ନିଯୁକ୍ତି, ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଲେ ମୋଦି ସରକାର, ଏଥର ମିଳିବ ଚାକିରି

ନୂଆଦିଲ୍ଲୀ,୨୪।୦୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପନ କରିଥିବା ବଜେଟରେ ନିଯୁକ୍ତି, ଦକ୍ଷତା ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ୪.୧ କୋଟି ଯୁବବର୍ଗଙ୍କ ନିମନ୍ତେ ବିଭିନ୍ନ ଯୋଜନା ପାଇଁ ବଜେଟରେ ୨ ଲକ୍ଷ କୋଟି ଟଙ୍କା ରଖାଯାଇଛି। ସରକାର ୯ଟି ବିଷୟ ଉପରେ ସର୍ବାଧିକ ପ୍ରାଧାନ୍ୟ ଦେଇଥିବାବେଳେ ନିଯୁକ୍ତି ଏବଂ ଦକ୍ଷତା ବିକାଶ ସେଥିରୁ ଅନ୍ୟତମ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଥିଲେ। ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟିହେବା ସହ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ନିଯୁକ୍ତି ସୃଷ୍ଟି, ଦକ୍ଷତା ଏବଂ ଅନ୍ୟାନ୍ୟ ସୁଯୋଗ ଲାଗି ପ୍ରଧାନମନ୍ତ୍ରୀଙ୍କ ୫ ଯୋଜନା ଏବଂ ପଦକ୍ଷେପର ପ୍ୟାକେଜ୍‌ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୫ ବର୍ଷର ଏହି ପ୍ୟାକେଜ୍‌ରେ ୪.୧ କୋଟି ଯୁବତୀଯୁବକଙ୍କ ପାଇଁ ସୁଯୋଗ ସୃଷ୍ଟି ନିମନ୍ତେ ବଜେଟରେ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଶିକ୍ଷା, ନିଯୁକ୍ତି ଏବଂ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କା ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍‌ର ଅଂଶବିଶେଷ ଭାବେ ସରକାର ନିଯୁକ୍ତି ସମ୍ପର୍କିତ ପ୍ରୋତ୍ସାହନ ପାଇଁ ୩ଟି ଯୋଜନା କାର୍ଯ୍ୟକାରୀ କରିବେ। ସେଗୁଡ଼ିକ ଇପିଏଫ୍‌ଓରେ ପଞ୍ଜୀକରଣ ଆଧାରରେ ହେବ ଏବଂ ନୂଆ କର୍ମଚାରୀମାନଙ୍କୁ ସ୍ବୀକୃତି ଦେବା ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ନିମନ୍ତେ ସହାୟତା ବ୍ୟବସ୍ଥା ରହିବ ବୋଲି ସୀତାରାମନ୍‌ କହିଛନ୍ତି। ‘ଫାଷ୍ଟ ଟାଇମର’ମାନଙ୍କ ପାଇଁ ନୂଆ ଯୋଜନାରେ ଆନୁଷ୍ଠାନିକ କ୍ଷେତ୍ରଗୁଡ଼ିକରେ ନୂଆକରି ଯୋଗଦେଉଥିବା ସମସ୍ତ କର୍ମଚାରୀଙ୍କୁ ସରକାର ଗୋଟିଏ ମାସର ବେତନ ଯୋଗାଇଦେବେ। ଏହା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିଟିଏସ୍‌) ଜରିଆରେ ୩ କିସ୍ତିରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ପାଇବାକୁ ଥିବା କର୍ମଚାରୀମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଏହାଦ୍ୱାରା ୨୧୦ ଲକ୍ଷ ଯୁବବର୍ଗ ଉପକୃତ ହେବା ଆଶା କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ନୂଆ କର୍ମଚାରୀଙ୍କୁ ନିୟୋଜିତ କରିବା ନିମନ୍ତେ ଉତ୍ପାଦନ ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ସରକାର ପ୍ରୋତ୍ସାହିତ କରିବେ। ଏଥିପାଇଁ ନୂଆ ନିଯୁକ୍ତି କ୍ଷେତ୍ରରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ପ୍ରଥମ ୪ ବର୍ଷର ଇପିଏଫ୍‌ଓ ଯୋଗଦାନ ସରକାର ଭରଣା କରିବେ। ଏହାଦ୍ୱାରା ନିଯୁକ୍ତିରେ ପ୍ରବେଶ କରୁଥିବା ୩୦ ଲକ୍ଷ ଯୁବବର୍ଗ ଉପକୃତ ହେବେ। ୧ ଲକ୍ଷ ଟଙ୍କା ବେତନ ପର୍ଯ୍ୟନ୍ତ ସମସ୍ତ ଅତିରିକ୍ତ ନିଯୁକ୍ତିରେ ସରକାର ୨ ବର୍ଷ ଯାଏ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଇପିଏଫ୍‌ଓ ଯୋଗଦାନ ବାବଦରେ ମାସିକ ୩,୦୦୦ ଟଙ୍କା ଯୋଗାଇଦେବେ। କାର୍ଯ୍ୟକ୍ଷେତ୍ରକୁ ଅଧିକ ମହିଳାମାନଙ୍କୁ ଆଣିବା ଲାଗି ସରକାର ଶିଳ୍ପସଂସ୍ଥାଗୁଡ଼ିକ ସହଯୋଗରେ ସେମାନଙ୍କ ପାଇଁ ଓ୍ବାର୍କିଂ ଓ୍ବମେନ୍ସ ହଷ୍ଟେଲ ଓ କ୍ରେଚ୍‌ ସ୍ଥାପନ କରିବେ। ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଉଦ୍ୟୋଗଗୁଡ଼ିକର ବଜାର ପ୍ରବେଶକୁ ପ୍ରୋତ୍ସାହିତ କରିବା ଲାଗି ପଦକ୍ଷେପ ନିଆଯିବ। ଆଗାମୀ ୫ ବର୍ଷରେ ୨୦ ଲକ୍ଷ ଯୁବତୀଯୁବକଙ୍କୁ ଦକ୍ଷ କରାଯିବା ସହ ୧,୦୦୦ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ର ଉନ୍ନତୀକରଣ କରାଯିବ। ମଡେଲ ସ୍କିଲ୍‌ ଲୋନ୍‌ ସ୍କିମ୍‌ରେ ସରକାରଙ୍କ ପାଣ୍ଠିରୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ଏହାଦ୍ୱାରା ପ୍ରତିବର୍ଷ ୨୫,୦୦୦ ଛାତ୍ରୀଛାତ୍ର ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri