Posted inଜାତୀୟ

ମୋଦିଙ୍କ ୯ ବର୍ଷ ଶାସନରେ ଗରିବଙ୍କ ଉନ୍ନତି ଘଟିନି

ନୂଆଦିଲ୍ଲୀ, ୨୯।୫: ମୋଦି ସରକାର ଗତ ସପ୍ତାହରେ ୯ ବର୍ଷ ପୂରଣ କରିଛି। ଏହି ସମୟରେ ଦେଶରେ ମୁଦ୍ରାସ୍ଫୀତି ଜରିଆରେ ସରକାର ଲୋକଙ୍କ ଆୟକୁ ଲୁଟି ନେଇଛନ୍ତି। କିନ୍ତୁ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇଛି ବୋଲି ସରକାର ଗର୍ବର ସହ ଦାବି କରୁଛନ୍ତି। ବାସ୍ତବରେ ଦେଖିଲେ ମୋଦିଙ୍କ ଶାସନ କାଳରେ ଗରିବଙ୍କ ଆଦୌ ଉନ୍ନତି ଘଟି ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖାର୍ଗେ ସୋମବାର ହିନ୍ଦୀରେ ଟୁଇଟ୍‌ କରି ଅଭିଯୋଗ କରିଛନ୍ତି।
ଆସନ୍ତା କିଛି ଦିନ ପରେ ସରକାରରେ ଥିବା ମନ୍ତ୍ରୀ ଓ ପ୍ରଶଂସକମାନେ ମୋଦି ସରକାରଙ୍କ ତଥାକଥିତ ସଫଳତା ନେଇ ଉତ୍ସବ ପାଳନ କରିବେ ବୋଲି କଂଗ୍ରେସ ପକ୍ଷରୁ କଟାକ୍ଷ କରି କୁହାଯାଇଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ମୋଦି ସରକାରଙ୍କ ଅମଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବହୁଗୁଣ ବଢ଼ିଯାଇଛି। କେନ୍ଦ୍ର ସରକାରରେ ଥିବା ମନ୍ତ୍ରୀମାନେ ସରକାରଙ୍କ ସଫଳତାକୁ ବଡ଼ ଆକାରରେ ଦର୍ଶାଇବାର ସବୁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। କିନ୍ତୁ ଗରିବମାନଙ୍କ ଅବସ୍ଥା ମୋଦିଙ୍କ ୯ ବର୍ଷ ଶାସନ ସମୟରେ ଦୟନୀୟ ହୋଇଛି ବୋଲି ରମେଶ କହିଛନ୍ତି। ୨୦୧୪ରୁ ମୋଦି କ୍ଷମତାକୁ ଆସିବା ପରେ କୃଷି ଶ୍ରମିକଙ୍କ ମଜୁରି ହାର ବୃଦ୍ଧି ୦.୮ ପ୍ରତିଶତ ରହିଥିବା ବେଳେ ଅଣ-କୃଷି ଶ୍ରମିକଙ୍କ ୦.୨ ପ୍ରତିଶତ ଏବଂ ନିର୍ମାଣ ଶ୍ରମିକଙ୍କ ମଜୁରି ବିଯୁକ୍ତ ୦.୦୨ ପ୍ରତିଶତ ହୋଇଛି। ଇତିମଧ୍ୟରେ ଏଲ୍‌ପିଜିରେ ୧୬୯%, ପେଟ୍ରୋଲ ୫୭%, ଡିଜେଲ ୭୮%, ସୋରିଷ ତେଲ ୫୮%, ଅଟା ୫୬% ଏବଂ କ୍ଷୀର ମୂଲ୍ୟ ୫୧% ବଢ଼ିଛି ବୋଲି ରମେଶ ଟୁଇଟ୍‌ କରି କହିଛନ୍ତି। ୨୦୧୪ ପରେ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ୧,୨୨୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ ତଥ୍ୟ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ ୯ ବର୍ଷ ପୂରଣ କରିଥିବାରୁ କଂଗ୍ରେସ ଗତ ସପ୍ତାହରେ ମୂଲ୍ୟବୃଦ୍ଧି, ବେକାର ସଂଖ୍ୟା ବୃଦ୍ଧି, କୃଷକଙ୍କ ଆୟ ସଂକ୍ରାନ୍ତ ୯ଟି ପ୍ରଶ୍ନ ପଚାରିବା ସହିତ ଏହି ସମୟ ମଧ୍ୟରେ ଦିଆଯାଇଥିବା ଧୋକା ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଥିଲା।
ସୂଚନାଯୋଗ୍ୟ, ୨୬ ମେ’ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ୯ ବର୍ଷ ଶେଷ କରିଛି। ଏହି କାଳଖଣ୍ଡରେ ଏନ୍‌ଡିଏ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାମଗ୍ରିକ ବିକାଶ ସହିତ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ହାସଲ କରିଥିବା ବିଷୟକୁ ଦର୍ଶାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri