Posted inଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ୮ଥର ଗସ୍ତ

ବେଙ୍ଗାଲୁରୁ, ୧୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପା ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନୀ ଏବଂ ଅମିତ୍‌ ଶାହାଙ୍କ ସମେତ ୪୦ଜଣ ନେତାଙ୍କ ନାମ ରହିଛି।

ତେବେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ୪ମାସ ମଧ୍ୟରେ ୮ଥର କର୍ନାଟକ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହା ତାଙ୍କର ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ କର୍ନାଟକ ଗସ୍ତ। ଆଗାମୀ ଦିନରେ ସେ କର୍ନାଟକକୁ ଆହୁରି ଅନେକଥର ଗସ୍ତରେ ଯିବେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ଏପ୍ରିଲ ୯ରେ ସେଠାକ୍‌ୁ ଗସ୍ତ କରିଥିଲେ। ନିର୍ବାଚନ ପାଇଁ ଦଳର ଷ୍ଟାର ପ୍ରଚାରକ ଭାବେ ମୋଦି ଅତି କମ୍‌ରେ ଆହୁରି ୨୦ଟିି ରାଲି କରିବାର କୁହାଯାଉଛି। ସୂଚନା ମୁତାବକ, ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ କଂଗ୍ରେସ ଏବଂ ଜେଡିଏସ୍‌ର ଗଡ଼ ଥିବା ଜିଲାଗୁଡିକରେ ମୋଦି ୬ରୁ ୮ ତାରିଖ ଯାଏ ପ୍ରଚାର କରିପାରନ୍ତି।

ରାଜ୍ୟର ଶୀର୍ଷ ନେତାଙ୍କ କହିବାନୁସାରେ, ରାଜ୍ୟକୁ ନିର୍ବାଚନ ରାଲି ପାଇଁ ଯେଉଁ ୬ଟି କ୍ଷେତ୍ରରେ ବିଭକ୍ତ କରାଯାଇଛି ସେଠାରେ ପ୍ରଧାନମନ୍ତ୍ରୀ ୩ଟି ରାଲି କରିବାକୁ ଯୋଜନା କରିଛନ୍ତି। ତେବେ ଏଥିମଧ୍ୟରୁ ହାଇଦ୍ରାବାଦ-କର୍ନାଟକ ଅଞ୍ଚଳରେ ଯେଉଁଠାରେ ପ୍ରାୟ ୪୦ଟି ବିଧାନସଭା ସିଟ୍‌ ରହିଛି ସେଠାରେ ପ୍ରଧାନମନ୍ତ୍ରୀ ଅଧିକ ରାଲି କରିପାରନ୍ତି ସମ୍ଭାବନା ରହିଛି। ସୂଚନାଥାଉ କି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ଅଞ୍ଚଳର ଲୋକପ୍ରିୟ ନେତା। ଗତ ବିଧାନସଭା ନିର୍ବାଚନରେ ଭାଜପା ମାତ୍ର ୧୫ଟି ଆସନ ଏଠାରୁ ହାତେଇ ପାରିଥିଲା।

ଏଠାରେ କହି ରଖୁଛୁ କି, ଜାନୁୟାରୀ ୨୦୧୫ଠାରୁ ପ୍ରଧାନମନ୍ତ୍ରୀ ମୋଟ ୩୨ଥର କର୍ନାଟକ ଗସ୍ତ କରିଛନ୍ତି। ପ୍ରାୟ ୨୫ ପ୍ରତିଶତ ଗସ୍ତ ନିର୍ବାଚନ ବର୍ଷରେ ହିଁ ହୋଇଛି । ଦ୍ୱିତୀୟ ସର୍ବାଧିକ ଗସ୍ତ ୨୦୧୮ରେ ହୋଇଥିଲା। ସେହି ବର୍ଷ ମଧ୍ୟ ସେଠାରେ ନିର୍ବାଚନ ଥିଲା। ସେହି ବର୍ଷ ୭ଥର ଗସ୍ତ ମଧ୍ୟରୁ ୬ଥର ଗସ୍ତ ନିର୍ବାଚନ ପୂର୍ବରୁ ହୋଇଥିଲା। ତେବେ ମୋଦି ଏହାମଧ୍ୟରେ ୫ଥର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗସ୍ତ କରିଥିଲେ। ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ କିମ୍ବା ଭାଜପାର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସେ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri