Posted inଜାତୀୟ

୨୦୨୪ରେ ‘ମୋଦି ବନାମ ଦିଦି’ ଶଙ୍ଖନାଦ, କଂଗ୍ରେସ ବୈଠକରୁ ଦୂରେଇଲା ତୃଣମୂଳ…

ନୂଆଦିଲ୍ଲୀ,୨୮।୧୧: ସଂସଦର ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଗୃହରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସୋମବାର କଂଗ୍ରେସ ବିରୋଧୀ ଦଳର ଏକ ବୈଠକ ଡାକିଛି। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଏହି ବୈଠକରେ ଯୋଗଦେବେ ନାହିଁ।

ରବିବାର ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟ ସ୍ପଷ୍ଟ କରିଛନ୍ତି ଯେ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକରେ ତାଙ୍କ ଦଳ ଯୋଗଦେବ ନାହିଁ। ଏଭଳି ପଦକ୍ଷେପ ଗ୍ରହଣ କରି ତୃଣମୂଳ ୨୦୨୪ରେ ‘ମୋଦି ବନାମ ଦିଦି’ ଶଙ୍ଖନାଦ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ‘ସୋନିଆ ଗାନ୍ଧୀ ବନାମ ଦିଦି’ ଜରୁରୀ ହୋଇ ପଡ଼ିଥିବା ରାଜନୈତିକ ସମୀକ୍ଷକଙ୍କ ପକ୍ଷରୁ କୁହାଯାଉଛି।

କଂଗ୍ରେସରୁ କେତେକ ସଦସ୍ୟ ତୃଣମୂଳରେ ଯୋଗଦେଇଥିବାରୁ ଏହାକୁ ନେଇ କଂଗ୍ରେସ କେତେକ ନେତାଙ୍କ ମଧ୍ୟରେ ଟିଏମସି ବିରୋଧରେ ତୀବ୍ର ଅସନ୍ତୋଷ ରହିଛି। ପଶ୍ଚିମବଙ୍ଗର କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ ମେଘାଳୟରେ କଂଗ୍ରେସ ସଦସ୍ୟଙ୍କ ଦଳବଦଳ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋନିଆ ଗାନ୍ଧୀଙ୍କ ଦ୍ୱାରା ଡକାଯାଇଥିବା କଂଗ୍ରେସ ନେତାଙ୍କ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି।

କୁହାଯାଉଛି ଯେ ଏହି ବୈଠକରେ ଅଧିର ରଞ୍ଜନଙ୍କ ସମେତ କିଛି କଂଗ୍ରେସ ନେତା ଶୀତକାଳୀନ ଅଧିବେଶନରେ ଟିଏମସିକୁ ସାଙ୍ଗରେ ନ ନେବାକୁ ନିବେଦନ କରିଛନ୍ତି। କିନ୍ତୁ ସୋନିଆ ଗାନ୍ଧୀ କହିଛନ୍ତି ଯେ ଦଳୀୟ ବ୍ୟାପାର ଭିନ୍ନ କଥା। ସଂସଦରେ ଜନସାଧାରଣଙ୍କ ହିତ ଏବଂ ଦେଶର ହିତ ଗୁରୁତ୍ୱପୂର୍ଣ୍ଣ।

ତେବେ ବର୍ତ୍ତମାନ ତୃଣମୂଳ କଂଗ୍ରେସ ବୈଠକରେ ଯୋଗଦେବାକୁ ମନା କରି ‘ସୋନିଆ ଗାନ୍ଧୀ ବନାମ ଦିଦି’ ରାଜନୈତିକ ସ୍ଥିତି ଉପରେ ମୋହର ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି।ତୃଣମୂଳର ଆକ୍ରମଣାତ୍ମକ ବିସ୍ତାର ମାଧ୍ୟମରେ ଜାତୀୟ ସ୍ତରରେ ଭାଜପା ଏବଂ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏକ ଦୃଢ଼ ବିକଳ୍ପ ଭାବରେ ନିଜକୁ ପ୍ରୋଜେକ୍ଟ କରିବା ପାଇଁ ମମତା ବାନାର୍ଜୀ ଏକ ମିଶନରେ ଅଛନ୍ତି। କିଛି ଦିନ ତଳେ ମମତା ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆସି ସୋନିଆଙ୍କୁ ଭେଟି ନ ଥିଲେ। ଯେତେବେଳେ ଏ ବିଷୟରେ ପଚରାଗଲା, ମମତା କହିଥିଲେ ଯେ ସୋନିଆଙ୍କୁ ପ୍ରତ୍ୟେକ ଥର ଭେଟିବା ଆବଶ୍ୟକ କି ?

ବାସ୍ତବରେ, ମମତା ବାନାର୍ଜୀ ଭଲଭାବେ ଜାଣିଛନ୍ତି ଯେ ଯଦି ୨୦୨୪ ରେ‘ମୋଦି ବନାମ ଦିଦି’ ଭାବରେ ପ୍ରୋଜେକ୍ଟ କରାଯାଏ, ତେବେ ତାଙ୍କ ବାଟ ପ୍ରଥମେ ‘ସୋନିଆ ଗାନ୍ଧୀ ବନାମ ଦିଦି’ ଦେଇ ଯିବା ଆବଶ୍ୟକ। ବର୍ତ୍ତମାନ ମମତା ସମାନ ପଥରେ ଗତି କରୁଛନ୍ତି। ସେଥିପାଇଁ ଦିଲ୍ଲୀ ଗସ୍ତ ସମୟରେ ମେଘାଳୟର ୧୭ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ବାଡ଼ ଡିଆଇଁବାରେ ସହଯୋଗ କରିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ବି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri