Posted inଜାତୀୟ

ସିଧା ଶୁଣାଇଦେଲେ ମୋଦି: କହିଲେ, ବିଶ୍ୱର କୌଣସି ଶକ୍ତି ଅନୁଚ୍ଛେଦ ୩୭୦କୁ କରିପାରିବ ନାହିଁ ପୁନଃ ଅବସ୍ଥାପିତ

ନାସିକ/ନୂଆଦିଲ୍ଲୀ,୯ା୧୧:ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଜୋର ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌କୁ ଟାର୍ଗେଟ କରିଛନ୍ତି। ଇଣ୍ଡିଆ ବ୍ଲକ୍‌ ଜମ୍ମୁ-କଶ୍ମୀରକୁ ସମ୍ବିଧାନ ପରିସର ବାହାରେ ରଖିବା ପାଇଁ ଚାହୁଁଥିବା ସେ କହିଛନ୍ତି। କେବଳ ଏତିକି ନୁହେଁ, ପୃଥିବୀରେ ଏଭଳି କୌଣସି ଶକ୍ତି ନାହିଁ, ଯିଏ ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବ ବୋଲି ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାସିକରେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଇଣ୍ଡିଆ ବ୍ଲକ୍‌ ନେତାମାନେ ଦଳିତ ଓ ଆଦିବାସୀଙ୍କୁ ଉସୁକାଇବା ପାଇଁ ସାଦା ବହି ଦେଖାଇ ତାକୁ ସମ୍ବିଧାନର ଆଖ୍ୟା ଦେଉଛନ୍ତି। କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ପାକିସ୍ତାନୀ କାର୍ଯ୍ୟସୂଚୀକୁ ପ୍ରୋତ୍ସାହିତ କରିବା ସହ ବିଚ୍ଛିନ୍ନତାବାଦୀଙ୍କ କଥା କହୁଛନ୍ତି। ତାଙ୍କ ଉପରେ ଲୋକଙ୍କ ଆଶୀର୍ବାଦ ଥିବାରୁ ବିରୋଧୀଙ୍କ ଏଭଳି ଏଜେଣ୍ଡା ସଫଳ ହେବ ନାହିଁ। କେବଳ ଆମ୍ବେଡ୍‌କରଙ୍କ ସମ୍ବିଧାନକୁ ଜମ୍ମୁ-କଶ୍ମୀର ମାନି ଚଳିବ। ଜମ୍ମୁ-କଶ୍ମୀର ବିଧାନସଭାରେ ଭାଜପା ବିଧାୟକମାନେ ସଂକଳ୍ପନାମାକୁ ବିରୋଧ କରି ବିକ୍ଷୋଭ କରୁଥିବାବେଳେ ଗୃହରୁ ସେମାନଙ୍କୁ ଧକ୍କା ମାରି ବାହାର କରିଦିଆଯାଇଥିଲା। କଂଗ୍ରେସ ଜାତି ତଥା ସମୁଦାୟଗୁଡ଼ିକୁ ବିଭାଜିତ କରି ବିପଜ୍ଜନକ ଖେଳ ଖେଳୁଛି। ଯଦି ତଫସିଲଭୁକ୍ତ ଜନଜାତି (ଏସ୍‌ଟି), ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏକତ୍ରିତ ହୁଅନ୍ତି, ତେବେ କଂଗ୍ରେସର ରାଜନୀତି ଶେଷ ହୋଇଯିବ। କଂଗ୍ରେସ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ଏକତାକୁ ଦୁର୍ବଳ କରିବା ସହ ଏହି ସମୁଦାୟଗୁଡ଼ିକୁ ପରସ୍ପର ବିରୋଧରେ ଲଢ଼ାଉଛି। ବର୍ତ୍ତମାନ ଗାନ୍ଧୀ-ନେହେରୁ ପରିବାରର ଚତୁର୍ଥ ପିଢ଼ିର ଯୁବରାଜ (ରାହୁଲ ଗାନ୍ଧୀ) ଜାତି ବିଭାଜନ ପାଇଁ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri