Categories: ଜାତୀୟ

ପେଟ୍ରୋଲ-ଡିଜେଲ ଦାମ ବଢ଼ାଇ ୧୮ ଲକ୍ଷ କୋଟି ଆଦାୟ କରିଛନ୍ତି ମୋଦି: ସୋନିଆ

ନୂଆଦିଲ୍ଲୀ, ୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଗତ ୩ ମାସ ମଧ୍ୟରେ ପେଟ୍ରୋଲ-ଡିଜେଲ ଦାମ ୨୨ ଥର ବଢ଼ାଇ ୧୮ ଲକ୍ଷ କୋଟି ଟଙ୍କା ଲୋକଙ୍କଠାରୁ ଆଦାୟ କରିଛନ୍ତି। ସେହିପରି ୨୦୧୪ଠାରୁ ପେଟ୍ରୋଲ-ଡିଜେଲ ଉପରେ ୧୨ ଥର ଉତ୍ପାଦ ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି। ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରି ସମୟରେ ସରକାର ଜନସାଧାରଣ ସମସ୍ୟା ପୁଣି ବଢ଼ାଉଥିବା ସୋନିଆ କହିଛନ୍ତି।

Share