ଆଇଆର୍‌ଆଇଏସ୍‌ ଶୁଭାରମ୍ଭ କଲେ ମୋଦି

ଗ୍ଲାସ୍‌ଗୋ, ୩ା୧୧: ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଛୋଟ ଦ୍ୱୀପପୁଞ୍ଜଗୁଡ଼ିକରେ ଭିତ୍ତିଭୂମି ବିକାଶ ନିମନ୍ତେ ମଙ୍ଗଳବାର ଏକ ଉଚ୍ଚାଭିଳାଷୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଇନ୍‌ଫ୍ରାଷ୍ଟ୍ରକଚର ଫର୍‌ ରେଜିଲିଏଣ୍ଟ ଆଇଲାଣ୍ଡ୍‌ ଷ୍ଟେଟ୍‌ସ(ଆଇଆର୍‌ଆଇଏସ୍‌) ଜଳବାୟୁ ପରିବର୍ତ୍ତନ ଜନିତ ସବୁଠୁ ବଡ ବିପଦର ସମ୍ମୁଖୀନ ହେଉଥିବା ଅସୁରକ୍ଷିତ ଦେଶମାନଙ୍କ ପାଇଁ ଏହା ନୂତନ ଆଶା, ଆତ୍ମବିଶ୍ୱାସ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ସହିତ ମୋଦି ସମ୍ମିଳନରେ ଉପସ୍ଥିତ ରହିଥିଲେ। ଆଇଆର୍‌ଆଇଏସ୍‌ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ମଧ୍ୟ ଯୋଗ ଦେଇଥିଲେ। ଏହି ପଦକ୍ଷେପ ସବୁଠାରୁ ଅସୁରକ୍ଷିତ ଦେଶ ପାଇଁ କିଛି କରିପାରିବାର ଅତ୍ମସନ୍ତୋଷ ଦେବ। ଛୋଟ ଦ୍ୱୀପପୁଞ୍ଜର ଭିତ୍ତିଭୂମି ବିକାଶ ନିମନ୍ତେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଉପଗ୍ରହ ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ବାବଦରେ ଠିକ୍‌ ସମୟରେ ସୂଚନା ପ୍ରଦାନ କରିବା ପାଇଁ ଏକ ସ୍ବତନ୍ତ୍ର ଡାଟା ୱିଣ୍ଡୋ ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଏମ୍‌ପି ପଚାରିଲେ ଏମିତି କଥା: ହସି ହସି ପ୍ରଧାନମନ୍ତ୍ରୀ ଖୋଲିଦେଲେ…

ନୂଆଦିଲ୍ଲୀ,୧୯।୧୨: ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିବା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ...

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri