Posted inଜାତୀୟ

ଲାଲକିଲ୍ଲାରୁ ମୋଦି କହିଦେଲେ ଏମିତି କଥା, ଥରିଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୧୫।୮: ୭୯ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ ଭାରତରେ ସ୍ବଦେଶୀ ଲଢ଼ୁଆ ବିମାନ ଇଞ୍ଜିନ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମର୍ନିଭରଶୀଳତା ଦିଗରେ ଏକ ବଡ଼ ପଦକ୍ଷେପ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଭାରତକୁ ବିଦେଶୀ ଯୋଗାଣକାରୀଙ୍କ ଉପରେ ର୍ନିଭରଶୀଳତା ହ୍ରାସ କରିବାକୁ ପଡିବ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରୟାସକୁ ଆହୁରି ତ୍ୱରାନୱିତ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ ଦେଶର ଯୁବ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ସମସ୍ତ ସରକାରୀ ବିଭାଗକୁ ଆହୱାନ କରିଥିଲେ ଯେ ଭାରତର ’ମେଡ ଇନ ଇଣ୍ଡିଆ’ ଲଢ଼ୁଆ ବିମାନ ପାଇଁ ଇଞ୍ଜିନ ମଧ୍ୟ ସମ୍ପୂର୍ଣ୍ଣ ସୱଦେଶୀ ହେବା ଉଚିତ।

ମୋଦି କହିଛନ୍ତି ଯେ ଭାରତର ନାଗରିକଙ୍କ ଝାଳ ଏବଂ ମାଟିରୁ ତିଆରି ଜିନିଷଗୁଡ଼ିକ ଭାରତର ଆତ୍ମର୍ନିଭରଶୀଳତାକୁ ମଜବୁତ କରେ। ସେ ଛୋଟ ବ୍ୟବସାୟୀମାନଙ୍କୁ ଦୋକାନଗୁଡ଼ିକରେ ସୱଦେଶୀ ସାମଗ୍ରୀର ଏକ ବୋର୍ଡ ଲଗାଇବାକୁ ଏବଂ ଦେଶରେ ତିଆରି ଉତ୍ପାଦଗୁଡ଼ିକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, “ଆମେ ବାଧ୍ୟବାଧକତାରେ ନୁହେଁ, ବରଂ ନିଜପଣ ସହ ସ୍ବଦେଶୀ ବ୍ୟବହାର କରିବୁ। ଏହା ଆମର ମନ୍ତ୍ର ହେବା ଉଚିତ।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଆଇଟି ଯୁଗରେ, ତଥ୍ୟ ଏବଂ ସାଇବର ସୁରକ୍ଷାର ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଭାରତରେ ଅପରେଟିଂ ସିଷ୍ଟମ, ସାଇବର ସୁରକ୍ଷା ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ପ୍ରଯୁକ୍ତିବିଦ୍ୟା ବିକାଶ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ, ଆଗାମୀ ବୈଦ୍ୟୁତିକ ଯାନ ଯୁଗ ବିଷୟରେ କହି ସେ କହିଥିଲେ ଯେ EV ବ୍ୟାଟେରୀ, ସୌର ପ୍ୟାନେଲ ଏବଂ EV ଭିତ୍ତିଭୂମି ପାଇଁ ଆବଶ୍ୟକ ସମସ୍ତ ଜିନିଷ ଭାରତରେ ହିଁ ତିଆରି ହେବା ଉଚିତ। ସେ ବିଶ୍ୱାସ କରନ୍ତି ଯେ ଦେଶର ଯୁବପିଢ଼ି ଏହି ସମସ୍ତ କ୍ଷେତ୍ରରେ ନବସୃଜନ ଏବଂ ଉତ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ।

ନାସିକ, ଯାହା ଏପର୍ଯ୍ୟନ୍ତ MiG ଏବଂ ସୁଖୋଇ ଭଳି ଲଢ଼ୁଆ ଜେଟ ଆସେମ୍ବଲି ପାଇଁ ଜଣାଶୁଣା ଥିଲା। ଏହା ଏବେ ଭାରତର ଆତ୍ମର୍ନିଭରଶୀଳ ପ୍ରତିରକ୍ଷା ଉତ୍ପାଦନର ନୂତନ ପରିଚୟ ହେବାକୁ ଯାଉଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ଏଠାରେ ଏହାର ତୃତୀୟ ହାଲୁକା ଯୁଦ୍ଧ ବିମାନ (LCA) ଉତ୍ପାଦନ ଲାଇନ ଆରମ୍ଭ କରିଛି। ଏହି ଉତ୍ପାଦନ ଲାଇନ ହେଉଛି ବେଙ୍ଗାଲୁରୁ ବାହାରେ ପ୍ରଥମ LCA ଉତ୍ପାଦନ ସୁବିଧା, ଯାହା ରଣନୈତିକ ଦୃଷ୍ଟିକୋଣରୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବେଙ୍ଗାଲୁରୁରେ ପୂର୍ବରୁ ଦୁଇଟି LCA ଉତ୍ପାଦନ ଲାଇନ ଅଛି, ଯାହାର ମିଳିତ ବାର୍ଷିକ କ୍ଷମତା 16ଟି ବିମାନ। ଏବେ ନାସିକର 8ଟି ବିମାନର ଅତିରିକ୍ତ ବାର୍ଷିକ କ୍ଷମତା ସହିତ, ଭାରତ ଗୋଟିଏ ବର୍ଷରେ ମୋଟ 24ଟି LCA ର୍ନିମାଣ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?