ବଜେଟ୍‌ ଉପସ୍ଥାପନ ପୂର୍ବରୁ ସରିଲା ମୋଦିଙ୍କ ବୈଠକ

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ଅର୍ଥାତ୍‌ ୧ ଫେବୃଆରୀରେ ୯ମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ବଜେଟ୍‌କୁ ଆନୁଷ୍ଠାନିକ ଅନୁମୋଦନ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଉ କିଛି ସମୟ ମଧ୍ୟରେ ପାର୍ଲାମେଣ୍ଟରେ ବଜେଟ୍‌ ଉପସ୍ଥାପନ କରିବେ।

ଏହି ବଜେଟ୍‌ ଅର୍ଥନୈତିକ ଅଭିବୃଦ୍ଧିର ଗତିକୁ ଅତୁଟ ରଖିବା, ଆର୍ଥିକ ଶୃଙ୍ଖଳାକୁ ବଜାୟ ରଖିବା ସହ ଆମେରିକା ଟାରିଫ୍‌ ସମେତ ବିଶ୍ୱ ବାଣିଜ୍ୟ ସଂଘର୍ଷରୁ ଅର୍ଥନୀତିକୁ ସୁଧାର ଦେଇପାରିବା ଭଳି ଉପାୟଗୁଡ଼ିକୁ ସାମିଲକରିବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।

ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ରବିବାର ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ଲଗାଇଥିବାବେଳେ ଙ୍କ ଦ୍ୱାରା କରାଯାଇଥିବା ବ୍ୟାପକ ଆୟକର ଏବଂ ଜିଏସ୍‌ଟି ହ୍ରାସ, ଭିତ୍ତିଭୂମିରେ ବ୍ୟୟ ଏବଂ ରିଜର୍ଭ ବ୍ୟାଙ୍କର ସୁଧ ହାର ହ୍ରାସ ଭଳି ପଦକ୍ଷେପ ଯୋଗୁ ଭାରତୀୟ ଅର୍ଥନୀତି ଅତୁଟ ରହିଛି। ସ୍ଥାୟୀ ଅଭିବୃଦ୍ଧି ଧାରା ବଜାୟ ରଖିବା ନିମନ୍ତେ ସେ ବଜେଟରେ କେତେକ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।

୨୦୨୭ ଆର୍ଥିକ ବର୍ଷର ବଜେଟ ଏକ ଜଟିଳ ପୃଷ୍ଠଭୂମି ମଧ୍ୟରେ ପ୍ରସ୍ତୁତ ହୋଇଛି। ଘରୋଇ ଚାହିଦା ବଢ଼ିବା ସହ ଉଚ୍ଚ ମୁଦ୍ରାସ୍ଫୀତି ହ୍ରାସ ପାଇଥିବାବେଳେ ଭୂରାଜନୈତିକ ଉତ୍ତେଜନା, ସାମଗ୍ରୀଗୁଡ଼ିକର ଦରଦାମ୍‌ରେ ଅସ୍ଥିରତା ଏବଂ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଅସମାନ ମୁଦ୍ରାନୀତି ଶିଥିଳତା ଆଦି ବୈଶ୍ୱିକ ଅସ୍ଥିରତା ଭବିଷ୍ୟତ ପରିଦୃଶ୍ୟକୁ ଅସ୍ପଷ୍ଟ କରିରଖିଛି। ଦେଶ ମଧ୍ୟରେ ସରକାର ଆର୍ଥତ୍କ ନିଅଣ୍ଟକୁ ନିମ୍ନମୁଖୀ ପଥରେ ରଖିବା ସହିତ ଖର୍ଚ୍ଚ ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ପୁଞ୍ଜି ବ୍ୟୟ ବଢ଼ାଇବା ନେଇ ଚାପର ସମ୍ମୁଖୀନ ହେଉଛନ୍ତି। ତେବେ ଟିକସ ହ୍ରାସ କାରଣରୁ ସରକାରଙ୍କ ରାଜସ୍ବ କମିଛି, ଯାହାକୁ ନୂଆ ବଜେଟରେ ଅର୍ଥନୀତିକୁ ସମର୍ଥନ ଦେବାରେ ଅର୍ଥମନ୍ତ୍ରୀଙ୍କ ବିକଳ୍ପଗୁଡ଼ିକୁ ସୀମିତ କରିଦେଇଛି। ବିଶେଷକରି ବୃଦ୍ଧି ପାଉଥିବା ଅନିଶ୍ଚିତତା, ସଙ୍କଟରେ ଥିବା ଆର୍ଥତ୍କ ବଜାର ଏବଂ ବିଶ୍ୱ ପଣ୍ୟ ମୂଲ୍ୟରେ କ୍ରମାଗତ ବୃଦ୍ଧି କାରଣରୁ ଅଭିବୃଦ୍ଧିକୁ ଆଗେଇନେବା ଭଳି କାରକ ଖୋଜି ବାହାର କରିବା ଅର୍ଥମନ୍ତ୍ରୀଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri