Posted inଜାତୀୟ

ସିଧା ଶୁଣାଇଦେଲେ ମୋଦି: କହିଲେ, ବିଶ୍ୱର କୌଣସି ଶକ୍ତି ଅନୁଚ୍ଛେଦ ୩୭୦କୁ କରିପାରିବ ନାହିଁ ପୁନଃ ଅବସ୍ଥାପିତ

ନାସିକ/ନୂଆଦିଲ୍ଲୀ,୯ା୧୧:ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଜୋର ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌କୁ ଟାର୍ଗେଟ କରିଛନ୍ତି। ଇଣ୍ଡିଆ ବ୍ଲକ୍‌ ଜମ୍ମୁ-କଶ୍ମୀରକୁ ସମ୍ବିଧାନ ପରିସର ବାହାରେ ରଖିବା ପାଇଁ ଚାହୁଁଥିବା ସେ କହିଛନ୍ତି। କେବଳ ଏତିକି ନୁହେଁ, ପୃଥିବୀରେ ଏଭଳି କୌଣସି ଶକ୍ତି ନାହିଁ, ଯିଏ ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବ ବୋଲି ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାସିକରେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଇଣ୍ଡିଆ ବ୍ଲକ୍‌ ନେତାମାନେ ଦଳିତ ଓ ଆଦିବାସୀଙ୍କୁ ଉସୁକାଇବା ପାଇଁ ସାଦା ବହି ଦେଖାଇ ତାକୁ ସମ୍ବିଧାନର ଆଖ୍ୟା ଦେଉଛନ୍ତି। କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ପାକିସ୍ତାନୀ କାର୍ଯ୍ୟସୂଚୀକୁ ପ୍ରୋତ୍ସାହିତ କରିବା ସହ ବିଚ୍ଛିନ୍ନତାବାଦୀଙ୍କ କଥା କହୁଛନ୍ତି। ତାଙ୍କ ଉପରେ ଲୋକଙ୍କ ଆଶୀର୍ବାଦ ଥିବାରୁ ବିରୋଧୀଙ୍କ ଏଭଳି ଏଜେଣ୍ଡା ସଫଳ ହେବ ନାହିଁ। କେବଳ ଆମ୍ବେଡ୍‌କରଙ୍କ ସମ୍ବିଧାନକୁ ଜମ୍ମୁ-କଶ୍ମୀର ମାନି ଚଳିବ। ଜମ୍ମୁ-କଶ୍ମୀର ବିଧାନସଭାରେ ଭାଜପା ବିଧାୟକମାନେ ସଂକଳ୍ପନାମାକୁ ବିରୋଧ କରି ବିକ୍ଷୋଭ କରୁଥିବାବେଳେ ଗୃହରୁ ସେମାନଙ୍କୁ ଧକ୍କା ମାରି ବାହାର କରିଦିଆଯାଇଥିଲା। କଂଗ୍ରେସ ଜାତି ତଥା ସମୁଦାୟଗୁଡ଼ିକୁ ବିଭାଜିତ କରି ବିପଜ୍ଜନକ ଖେଳ ଖେଳୁଛି। ଯଦି ତଫସିଲଭୁକ୍ତ ଜନଜାତି (ଏସ୍‌ଟି), ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏକତ୍ରିତ ହୁଅନ୍ତି, ତେବେ କଂଗ୍ରେସର ରାଜନୀତି ଶେଷ ହୋଇଯିବ। କଂଗ୍ରେସ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ଏକତାକୁ ଦୁର୍ବଳ କରିବା ସହ ଏହି ସମୁଦାୟଗୁଡ଼ିକୁ ପରସ୍ପର ବିରୋଧରେ ଲଢ଼ାଉଛି। ବର୍ତ୍ତମାନ ଗାନ୍ଧୀ-ନେହେରୁ ପରିବାରର ଚତୁର୍ଥ ପିଢ଼ିର ଯୁବରାଜ (ରାହୁଲ ଗାନ୍ଧୀ) ଜାତି ବିଭାଜନ ପାଇଁ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri