୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ନିଜ ନିଜର ସମ୍ପତ୍ତିର ସୂଚନାକୁ ସାର୍ବଜନୀକ କରିଛନ୍ତି। ଏହି ସୂଚନା www.pmindia.gov.inରେ ଉପଲବ୍ଧ ହେଉଛି। ଏଥିରେ ସମସ୍ତ ମନ୍ତ୍ରୀ ସେମାନଙ୍କୁ ସମ୍ପତ୍ତିି ସୂଚନା ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଦାନ କରିଛନ୍ତି। କେବଳ ପ୍ରଧାନମନ୍ତ୍ରୀ ଜୁନ୍‌ ୩୦ ପର୍ଯ୍ୟନ୍ତ ନିଜ ସମ୍ପତ୍ତିର ବିବରଣୀ ଦେଇଛନ୍ତି। ସୂଚନା ଅନୁସାରେ ମୋଦିଙ୍କ ସମ୍ପତ୍ତି ବଢ଼ିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତ୍ତି ପରିମାଣ ଶେୟାର ବଜାରର ଖରାପ ସ୍ଥିତି ଯୋଗୁ କମି ଥିବା ଦର୍ଶାଯାଇଛି। ଜୁନ୍‌ ୩୦ ସୁଦ୍ଧା ମୋଦିଙ୍କ ମୋଟ ସମ୍ପତ୍ତି ପରିମାଣ ୨ କୋଟି ୮୫ ଲକ୍ଷ ଦର୍ଶାଯାଇଛି। ମୋଦିଙ୍କ ଜମା ଖାତାରେ ୩ ଲକ୍ଷ ୩୮ ହଜାର ୧୭୩ ଟଙ୍କା ରହିଛି। ସେହିପରି ଅମିତ ଶାହାଙ୍କ ମୋଟ ସମ୍ପତ୍ତି ପରିମାଣ ୨୮ କୋଟି ୬୦ ଲକ୍ଷରେ ପହଞ୍ଚିଛି। ପୂର୍ବରୁ ୨୦୧୯ରେ ତାଙ୍କର ସମ୍ପତ୍ତି ପରିମାଣ ୩୨ କୋଟି ୩୦ ଲକ୍ଷ ଥିଲା। ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତିି ପରିମାଣ କମିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜମା ଖାତାରେ ୨୫ ଲକ୍ଷ ଟଙ୍କା ରହିଛି। ଲକ୍ଷ୍ନୌରେ ତାଙ୍କର ୧୫ କୋଟିର ଏକ ଘର ରହିଛି। ରାଜନାଥଙ୍କ ସମ୍ପତ୍ତି ପରିମାଣ ଗତ ବର୍ଷ ପରି ସାମନ ରହିଛି। ନୀତୀନ ଗଡ଼କରୀ ଦେଢ଼କୋଟି ଟଙ୍କା ଧାର ଆଣିଥିବା ସୂଚିିତ କରିଛନ୍ତି। ତାଙ୍କ ଜମା ଖାତାରେ ୨କୋଟି ୫୪ ଲକ୍ଷ ୮ ହଜାର ୨୨୯ ଟଙ୍କା ରହିଛି। ତାଙ୍କ ପାଖରେ ୪୧ କୋଟିର ଜମିଜମା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ୯ଲକ୍ଷ ୫୦ ହଜାର ଟଙ୍କାର ଅଳଙ୍କାର ରହିଛି। ତାଙ୍କ ଜମା ଖାତାରେ ଲକ୍ଷେ ୯୯ ହଜାର ୪୮୨ ଟଙ୍କା ରହିଛି। ତାଙ୍କର ୯ ଲକ୍ଷ ୯୦ ହଜାର ଟଙ୍କାର ଏକ ଘର ରହିଛି। ସେ ୩୧ ଲକ୍ଷ ଟଙ୍କା ଧାର କରିଥିବା ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri