Posted inଜାତୀୟ

ମନ୍ତ୍ରୀଙ୍କୁ ମୋଦିଙ୍କ ତାଗିଦ୍‌, ନିର୍ବାଚନ ହେଉଥିବା ରାଜ୍ୟକୁ ଦିଅ ପ୍ରାଥମିକତା…

ନୂଆଦିଲ୍ଲୀ,୭।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶ,ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସମସ୍ତ ମନ୍ତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେବା ସହିତ ତାଗିଦ୍‌ କରିଛନ୍ତି। ପ୍ରାଥମିକତା ଭିତ୍ତିରେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ପ୍ରସ୍ତାବିତ ସମସ୍ତ କାର୍ଯ୍ୟ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଦିନ ବୈଠକ କରାଯାଉଛି। ବିଶେଷକରି ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ବିକାଶ କାର୍ଯ୍ୟ ସମ୍ବନ୍ଧରେ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି ।

ଇତିମଧ୍ୟରେ କେତେକ ଗଣମାଧ୍ୟମ ସଂସ୍ଥାପକ୍ଷରୁ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡିକରେ ସର୍ଭେ କରାଯାଇଛି। ସର୍ଭେ ଅନୁଯାୟୀ, ଉତ୍ତରପ୍ରଦେଶରେ ଭାଜପା ୨୫୯ରୁ ୨୬୭ଟି ଆସନ ପାଇବାର ଆଶା ରହିଛି। ସେହିପରି ସମାଜବାଦ ପାର୍ଟିକୁ ୧୦୯ରୁ ୧୧୭ ଆସନ, ବିଏସପିକୁ ୧୨ରୁ ୧୬, କଂଗ୍ରେସ କୁ ୩ରୁ ୭ ଏବଂ ଅନ୍ୟାନ୍ୟଙ୍କୁ ୬ରୁ ୧୦ ଆସନ ମିଳିବାର ଆଶା ରହିଛି।

ଆମ ଆଦମୀ ପାର୍ଟି (ଏଏପି) ପଞ୍ଜାବର ସବୁଠାରୁ ବଡ ଦଳ ଭାବରେ ଉଭା ହୋଇପାରେ। ପଞ୍ଜାବର ୧୧୭ ଟି ବିଧାନସଭା ଆସନ ମଧ୍ୟରୁ ଏଏପିକୁ ୫୧ରୁ ୫୭ ଆସନ ମିଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୩୮ ରୁ ୪୬, ଶିରୋମଣି ଅକାଳୀ ଦଳକୁ ୧୬ରୁ ୨୪ ଆସନ ମିଳିବାର ଆଶା ରହିଛି। ସେହିପରି ଭାଜପା ସହିତ ଅନ୍ୟ ଦଳଙ୍କୁ ଶୂନରୁ ୧ ପର୍ଯ୍ୟନ୍ତ ଆସନ ମିଳିବାର ସମ୍ଭାବନା ରହିଛି।

ଉତ୍ତରାଖଣ୍ଡରେ ଭାଜପା ୪୪ ରୁ ୪୮ଟି ଆସନ, କଂଗ୍ରେସ ୧୯ ରୁ ୨୩ ଆସନ, ଆମ ଆଦମୀ ପାର୍ଟି ଶୂନ ରୁ ୪ ଟି ଆସନ ଏବଂ ଅନ୍ୟ ଦଳ ଶୂନ ରୁ ୨ ଟି ଆସନ ପାଇବ ବୋଲି ଆଶା କରାଯାଉଛି। ଗୋଆରେ ଭାଜପା ଖାତାକୁ ୨୨ ରୁ ୨୬ ଆସନ, କଂଗ୍ରେସ ୩ରୁ ୭ ଆସନ, ଆମ ଆଦମୀ ପାର୍ଟି ୪ରୁ ୮ ଏବଂ ଦଳ ୩ରୁ ୭ ଆସନରେ ବିଜୟୀ ହୋଇ ପାରନ୍ତି। ସେହିପରି ମଣିପୁରରେ କଂଗ୍ରେସକୁ ୧୮ ରୁ ୨୨ ଆସନ, ବିଜେପି ମିଳିତ ମଞ୍ଚକୁ ୩୨ ରୁ ୩୬, ଏନ୍‌ପିଏଫ୍‌କୁ ୨ରୁ ୬ ଏବଂ ଅନ୍ୟ ଦଳଙ୍କୁ ଶୂନରୁ ୪ଟି ଆସନ ମିଳିବାର ଆଶା ଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri