Posted inଜାତୀୟ

ମୋଦିଙ୍କୁ ଉତ୍ତର ଦେବାକୁ ପଡ଼ିବ

ନୂଆଦିଲ୍ଲୀ,୧୮ା୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ନେଇ ଚାଲିଥିବା କୋଳାହଳ ଭାରତ ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଖଲକୁ ଦୁର୍ବଳ କରିଦେବ ବୋଲି ଶୁକ୍ରବାର ବିଲିୟନେୟାର ଫିଲାନ୍‌ଥ୍ରୋପିଷ୍ଟ ଜର୍ଜ ସୋରୋସ୍‌ କହିଛନ୍ତି। ଅନ୍ୟପକ୍ଷେ ସୋରୋସ୍‌ଙ୍କ ମନ୍ତବ୍ୟ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଭାଜପା ଜବାବ ଦେଇଛି।
ଗତ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍‌ ବିରୋଧରେ ଷ୍ଟକ୍ସ ଓ ଆକାଉଣ୍ଟସ୍‌ ହେରଫେର ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଚାଞ୍ଚଲ୍ୟକର ପ୍ରଘଟ ପରଠୁ ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ବଜାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ଆଦାନୀଙ୍କୁ ୧୨୫ ନିୟୁତ ଡଲାର କ୍ଷତି ସହିବାକୁ ପଡ଼ିଛି। ଆଦାନୀ ସମୂହ ଏହି ଅଭିଯୋଗକୁ ‘ଉଦ୍ଦେଶ୍ୟମୂଳକ’, ‘ଭିତ୍ତିହୀନ’ ଓ ‘ଭାରତ ଉପରେ ଆକ୍ରମଣ’ ବୋଲି ଅଭିହିତ କରିବା ସହ ଖଣ୍ଡନ କରିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ ଅଡ଼ିବସିଛନ୍ତି। ଏହି ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟରେ ଅଚଳାବସ୍ଥା ସୃଷ୍ଟି ହେବା ସହ ମାମଲା ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଏଭଳି ସମୟରେ ଜର୍ମାନୀର ମ୍ୟୁନିକ୍‌ ସହରରେ ଶୁକ୍ରବାର ତିନିଦିନିଆ ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍ସ (ଏମ୍‌ଏସ୍‌ସି-୨୦୨୩) ଆରମ୍ଭ ହୋଇଛି। ଏହି ଅବସରରେ ୯୨ ବର୍ଷୀୟ ଜର୍ଜ ସୋରୋସ୍‌ ଏମ୍‌ଏସ୍‌ସିକୁ ସମ୍ବୋଧନ କରି କହିଛନ୍ତି, ମୋଦି ଓ ବିଜ୍‌ନେସ ଟାଇକୁନ୍‌ ଆଦାନୀ ପରସ୍ପରର ଘନିଷ୍ଠ ସହଯୋଗୀ। ଉଭୟଙ୍କ ଭାଗ୍ୟ ଯୋଡ଼ିହୋଇ ରହିଛି। ଆଦାନୀ ଷ୍ଟକ୍ସ ଦୁର୍ନୀତିର ଅଭିଯୁକ୍ତ ଏବଂ ତାଙ୍କ କମ୍ପାନୀର ଶେୟାରଗୁଡ଼ିକ ତାସଘର ଭଳି ଭୁଶୁଡ଼ିପଡ଼ିଛି। ମୋଦି ଏହି ବିଷୟରେ ମୁହଁ ଖୋଲୁନାହାନ୍ତି। କିନ୍ତୁ ଆଦାନୀ ଗ୍ରୁପ୍‌କୁ ନେଇ ବିଦେଶୀ ନିବେଶକଙ୍କ ପ୍ରଶ୍ନ ଏବଂ ଭାରତୀୟ ପାର୍ଲାମେଣ୍ଟରେ ଆସିଥିବା ଅଭିଯୋଗଗୁଡ଼ିକର ଉତ୍ତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବାକୁ ପଡ଼ିବ। ଆଦାନୀ ଗ୍ରୁପ୍‌କୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟ ଦେଶରେ ଏକ ଗଣତାନ୍ତ୍ରିକ ପୁନରୁତ୍ଥାନ ପାଇଁ ପଥ ଉନ୍ମୁକ୍ତ କରିପାରେ। ଭାରତୀୟ ସଂଘୀୟ ସରକାରରେ ଏହା ମୋଦିଙ୍କ ଦଖଲକୁ ଦୁର୍ବଳ କରିବା ସହ ସଂସ୍ଥାଗତ ସଂସ୍କାର ପାଇଁ ବାଟ ଫିଟାଇବ ବୋଲି ସୋରୋସ୍‌ କହିଛନ୍ତି।
୪୨ ମିନିଟର ଭାଷଣରେ ଜଳବାୟୁ ପରିବର୍ତ୍ତନ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ, ଆମେରିକୀୟ ଅର୍ଥନୀତିର ଦୁରବସ୍ଥା, ତୁର୍କୀ ଭୂକମ୍ପ ଓ ଚାଇନାର ବିଫଳତା ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ସୋରୋସ୍‌ କେବଳ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିନାହାନ୍ତି, ବରଂ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ଆକ୍ରମଣ କରିଛନ୍ତି। ସେ ଭାରତୀୟ ଗଣତନ୍ତ୍ରକୁ ଧ୍ୱସ୍ତବିଧ୍ୱସ୍ତ କରି କେତେଜଣ ‘ହାତଗଣତି’ ଲୋକଙ୍କ ଦ୍ୱାରା ସରକାର ଚଳାଇବାକୁ ଚାହୁଁଛନ୍ତି। କେବଳ ଏତିକି ନୁହେଁ, ସୋରୋସ୍‌ ୧ ବିଲିୟନ୍‌ ଆମେରିକୀୟ ଡଲାରର ଏକ ପାଣ୍ଠି ଗଠନ କରିଛନ୍ତି, ଯାହାକି ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ହସ୍ତକ୍ଷେପ କରିବା ପାଇଁ ଉଦ୍ଦିଷ୍ଟ। ଏହି ଯୁଦ୍ଧ ଭାରତ ବିରୋଧରେ ଲଢ଼ାଯାଉଛି। ସୋରୋସ୍‌ଙ୍କ ମନ୍ତବ୍ୟକୁ ସମସ୍ତେ ଗୋଟିଏ ସ୍ବରରେ ନିନ୍ଦା କରିବା ଉଚିତ ବୋଲି ଇରାନୀ ମତ ଦେଇଛନ୍ତି।

ଜର୍ଜ ସୋରୋସ୍‌ କିଏ

୯୨ ବର୍ଷୀୟ ଫିଲାନ୍‌ଥ୍ରୋପିଷ୍ଟ ଜର୍ଜ ସୋରୋସ୍‌ ହେଉଛନ୍ତି ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି। ୧୯୩୦ ଅଗଷ୍ଟ ୧୨ରେ ହଙ୍ଗେରୀର ବୁଡାପେଷ୍ଟରେ ଏକ ସମୃଦ୍ଧ ଇହୁଦୀ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ୧୯୪୭ରେ ଜର୍ଜଙ୍କୁ ୧୭ ବର୍ଷ ହେଉଥିବାବେଳେ ତାଙ୍କ ପରିବାର ହଙ୍ଗେରୀ ଛାଡ଼ି ଲଣ୍ଡନ ଯାଇଥିଲା। ସୋରୋସ୍‌ ଲଣ୍ଡନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରେ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ। ପାଠପଢ଼ା ଶେଷରେ ସେ ଲଣ୍ଡନର ମର୍ଚ୍ଚାଣ୍ଟ ବ୍ୟାଙ୍କ ସିଙ୍ଗର ଆଣ୍ଡ ଫ୍ରାଏଡ୍‌ଲ୍ୟାଣ୍ଡରରେ ଯୋଗଦେଇଥିଲେ। ୧୯୫୬ରେ ସୋରୋସ୍‌ ନ୍ୟୁୟର୍କ ଯାଇ ଜଣେ ୟୁରୋପୀୟ ଆନାଲିଷ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୭୩ରେ ଏକ ହେଜ୍‌ ଫଣ୍ଡ୍‌ ପ୍ରତିଷ୍ଠା କରିବା ପରେ ବିଶ୍ୱର ଆର୍ଥିକ ଦୁନିଆରେ ନିଜ ଉପସ୍ଥିତି ଜାହିର କରିଥିଲେ। ୧୯୬୯ରୁ ୨୦୧୧ ପର୍ଯ୍ୟନ୍ତ ସେ କ୍ଲାଏଣ୍ଟଙ୍କ ଅର୍ଥ ପରିଚାଳନା କରିଥିଲେ। ଫୋର୍ବସ୍‌ ଅନୁସାରେ ସୋରୋସ୍‌ ବ୍ରିଟିଶ୍‌ ପାଉଣ୍ଡ୍‌କୁ ଶର୍ଟ କରି ୧ ବିଲିୟନ୍‌ ଡଲାର ଲାଭ କରିଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ବାରାକ୍‌ ଓବାମା, ହିଲାରି କ୍ଲିଣ୍ଟନ୍‌ ଓ ଜୋ ବାଇଡେନ୍‌ଙ୍କୁ ସମର୍ଥନ କରିଥିଲେ। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ଙ୍କ ସମାଲୋଚକ ଭାବେ ଜଣାଶୁଣା ଏହି ବର୍ଷୀୟାନ୍‌ ଇନ୍‌ଭେଷ୍ଟରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୮.୬ ବିଲିୟନ୍‌ ଡଲାର। ସେ ଓପନ୍‌ ସୋସାଇଟି ଫାଉଣ୍ଡେଶନ୍‌କୁ ୩୨ ବିଲିୟନ୍‌ ଡଲାରରୁ ଊର୍ଦ୍ଧ୍ୱ ଦାନ କରିଛନ୍ତି। ଫୋର୍ବସ ତାଙ୍କୁ ସବୁଠୁ ବଦାନ୍ୟ ଦାତା ଆଖ୍ୟା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri