ଓଡ଼ିଆ ଅସ୍ମିତା ସୁରକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି ମୋଦି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୨ା୫(ଅନିଲ ଦାସ)ବରଗଡ଼ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସରକାର ବଦଳାଇବାକୁ ନିବେଦନ କରିଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କ ଅସ୍ମିତାର ସୁରକ୍ଷା, ଲୋକଙ୍କ ପ୍ରତି ଥିବା ଆସ୍ଥା ତଥା ଓଡ଼ିଆ ଲୋକଙ୍କ ବିକାଶର ଦାୟିତ୍ୱ ନେବା ପାଇଁ ସେ ଗ୍ୟାରେଣ୍ଟି ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ବରଗଡ଼ରେ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ଧାନ ଓ ଧନୁଯାତ୍ରାର ଭୂମି ବରଗଡ଼ରେ ପ୍ରଧାନମନ୍ତ୍ରୀ ଚାଷୀଙ୍କ କଲ୍ୟାଣର ଗ୍ୟାରେଣ୍ଟି ନେଇ ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭଳି ରାଷ୍ଟ୍ରନେତା ସର୍ବଦା ଓଡ଼ିଶାକୁ ପ୍ରାଥମିକତା ଦେଇ ଆସିଛନ୍ତି। ଓଡ଼ିଶାର ଅବ୍ୟବସ୍ଥାକୁ ଆଉ ସହ୍ୟ କରାଯାଇପାରିବ ନାହିଁ । ଏହାକୁ ବଦଳାଇବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କ ଅସ୍ମିତାର ସୁରକ୍ଷା, ତାଙ୍କ ପ୍ରତି ଥିବା ଆସ୍ଥା ତଥା ଓଡ଼ିଆ ଲୋକଙ୍କ ବିକାଶର ଦାୟିତ୍ୱ ମୋଦି ନିଜେ ନେବେ ବୋଲି କହିଛନ୍ତି। ଭାଜପାକୁ ୫ ବର୍ଷ ସେବା କରିବା ପାଇଁ ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି । ମୋଦିଙ୍କ ନେତୃତ୍ୱରେ ହିଁ ଓଡ଼ିଶା ୧ ନମ୍ବର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରତ୍ନଭଣ୍ଡାର ଭଳି ଓଡ଼ିଶାର ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଓ ଭାବନାର ପ୍ରଶ୍ନକୁ ମୋଦି ଉପସ୍ଥାପନ କରିଛନ୍ତି । ଭାଜପା ସବୁବେଳେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଆସିଛି । ଓଡ଼ିଆ ଲୋକଙ୍କ ଆସ୍ଥା ସହ ଯୋଡ଼ି ହୋଇଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ । ରତ୍ନଭଣ୍ଡାର କାହିଁକି ଖୋଲାଯାଉନାହିଁ। ରାଜ୍ୟ ସରକାର କାହାର ପାପକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ କିଏ ଖେଳୁଛି । ତାହାର ଉତ୍ତର ଦେବାକୁ ପଡ଼ିବ । ସେହିପରି ଓଡ଼ିଶାରେ ସରକାର ପୂରା ଆଉଟସୋର୍ସ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଡିଜି, ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅସହାୟତାର ଲାଭ ଉଠାଇ କିଛି ଓଡ଼ିଆ ବିରୋଧୀ ଲୋକ ଓଡ଼ିଶାର ଶାସନ ଚଳାଉଛନ୍ତି । ଓଡ଼ିଶାର ଭାବାବେଗକୁ କୁଠାରାଘାତ କରୁଛନ୍ତି । ଓଡ଼ିଆ ଲୋକମାନେ ଭୋଟ ମାଧ୍ୟମରେ ଉଚିତ ଜବାବ ଦେବେ । ଓଡ଼ିଶାରେ ମୋଦିଙ୍କ ପ୍ରତି ଭରସା ଅଛି। ଓଡ଼ିଶାକୁ ସର୍ବଶ୍ରେଷ୍ଠ ସ୍ଥାନକୁ ମୋଦି ହିଁ ନେଇପାରିବେ । ଅନ୍ୟପକ୍ଷେ ଦୀର୍ଘ ୨୪ ବର୍ଷ ଶାସନରେ ରହିବା ପରେ ବି ରାଜ୍ୟର ଘରେ ଘରେ ପାଇପ ଯୋଗେ ପିଇବା ପାଣିର ସୁବିଧା ନାହିଁ । ଚାଷଜମିରେ ଜଳସେଚନର ବ୍ୟବସ୍ଥା ନାହିଁ । ମେଡିକାଲରେ ଡାକ୍ତର ଓ ସ୍କୁଲରେ ଶିକ୍ଷକ ନାହାନ୍ତି । ରାଜ୍ୟର ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ଯେଉଁ ଅବ୍ୟବସ୍ଥା, ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର ଶାସନ ଚାଲିଛି, ଲୋକମାନେ ଏଥର ଜବାବ ଦେବେ ଏବଂ ପରିବର୍ତ୍ତନ କରାଇବେ । ଓଡ଼ିଶାରେ ମୋଦିଙ୍କ ଶାସନ ପ୍ରଣାଳୀ ଆଣିବା ପାଇଁ ଲୋକମାନେ ପରିବର୍ତ୍ତନ କରାଇବେ । ଏଥର ଓଡ଼ିଆ ଭାଷାଭାଷୀ ମୁଖ୍ୟମନ୍ତ୍ରୀ ହେବେ । ମୋଦିଙ୍କ ସହ ଓଡ଼ିଆ ଲୋକମାନେ ସାଙ୍ଗରେ ଯିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଗଣମାଧ୍ୟମର ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ଅଯୋଧ୍ୟାରେ ରାମ ମନ୍ଦିରରେ ଦର୍ଶନ ପ୍ରସଙ୍ଗ ନେଇ କଂଗ୍ରେସ ମନ୍ଦିରକୁ ଗଙ୍ଗା ଜଳରେ ସ୍ନାନ କରାଇବା ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। କଂଗ୍ରେସ ଦଳର ନୈତିକତା ନାହିଁ। କଂଗ୍ରେସ ଏକ ଦେବାଳିଆ ପାର୍ଟି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri