ମୋଦିଙ୍କ ବଡ଼ ବିଜୟ: ଜାଣନ୍ତୁ ଚାଇନା ଗସ୍ତର ୧୦ ବଡ଼ ଘଟଣା

ବେଜିଂ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ଗସ୍ତ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରାଯାଇଥିବା ଦୃଷ୍ଟିରୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଇନା ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଆତଙ୍କବାଦ ଉପରେ ପାକିସ୍ତାନକୁ କୋଣଠେସା କରିଥିଲେ ଏବଂ BRI ଉପରେ ଚାଇନାକୁ ବାର୍ତ୍ତା ମଧ୍ୟ ଦେଇଥିଲେ। ଭାରତ ଚାଇନା ଏବଂ ରୁଷିଆ ସହିତ ସମାନ ମଞ୍ଚରେ ଆସିବା ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ SCO ସମ୍ମିଳନୀର ୧୦ ଗୁରୁତ୍ୱପୂର୍ଣ୍ଣ
ଦିଗ।
୧- ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୩୧ ତାରିଖରେ ଜାପାନରୁ ଚାଇନାର ତିଆନଜିନ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଲାଲ କାର୍ପେଟରେ ଭବ୍ୟ ସ୍ବାଗତ କରାଯାଇଥିଲା। ଚାଇନାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦମ୍‌ଦାର ସ୍ବାଗତ କରିଥିଲେ। SCO ସମ୍ମିଳନୀର ଫଟୋ ସେସନ୍‌ରେ, ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଧାଡ଼ିରେ ଠିଆ ହୋଇଥିଲେ, ଯେଉଁଠାରେ ସି ଜିନ୍‌ପିଙ୍ଗ ଏବଂ ଭ୍ଲାଦିମିର ପୁଟିନ ଠିଆ ହୋଇଥିଲେ। ସେମାନଙ୍କ ବ୍ୟତୀତ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ, ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ପ୍ରଥମ ଧାଡ଼ିରେ ଠିଆ ହୋଇଥିଲେ।

୨- SCO ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ମୋଦି, ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିଙ୍କେ ମଧ୍ୟରେ ଏକ ବଫ ମିଳନ ଦେଖାଯାଇଥିଲା। ତିନି ନେତା ଏକାଠି ଠିଆ ହୋଇ ପରସ୍ପର ସହିତ ହସି ହସି କଥା ହେଉଥିଲେ।

3- ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ ସମୟରେ ଏକ ଅନନ୍ୟ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ପୁଟିନ ଏକାଠି କଥାବାର୍ତ୍ତା କରି ଆଗକୁ ବଢ଼ୁଥିବା ସମୟରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏକ କୋଣରେ ଠିଆ ହୋଇଥିଲେ। ଏହି ସମୟରେ ସେ ବହୁତ ଉତ୍ତେଜନାପୂର୍ଣ୍ଣ ଦେଖାଯାଉଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

୪- SCO ଶିଖର ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଉଲ୍ଲେଖ କରି ପାକିସ୍ତାନକୁ କଡ଼ା ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଭାରତ ଆତଙ୍କବାଦର ଶିକାର ହେଉଛି। ମା’ମାନେ ସେମାନଙ୍କ ପିଲାମାନଙ୍କୁ ହରାଇଛନ୍ତି ଏବଂ ଅନେକ ପିଲା ଅନାଥ ହୋଇଯାଇଛନ୍ତି। ନିକଟରେ ଆମେ ପହଲଗାମରେ ଆତଙ୍କର ଏକ ଅତ୍ୟନ୍ତ ଘୃଣ୍ୟ ରୂପ ଦେଖିଲୁ। ଏହି ଦୁଃଖର ମୁହୂର୍ତ୍ତରେ ଆମ ସହିତ ଠିଆ ହୋଇଥିବା ବନ୍ଧୁ ଦେଶମାନଙ୍କୁ ମୁଁ ମୋର କୃତଜ୍ଞତା ଜଣାଉଛି। ଏହି ଆକ୍ରମଣ କେବଳ ଭାରତର ଆତ୍ମା ଉପରେ ନୁହେଁ, ବରଂ ମାନବତାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଦେଶ ଏବଂ ବ୍ୟକ୍ତି ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏପରି ପରିସ୍ଥିତିରେ, କିଛି ଦେଶ ଦ୍ୱାରା ଆତଙ୍କବାଦକୁ ଖୋଲା ସମର୍ଥନ ଗ୍ରହଣ କରିବା କ’ଣ ଆମେ ଗ୍ରହଣ କରିପାରିବୁ କି ନାହିଁ ଏହି ପ୍ରଶ୍ନ ଉଠିବା ସ୍ବାଭାବିକ। ଆମକୁ ସ୍ପଷ୍ଟ ଏବଂ ଏକ ସ୍ବରରେ କହିବାକୁ ପଡିବ ଯେ, ଆମେ ଆତଙ୍କବାଦ ଉପରେ କୌଣସି ଦ୍ୱୈତ ମାନଦଣ୍ଡ ଗ୍ରହଣ କରିବୁ ନାହିଁ। ଏହା ମାନବତା ପ୍ରତି ଆମର ଦାୟିତ୍ୱ।’

୫- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୁଟିନଙ୍କ ମଧ୍ୟରେ ସମ୍ପର୍କ କିପରି ଅଛି ତାହା ତିଆନଜିନର ଏକ ଫଟୋରୁ ବୁଝିହେବ। ଏହି ଫଟୋରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନ ଗୋଟିଏ କାରରେ ଏକାଠି ବସିଥିଲେ। ଏହି ସମୟରେ, ଉଭୟ ନେତା କଥାବାର୍ତ୍ତା କରୁଥିବା ଦେଖାଯାଇଥିଲା। ପୁଟିନ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଯିବାକୁ ଯାଉଥିଲେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ, ରୁଷିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୧୦ ମିନିଟ ଅପେକ୍ଷା କରିଥିଲେ, ଯାହା ଦ୍ୱାରା ପ୍ରଧାନମନ୍ତ୍ରୀ ତାଙ୍କ ସହିତ ଯୋଗ ଦେଇପାରିବେ। ଏହା ପରେ, ଉଭୟ ନେତା ଗୋଟିଏ କାରରେ ଦ୍ୱିପାକ୍ଷିକ ଆଲୋଚନା ସ୍ଥାନକୁ ଯାଇଥିଲେ।

୬- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନାରେ କହିଥିଲେ, ଭାରତ ଏବଂ ରୁଷିଆ ସବୁବେଳେ ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ଆମର ଘନିଷ୍ଠ ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ପାଇଁ ନୁହେଁ, ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହଥିଲେ ଯେ, ଆମେ ୟୁକ୍ରେନରେ ଚାଲିଥିବା ସଂଘର୍ଷ ବିଷୟରେ ନିରନ୍ତର ଆଲୋଚନା କରୁଛୁ। ଆମେ ଶାନ୍ତି ପାଇଁ ସାମ୍ପ୍ରତିକ ସମସ୍ତ ପ୍ରୟାସକୁ ସ୍ବାଗତ କରୁଛୁ। ଏହି ଆଲୋଚନା ସମୟରେ, ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ତାଙ୍କର ବନ୍ଧୁ’ ବୋଲି କହିଥିଲେ।

୭- ଦ୍ୱିପାକ୍ଷିକ ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ଭାରତ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ସେ କହିଥିଲେ, ମୁଁ ସର୍ବଦା ଆପଣଙ୍କୁ ଭେଟିବା ଏକ ସ୍ମରଣୀୟ ଅଭିଜ୍ଞତା ହୋଇଛି। ଆମେ ଅନେକ ବିଷୟରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ପାଇଲୁ। ଆମେ ନିରନ୍ତର ଯୋଗାଯୋଗରେ ରହିଛୁ। ନିୟମିତ ଭାବରେ ଉଭୟ ପକ୍ଷ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଥିବା ଆମର ୨୩ତମ ଶିଖର ସମ୍ମିଳନୀ ପାଇଁ ୧୪୦ କୋଟି ଭାରତୀୟ ଆପଣଙ୍କ ଅପେକ୍ଷାରେ ଅଛନ୍ତି।

୮- ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ କହିଛନ୍ତି, ମୁଁ ଆପଣଙ୍କୁ ଭେଟି ବହୁତ ଖୁସି। SCO ବିଶ୍ୱ ଦକ୍ଷିଣ ଏବଂ ପୂର୍ବର ଦେଶଗୁଡ଼ିକୁ ଏକତ୍ର କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ। ଡିସେମ୍ବର ୨୧, ୨୦୨୫ ହେଉଛି ଭାରତ-ରୁଷିଆ ସମ୍ପର୍କକୁ ‘ବିଶେଷ ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତା’ ଭାବରେ ବିକାଶର ୧୫ତମ ବାର୍ଷିକୀ। ଆମର ବହୁମୁଖୀ ସମ୍ପର୍କ ରହିଛି। ଆଜିର ବୈଠକ ଭାରତ-ରୁଷିଆ ସମ୍ପର୍କକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି। ରୁଷିଆ ଏବଂ ଭାରତ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି।

୯- ସାଂଘାଇ ସହଯୋଗ ସଂଗଠନ (SCO) ଘୋଷଣାପତ୍ରରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି। ଘୋଷଣାପତ୍ରରେ ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ ଏବଂ ଆହତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରାଯାଇଛି। ଘୋଷଣାପତ୍ରରେ ଆହୁରି କୁହାଯାଇଛି ଯେ, ଏପରି ଆକ୍ରମଣର ଦୋଷୀ, ଆୟୋଜକ ଏବଂ ପ୍ରାୟୋଜକଙ୍କୁ ନ୍ୟାୟ ପ୍ରଦାନ କରାଯିବା ଉଚିତ।

୧୦- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଚାଇନା ଗସ୍ତକୁ ସଫଳ ବୋଲି କହି କହିଛନ୍ତି। ଏହି ଗସ୍ତ ସମୟରେ ମୁଁ SCO ସମ୍ମିଳନୀରେ ଅଂଶଗ୍ରହଣ କରିଥିଲି ଏବଂ ବିଭିନ୍ନ ବିଶ୍ୱ ନେତାଙ୍କ ସହ ଆଲୋଚନା କରିଥିଲି। ମୁଁ ପ୍ରମୁଖ ବିଶ୍ୱ ପ୍ରସଙ୍ଗ ଉପରେ ଭାରତର ଦୃଷ୍ଟିକୋଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲି। ଏହି ଶିଖର ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ମୁଁ ରାଷ୍ଟ୍ରପତି ସି ଜିନପିଙ୍ଗ, ଚାଇନା ସରକାର ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?