Posted inରାଜ୍ୟ

ମୁଖ୍ୟମନ୍ତ୍ରୀ ମୋହନ, ଉପମୁଖ୍ୟମନ୍ତ୍ରୀ କନବର୍ଦ୍ଧନଙ୍କୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୮।୭: ଶନିବାର ନୂଆଦିଲ୍ଲୀରେ ଭାଜପା ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରିଛନ୍ତି। ନିର୍ବାଚନ ସମୟରେ ଦଳ ପକ୍ଷରୁ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ବୈଠକରେ ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ଭାଜପା ପ୍ରଥମ ଥର କ୍ଷମତାକୁ ଆସିଥିବା ବେଳେ ଦଳ ଓ ସରକାରଙ୍କ ମଧ୍ୟରେ କିଭଳି ସମନ୍ଵୟ ରକ୍ଷା ହେବ, ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା କିଭଳି ଘରେ ଘରେ ପହଞ୍ଚିବ, ଲୋକମାନେ କିପରି କେନ୍ଦ୍ରରେ ଉପକୃତ ହେବେ ଏବଂ ଯୋଜନା ସବୁତକ ତୃଣମୂଳ ସ୍ତରରେ ପହଞ୍ଚିବ ସେନେଇ ବୈଠକରେ ଚର୍ଚ୍ଚା ହୋଇଥିଲା।

ସେହିପରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହିତ ଲୋକଙ୍କୁ ସୁଶାସନ ଦିଆଯାଇପାରିବ ତା’ଉପରେ ବିଶେଷ ଭାବେ ଜୋର ଦେବାକୁ ସମସ୍ତ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କେନ୍ଦ୍ରୀୟ ନେତୃତ୍ବ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ସଂଗଠନ ସ‌ହ ନିୟମିତ ଭାବେ ସମନ୍ବୟ ରଖିବାକୁ ବିଶେଷ ଭାବେ କହିଛନ୍ତି। ଏହି ଅବସରରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ନିଜ ନିଜ ରାଜ୍ୟର ସମସ୍ୟା ସମ୍ପର୍କରେ କେନ୍ଦ୍ରୀ କନ୍ଦ୍ରୀୟ ନେତୃତ୍ବଙ୍କୁ ଅବଗତ କରାଇଥିଲେ ।

ଶନିବାର ସନ୍ଧ୍ୟାରେ ଭାଜପା ମୁଖ୍ୟାଳୟଠାରେ ଭାଜପା ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ଯକ୍ଷତା କରିଥିଲେ। ମୁଖ୍ୟମନ୍ତ୍ରୀ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଭାଜପା ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଭାଗ ନେଇଥିଲେ। ଏହି ବୈଠକ ରବିବାର ମଧ୍ୟ ଚାଲୁ ରହିବ। ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଦଳର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

ଏଣିକି ଅଣ୍ଡା ଉପରେ ଏବେ ଲାଗିବ ଏକ୍ସପାଏରୀ ଡେଟ୍‌, ସରକାର ଆଣୁଛନ୍ତି ନୂଆ ନିୟମ

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ଅଣ୍ଡା ଉତ୍ପାଦକମାନେ ୧ ଏପ୍ରିଲରୁ ପ୍ରତ୍ୟେକ ଅଣ୍ଡାରେ…

SCB ମେଡିକାଲ ଅଗ୍ନିକାଣ୍ଡ: ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କଟକ,୧୭।୩: କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ।…

ଇସ୍ତଫା ଦିଅନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀ: ନବୀନଙ୍କ ଦାବି

ଭୁବନେଶ୍ୱର,୧୭।୩: SCB ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ…

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri