ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ଅର୍ଥାତ୍ ୧ ଫେବୃଆରୀରେ ୯ମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ବଜେଟ୍କୁ ଆନୁଷ୍ଠାନିକ ଅନୁମୋଦନ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଉ କିଛି ସମୟ ମଧ୍ୟରେ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନ କରିବେ।
ଏହି ବଜେଟ୍ ଅର୍ଥନୈତିକ ଅଭିବୃଦ୍ଧିର ଗତିକୁ ଅତୁଟ ରଖିବା, ଆର୍ଥିକ ଶୃଙ୍ଖଳାକୁ ବଜାୟ ରଖିବା ସହ ଆମେରିକା ଟାରିଫ୍ ସମେତ ବିଶ୍ୱ ବାଣିଜ୍ୟ ସଂଘର୍ଷରୁ ଅର୍ଥନୀତିକୁ ସୁଧାର ଦେଇପାରିବା ଭଳି ଉପାୟଗୁଡ଼ିକୁ ସାମିଲକରିବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।
ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ରବିବାର ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ଲଗାଇଥିବାବେଳେ ଙ୍କ ଦ୍ୱାରା କରାଯାଇଥିବା ବ୍ୟାପକ ଆୟକର ଏବଂ ଜିଏସ୍ଟି ହ୍ରାସ, ଭିତ୍ତିଭୂମିରେ ବ୍ୟୟ ଏବଂ ରିଜର୍ଭ ବ୍ୟାଙ୍କର ସୁଧ ହାର ହ୍ରାସ ଭଳି ପଦକ୍ଷେପ ଯୋଗୁ ଭାରତୀୟ ଅର୍ଥନୀତି ଅତୁଟ ରହିଛି। ସ୍ଥାୟୀ ଅଭିବୃଦ୍ଧି ଧାରା ବଜାୟ ରଖିବା ନିମନ୍ତେ ସେ ବଜେଟରେ କେତେକ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।
୨୦୨୭ ଆର୍ଥିକ ବର୍ଷର ବଜେଟ ଏକ ଜଟିଳ ପୃଷ୍ଠଭୂମି ମଧ୍ୟରେ ପ୍ରସ୍ତୁତ ହୋଇଛି। ଘରୋଇ ଚାହିଦା ବଢ଼ିବା ସହ ଉଚ୍ଚ ମୁଦ୍ରାସ୍ଫୀତି ହ୍ରାସ ପାଇଥିବାବେଳେ ଭୂରାଜନୈତିକ ଉତ୍ତେଜନା, ସାମଗ୍ରୀଗୁଡ଼ିକର ଦରଦାମ୍ରେ ଅସ୍ଥିରତା ଏବଂ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଅସମାନ ମୁଦ୍ରାନୀତି ଶିଥିଳତା ଆଦି ବୈଶ୍ୱିକ ଅସ୍ଥିରତା ଭବିଷ୍ୟତ ପରିଦୃଶ୍ୟକୁ ଅସ୍ପଷ୍ଟ କରିରଖିଛି। ଦେଶ ମଧ୍ୟରେ ସରକାର ଆର୍ଥତ୍କ ନିଅଣ୍ଟକୁ ନିମ୍ନମୁଖୀ ପଥରେ ରଖିବା ସହିତ ଖର୍ଚ୍ଚ ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ପୁଞ୍ଜି ବ୍ୟୟ ବଢ଼ାଇବା ନେଇ ଚାପର ସମ୍ମୁଖୀନ ହେଉଛନ୍ତି। ତେବେ ଟିକସ ହ୍ରାସ କାରଣରୁ ସରକାରଙ୍କ ରାଜସ୍ବ କମିଛି, ଯାହାକୁ ନୂଆ ବଜେଟରେ ଅର୍ଥନୀତିକୁ ସମର୍ଥନ ଦେବାରେ ଅର୍ଥମନ୍ତ୍ରୀଙ୍କ ବିକଳ୍ପଗୁଡ଼ିକୁ ସୀମିତ କରିଦେଇଛି। ବିଶେଷକରି ବୃଦ୍ଧି ପାଉଥିବା ଅନିଶ୍ଚିତତା, ସଙ୍କଟରେ ଥିବା ଆର୍ଥତ୍କ ବଜାର ଏବଂ ବିଶ୍ୱ ପଣ୍ୟ ମୂଲ୍ୟରେ କ୍ରମାଗତ ବୃଦ୍ଧି କାରଣରୁ ଅଭିବୃଦ୍ଧିକୁ ଆଗେଇନେବା ଭଳି କାରକ ଖୋଜି ବାହାର କରିବା ଅର୍ଥମନ୍ତ୍ରୀଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

