Posted inଜାତୀୟ

ମାର୍ଗଦର୍ଶକଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୩୦ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୦୦ତମ ଏପିସୋଡ୍‌ରେ ତାଙ୍କ ପରାମର୍ଶଦାତା ତଥା ମାର୍ଗଦର୍ଶକଙ୍କୁ ମନେ ପକାଇଛନ୍ତି। ଏହି ସମୟରେ ସେ ତାଙ୍କଠାରୁ ଯାହା ଶିଖିଛନ୍ତି, ତାହା ଏହି କାର୍ଯ୍ୟକ୍ରମ ମାଧ୍ୟମରେ କହିଛନ୍ତି। ମୋଦି କହିଛନ୍ତି, ମୋର ଜଣେ ଗାଇଡ୍‌ ଥିଲେ। ତାଙ୍କ ନାମ ଲକ୍ଷ୍ମଣରାଓ ଜୀ ଇନାମଦାର। ମୁଁ ତାଙ୍କୁ ଓକିଲ ସାହେବ କହୁଥିଲି।

ତାଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ସେ ସର୍ବଦା କହୁଥିଲେ ଯେ, ଅନ୍ୟର ଗୁଣକୁ ପୂଜା କରିବା ଉଚିତ। ଆପଣଙ୍କ ସହିତ କିମ୍ବା ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ଯିଏ ହେଉନା କାହିଁକି, ଆମେ ସେମାନଙ୍କର ଭଲ ଗୁଣ ଜାଣିବାକୁ ଚେଷ୍ଟା କରିବା ଏବଂ ସେମାନଙ୍କଠାରୁ ଶିଖିବା ଉଚିତ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ତାଙ୍କର ଏହି କଥା ମୋତେ ସର୍ବଦା ପ୍ରେରଣା ଦେଇଆସିଛି’।

ସେ କହିଛନ୍ତି, ’ପଚାଶ ବର୍ଷ ପୂର୍ବେ ମୁଁ ମୋ ଘର ଛାଡ଼ି ନ ଥିଲି କାରଣ ଦିନେ ମୋ ନିଜ ଦେଶର ଲୋକଙ୍କ ସହ ଯୋଗାଯୋଗ କରିବା କଷ୍ଟକର ହୋଇଯିବ। ଦେଶବାସୀ ଯେଉଁମାନେ ମୋର ସବୁକିଛି, ମୁଁ ସେମାନଙ୍କୁ କାଟି ବଞ୍ଚିପାରିଲି ନାହିଁ । ‘ମନ୍‌ କି ବାତ୍‌’ ମୋତେ ଏହି ଚ୍ୟାଲେଞ୍ଜର ସମାଧାନ ଦେଇଛି।

ମୋଦି କହିଛନ୍ତି, ମୋର ମନେ ଅଛି ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେଠାରେ ସାଧାରଣ ଲୋକଙ୍କୁ ଭେଟିବା ସ୍ବାଭାବିକ ଥିଲା। କିନ୍ତୁ ୨୦୧୪ରେ ଦିଲ୍ଲୀ ଆସିବା ପରେ ମୁଁ ଜାଣିବାକୁ ପାଇଲି ଯେ, ଏଠାରେ ଜୀବନ ବହୁତ ଭିନ୍ନ ଅଟେ।

ଲକ୍ଷ୍ମଣରାଓଜୀ ଗୁଜରାଟର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ ସହିତ ଜଡ଼ିତ ଥିଲେ। ସେ ଗୁଜରାଟରେ ସଂଗଠନର ନୂତନ ଶାଖା ଖୋଲିବା ଏବଂ ଲୋକଙ୍କୁ ସେମାନଙ୍କ ସହ ଯୋଡ଼ିବା କାର୍ଯ୍ୟ କରୁଥିଲେ। ଲକ୍ଷ୍ମଣ ରାଓ ୨୧ ସେପ୍ଟେମ୍ବର ୧୯୧୭ରେ ମହାରାଷ୍ଟ୍ରର ସାତାରାଠାରେ ଜନ୍ମଗ୍ରହଣ କରିଥିଲେ। ୧୯୫୨ରେ ସଂଗଠନ ତାଙ୍କୁ ଗୁଜରାଟକୁ ପଠାଇଲା। ସେ ଆରଏସ୍‌ଏସ୍‌ର ପ୍ରଥମ ପ୍ରାନ୍ତ ପ୍ରଚାରକମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ସଂଗଠନକୁ ଡୋର୍‌ ଟୁ ଡୋର୍‌ ପର୍ଯ୍ୟନ୍ତ ନେବାରେ ସହାୟକ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri