ପୁରୀ ଅଫିସ,୨୮।୩: ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ପୁଅ ରାହୁଲ ମହାରଣାଙ୍କୁ ପ୍ରଶଂସା କରିଛନ୍ତି। ରାହୁଲ ପୁରୀ-କୋଣାର୍କ ବେଳାଭୂମିକୁ ସ୍ବଚ୍ଛ କରି ସ୍ବଚ୍ଛ ଭାରତ ମିଶନରେ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ସାବାସି ଦେଇଛନ୍ତି।
ରବିବାର ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ ଆମ୍ବଡିହ ଗ୍ରାମର ରାହୁଲ ମହାରଣା ପ୍ରତି ରବିବାର ସକାଳୁ ପୁରୀର ତୀର୍ଥସ୍ଥଳୀ ପାଖରେ ପହଞ୍ଚତ୍ୟାଆନ୍ତି। ସେଠାରେ ଥିବା ପ୍ଲାଷ୍ଟିକ୍ ଆବର୍ଜନାକୁ ସଫା କରନ୍ତି। ବର୍ତ୍ତମାନ ସୁଦ୍ଧା ସେ ଶହେ କିଲୋରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ ଆବର୍ଜନା ସଫା କରିସାରିଲେଣି। ରାହୁଲ ଆମ ସମସ୍ତଙ୍କୁ ଅନେକ କିଛି ଶିକ୍ଷା ଦେଉଛନ୍ତି। ତାଙ୍କଠାରୁ ପ୍ରେରଣା ନେଇ ଭାରତବାସୀ ଦେଶକୁ ଆବର୍ଜନାମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ରାହୁଲ କହିଛନ୍ତି, ୨୦୧୮ରୁ ଏହି ସଫେଇ ଜାରି ରଖିଛି। କେହି କେବେ ସହଯୋଗ କରିନାହାନ୍ତି। କେହି ମଧ୍ୟ ମୋ’ କାମ ପ୍ରତି ନଜର ଦେଉ ନ ଥିଲେ। ପ୍ରତି ରବିବାର ବିଭିନ୍ନ ତୀର୍ଥସ୍ଥାନ, ପର୍ଯ୍ୟଟନସ୍ଥଳୀ ଓ ବେଳାଭୂମିକୁ ଯାଇ ସଫେଇ କରୁଛି। ଆଜୀବନ ଏହି କାର୍ଯ୍ୟ ଜାରି ରଖିବି। ପ୍ଲାଷ୍ଟିକ୍ମୁକ୍ତ ଭାରତ ପାଇଁ ସଦା ଚେଷ୍ଟିତ ରହିବି। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ସଫେଇ କାର୍ଯ୍ୟ କରିବା ଲାଗି ପ୍ରେରଣା ମିଳିଛି। ସେହିଭଳି ପାଠପଢ଼ା ସହ ସମାଜସେବା ଓ ବିଶେଷ ଭାବେ ପ୍ରକୃତି ସେବା କରିବା ପାଇଁ ପିଲାବେଳୁ ଚେଷ୍ଟା କରୁଛି। ମୋ’ ସହ ସମସ୍ତେ ଯୋଡ଼ିହେଲେ ଆହୁରି ଖୁସି ଲାଗିବ। ସମସ୍ତେ ଯେଉଁ ପ୍ରକୃତିର ଅଂଶ, ସେହି ଧରାପୃଷ୍ଠକୁ ସଫାସୁତରା ରଖିବା ଓ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ରୟାସ କରିବା ଦରକାର ବୋଲି ରାହୁଲ ପ୍ରକାଶ କରିଛନ୍ତି।
ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…
ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…
ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…
ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…
ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’
ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…
ଏନ୍କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ
ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍କାଉଣ୍ଟରେ ୪ଜଣ ଟପ୍ ମାଓବାଦୀ ନିହତ ହୋଇଛନ୍ତି।…
ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…
ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…
ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…
ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…
‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’
ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…
ସ୍କୁଲ ଗେଟ୍ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…
ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍…
Archives

