Posted inଜାତୀୟ

ମୋଦିଙ୍କ ୯ ବର୍ଷ ଶାସନରେ ଗରିବଙ୍କ ଉନ୍ନତି ଘଟିନି

ନୂଆଦିଲ୍ଲୀ, ୨୯।୫: ମୋଦି ସରକାର ଗତ ସପ୍ତାହରେ ୯ ବର୍ଷ ପୂରଣ କରିଛି। ଏହି ସମୟରେ ଦେଶରେ ମୁଦ୍ରାସ୍ଫୀତି ଜରିଆରେ ସରକାର ଲୋକଙ୍କ ଆୟକୁ ଲୁଟି ନେଇଛନ୍ତି। କିନ୍ତୁ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇଛି ବୋଲି ସରକାର ଗର୍ବର ସହ ଦାବି କରୁଛନ୍ତି। ବାସ୍ତବରେ ଦେଖିଲେ ମୋଦିଙ୍କ ଶାସନ କାଳରେ ଗରିବଙ୍କ ଆଦୌ ଉନ୍ନତି ଘଟି ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖାର୍ଗେ ସୋମବାର ହିନ୍ଦୀରେ ଟୁଇଟ୍‌ କରି ଅଭିଯୋଗ କରିଛନ୍ତି।
ଆସନ୍ତା କିଛି ଦିନ ପରେ ସରକାରରେ ଥିବା ମନ୍ତ୍ରୀ ଓ ପ୍ରଶଂସକମାନେ ମୋଦି ସରକାରଙ୍କ ତଥାକଥିତ ସଫଳତା ନେଇ ଉତ୍ସବ ପାଳନ କରିବେ ବୋଲି କଂଗ୍ରେସ ପକ୍ଷରୁ କଟାକ୍ଷ କରି କୁହାଯାଇଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ମୋଦି ସରକାରଙ୍କ ଅମଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବହୁଗୁଣ ବଢ଼ିଯାଇଛି। କେନ୍ଦ୍ର ସରକାରରେ ଥିବା ମନ୍ତ୍ରୀମାନେ ସରକାରଙ୍କ ସଫଳତାକୁ ବଡ଼ ଆକାରରେ ଦର୍ଶାଇବାର ସବୁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। କିନ୍ତୁ ଗରିବମାନଙ୍କ ଅବସ୍ଥା ମୋଦିଙ୍କ ୯ ବର୍ଷ ଶାସନ ସମୟରେ ଦୟନୀୟ ହୋଇଛି ବୋଲି ରମେଶ କହିଛନ୍ତି। ୨୦୧୪ରୁ ମୋଦି କ୍ଷମତାକୁ ଆସିବା ପରେ କୃଷି ଶ୍ରମିକଙ୍କ ମଜୁରି ହାର ବୃଦ୍ଧି ୦.୮ ପ୍ରତିଶତ ରହିଥିବା ବେଳେ ଅଣ-କୃଷି ଶ୍ରମିକଙ୍କ ୦.୨ ପ୍ରତିଶତ ଏବଂ ନିର୍ମାଣ ଶ୍ରମିକଙ୍କ ମଜୁରି ବିଯୁକ୍ତ ୦.୦୨ ପ୍ରତିଶତ ହୋଇଛି। ଇତିମଧ୍ୟରେ ଏଲ୍‌ପିଜିରେ ୧୬୯%, ପେଟ୍ରୋଲ ୫୭%, ଡିଜେଲ ୭୮%, ସୋରିଷ ତେଲ ୫୮%, ଅଟା ୫୬% ଏବଂ କ୍ଷୀର ମୂଲ୍ୟ ୫୧% ବଢ଼ିଛି ବୋଲି ରମେଶ ଟୁଇଟ୍‌ କରି କହିଛନ୍ତି। ୨୦୧୪ ପରେ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ୧,୨୨୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ ତଥ୍ୟ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ ୯ ବର୍ଷ ପୂରଣ କରିଥିବାରୁ କଂଗ୍ରେସ ଗତ ସପ୍ତାହରେ ମୂଲ୍ୟବୃଦ୍ଧି, ବେକାର ସଂଖ୍ୟା ବୃଦ୍ଧି, କୃଷକଙ୍କ ଆୟ ସଂକ୍ରାନ୍ତ ୯ଟି ପ୍ରଶ୍ନ ପଚାରିବା ସହିତ ଏହି ସମୟ ମଧ୍ୟରେ ଦିଆଯାଇଥିବା ଧୋକା ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଥିଲା।
ସୂଚନାଯୋଗ୍ୟ, ୨୬ ମେ’ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ୯ ବର୍ଷ ଶେଷ କରିଛି। ଏହି କାଳଖଣ୍ଡରେ ଏନ୍‌ଡିଏ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାମଗ୍ରିକ ବିକାଶ ସହିତ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ହାସଲ କରିଥିବା ବିଷୟକୁ ଦର୍ଶାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri