Posted inଜାତୀୟ

ଚିରାଗ ପାସଓ୍ବାନଙ୍କ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି ମୋଦିଜୀ, ୩ଜଣ ଏମ୍‌ପି ରହିଛନ୍ତି ଯୋଗାଯୋଗରେ…

ପାଟନା,୨୯।୮:ବିହାରର ରାଜନୈତିକ ମାହୋଲ ମଧ୍ୟରେ ଚିରାଗ ପାସଓ୍ବାନ ଓ ଭାଜପା ମଧ୍ୟରେ ଚାପା ଗୁଞ୍ଜରଣ ଜାରି ରହିଛି। ତେବେ ଶୁଣିବାକୁ ମିଳୁଛି କି, ଚିରାଗ ପାସଓ୍ବାନଙ୍କ ୩ଜଣ ଏମପି ଭାଜପା ସହ ଯୋଗାଯୋଗରେ ଅଛନ୍ତି। ୩ଜଣ ଯାକ ଜଣ ଜଣ କରି ପିଏମ ମୋଦିଙ୍କୁ ସାକ୍ଷାତ କରି ସାରିଛନ୍ତି। ଏବେ ମୋଦିଜୀ ଏଲଜିପି ପାର୍ଟିକୁ ଭାଙ୍ଗି ଦଳର ଏମପିମାନଙ୍କୁ ନିଜ ପଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି ଦାବି କରିଛନ୍ତି ଆରଜେଡି ବିଧାୟକ ମୁକେଶ ରୋଶନ।

ସେ ଆହୁରି କହିଛନ୍ତି, ଭାରତୀୟ ଜନତା ପାର୍ଟିର ଏଭଳି କିଛି ଇତିହାସ ରହିଛି। ପ୍ରଥମେ ନିଜ ସହଯୋଗୀ ଦଳ ଭିଆଇପିର ୩ବିଧାୟକଙ୍କୁ ନିଜ ପାର୍ଟିକୁ ଆଣିଦେଲେ। ଏହାପରେ ଚିରାଗ ପାସଓ୍ବାନଙ୍କ ୫ଏମପିଙ୍କୁ ଆଣିଲେ। ସେହିପରି ନୀତିଶ କୁମାରଙ୍କ ପାର୍ଟିଙ୍କୁ ଭାଙ୍ଗିବା ପାଇଁ ପୁରା ଜୋର ଲଗାଇଦେଲେ। ଏବେ ଚିରାଗ ତାଙ୍କ ବିରୋଧରେ ଯାଇ ବିରୋଧୀଙ୍କୁ ସମର୍ଥନ କରୁଛନ୍ତି ତେଣୁ ତାଙ୍କ ପାର୍ଟି ଭାଙ୍ଗିବାକୁ ଲାଗି ପଡିଛନ୍ତି।

ମୁକେଶ ଆହୁରି କହିଛନ୍ତି, ଚିରାଗଙ୍କ ପାଖରେ ଏବେ ବି ସମୟ ଅଛି ସେ ତେଜସ୍ବୀଙ୍କୁ ସମର୍ଥନ ଦିଅନ୍ତୁ। ଯଦି ସେ ବିହାରର ବିକାଶ ପାଇଁ କାମ କରିବାକୁ ଚାହୁଁଛନ୍ତି ତେବେ ସେ ତେଜସ୍ବୀ ଯାଦବଙ୍କୁ ସମର୍ଥନ କରନ୍ତୁ।

ଯାହାକୁ କାଉଣ୍ଟର କରିଛନ୍ତି ଏଲଜେପି ନେତା। ଏଲଜେପି ନେତା ରାଜେଶ ବର୍ମା କହିଛନ୍ତି, ଆମର ପାର୍ଟି ଏକଜୁଟ ଅଛି। ଚିରାଗ ଆମକୁ ସୁଯୋଗ ଦେଇଛନ୍ତି ଆମେ ତାଙ୍କୁ ସମର୍ଥନ କରିଛୁ। ତାଙ୍କ ପ୍ରତି ବେଆଇନ ହେବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

Union Budget 2026: ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧।୨(ପି.ଟି.): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ତାଙ୍କର କ୍ରମାଗତ ୯ମ ବଜେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri