Posted inଜାତୀୟ

ସ୍ବାଧୀନତା ଦିବସ ଇତିହାସରେ ସବୁଠୁ ଲମ୍ବା ଭାଷଣ ଦେଲେ ମୋଦି: ଜାଣନ୍ତୁ ୧୦୩ ମିନିଟରେ କହିଥିବା ପ୍ରତ୍ୟେକ କଥା

ନୂଆଦିଲ୍ଲୀ,୧୫।୮: ୭୯ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ତମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ୧୦୩ ମିନିଟର ଏହି ଭାଷଣ ତାଙ୍କ ସବୁଠୁ ଲମ୍ବା ସ୍ବାଧୀନତା ଦିବସ ସମ୍ବୋଧନ ଭାବେ ଇତିହାସରେ ସ୍ଥାନ ପାଇଛି।

ମୋଦି ସ୍ବାଧୀନତାକୁ ‘ମହାପର୍ବ’ ଓ ‘ସଂକଳ୍ପର ପର୍ବ’ ଭାବେ ବର୍ଣ୍ଣନା କରି କହିଛନ୍ତି, “୧୪୦ କୋଟି ଭାରତୀୟଙ୍କ ସଂକଳ୍ପ ହିଁ ଦେଶକୁ ଆଗେଇ ନେଉଛି। ଆଜି କୋଣ ଅନୁକୋଣରେ ଗୋଟିଏ ମନ୍ତ୍ର- ‘ଦେଶ ପ୍ରଥମ’।” ସେ ସମ୍ବିଧାନ ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସମ୍ବିଧାନକୁ ଦେଶର ଦିଗଦର୍ଶନ ଭାବେ ଉଲ୍ଲେଖ କରିଛନ୍ତି।

ଅପରେସନ ସିନ୍ଦୂର ଓ ଆତଙ୍କବାଦ ବିରୋଧରେ କଠୋର ବାର୍ତ୍ତା: ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରକୁ ପ୍ରଶଂସା କରି କହିଛନ୍ତି, “ଆତଙ୍କବାଦୀମାନେ ଧର୍ମ ପଚାରି ନିରୀହ ଲୋକଙ୍କୁ ହତ୍ୟା କରୁଥିଲେ। ଆମ ଯବାନମାନେ ଏହାର ପ୍ରତିଶୋଧ ନେଇ ଆତଙ୍କୀ କ୍ୟାମ୍ପକୁ ନିଶ୍ଚିହ୍ନ କରିଛନ୍ତି। ଏହା ଆମ ଯବାନଙ୍କ ବୀରତ୍ବର ପ୍ରତିବିମ୍ବ।” ସେ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ‘ଏକତରଫା’ ବୋଲି କହି ଏହାକୁ ରଦ୍ଦ କରାଯାଇଥିବା ଉଲ୍ଲେଖ କରିଛନ୍ତି, କାରଣ “ରକ୍ତ ଓ ପାଣି ଏକାଠି ପ୍ରବାହିତ ହୋଇପାରେ ନାହିଁ।”

ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ: ମୋଦି ‘ଆତ୍ମନିର୍ଭର ଭାରତ’କୁ ପ୍ରକୃତ ସ୍ବାଧୀନତାର ମନ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, “ଆତ୍ମନିର୍ଭର ନହେଲେ ଅପରେସନ ସିନ୍ଦୂର ଭଳି ମିଶନ ସମ୍ଭବ ହୋଇନଥାନ୍ତା।” UPI ସିଷ୍ଟମର ବିଶ୍ୱବ୍ୟାପୀ ସଫଳତା ଓ ‘ଭୋକାଲ ଫର ଲୋକାଲ’ ମନ୍ତ୍ରକୁ ପ୍ରଶଂସା କରି ସେ EV ବ୍ୟାଟେରୀ ଉତ୍ପାଦନ ଓ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦେଇଛନ୍ତି।

GST ସଂସ୍କାର ଓ ଚାଷୀଙ୍କ ସ୍ବାର୍ଥ: ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ GSTରେ ସଂସ୍କାର ଆଣି ଦୈନନ୍ଦିନ ସାମଗ୍ରୀ ଶସ୍ତା କରାଯିବ, ଯାହା ଦୀପାବଳିରେ ଦେଶବାସୀଙ୍କ ପାଇଁ ଉପହାର ହେବ। ସେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି, କହିଛନ୍ତି, “ଚାଷୀଙ୍କ ସ୍ବାର୍ଥ ସହ କୌଣସି ସାଲିସ ହେବ ନାହିଁ।”

ଅନୁପ୍ରବେଶ ଓ ସୁଦର୍ଶନ ଚକ୍ର ମିଶନ: ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ପରିବର୍ତ୍ତନ ନେଇ ଚିନ୍ତା ପ୍ରକଟ କରି ମୋଦି ‘ହାଇ ପାୱାର ଡେମୋଗ୍ରାଫି ମିଶନ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହା ସହ ‘ସୁଦର୍ଶନ ଚକ୍ର ମିଶନ’ରେ ୨୦୩୫ ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସୁରକ୍ଷା କବଚ ଦିଆଯିବ ଏବଂ ଶତ୍ରୁଙ୍କ ଆକ୍ରମଣକୁ ବିଫଳ କରାଯିବ।

RSSକୁ ପ୍ରଶଂସା: ମୋଦି RSSର ୧୦୦ ବର୍ଷର ସେବା ଓ ସଂଗଠନର ଇତିହାସକୁ ପ୍ରଶଂସା କରିଛନ୍ତି, ଏହାକୁ ଦେଶର ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ବୋଲି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି, ଖାତିର କଲେନି ରାହୁଲ ଗାନ୍ଧୀ; ତୀବ୍ର ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୬।୧: ଦୁଇ ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ହେଲେ କର୍ଣ୍ଣପାତ କଲେନି ରାହୁଲ ଗାନ୍ଧୀ। ଆଗରୁ ଅନେକ ଥର ରାହୁଲ ବରିଷ୍ଠ ମାନଙ୍କୁ ହତାଦର…

HIL 2026: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ ରାଞ୍ଚି ରୟାଲ୍ସ ପରାସ୍ତ

ଭୁବନେଶ୍ୱର,୨୬।୧: ହକି ଇଣ୍ଡିଆ ଲିଗ୍ ୨୦୨୬ର ଚମ୍ପିୟନ ହୋଇଛି ଓଡ଼ିଶାର କଳିଙ୍ଗ ଲାନ୍ସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଘରୋଇ ଟିମ୍ କଳିଙ୍ଗ ଲାନ୍ସର୍ସ…

୧୬,୦୦୦ କର୍ମଚାରୀ ଛଟେଇ କରିବ ଆମାଜନ: ପ୍ରଭାବିତ ହେବେ ଭାରତୀୟ ଟିମ୍

ନୂଆଦିଲ୍ଲୀ,୨୬।୧: ବିଶ୍ୱର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ ଏକ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ…

ହକି ଇଣ୍ଡିଆ ଲିଗ୍‌: ହାଇଦ୍ରାବାଦ ତୁଫାନ୍ସକୁ ବ୍ରୋଞ୍ଜ, ଓଡ଼ିଶାର ଅମନଦୀପ ଲାକ୍ରାଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର,୨୬।୧: ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ତୃତୀୟ ସ୍ଥାନ ପାଇଁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାଇଦ୍ରାବାଦ ତୁଫାନ୍ସ ୪-୩ ଗୋଲରେ HIL…

ଭାରତୀୟ କୁଇକ୍ କମର୍ସ ବଜାରରେ ଡିସକାଉଣ୍ଟ ଝଡ଼: ଆମାଜନ-ଫ୍ଲିପକାର୍ଟ ପ୍ରବେଶ ପରେ ବଢ଼ିଲା କମ୍ପିଟିସନ

ନୂଆଦିଲ୍ଲୀ,୨୬।୧: ଭାରତର କୁଇକ୍ କମର୍ସ ବଜାରରେ ଏବେ ଏକ ବଡ଼ ଧରଣର ମୂଲ୍ୟ ଯୁଦ୍ଧ ବା ‘ପ୍ରାଇସ୍ ଓ୍ୱାର’ ଆରମ୍ଭ ହୋଇଛି। ଇ-କମର୍ସ ଜଗତର ଦୁଇ ବଡ଼…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

ଅଭିଷେକଙ୍କ ବ୍ୟାଟ୍‌ରେ ଲାଗିଛି ସ୍ପ୍ରିଙ୍ଗ! ମ୍ୟାଚ ପରେ ବ୍ୟାଟ ନେଇଗଲେ ନ୍ୟୁଜିଲାଣ୍ଡ ଖେଳାଳି

ନୂଆଦିଲ୍ଲୀ,୨୬।୧: ଭାରତୀୟ ଯୁବ ଓପନର ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ଏବେ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଗୁଆହାଟୀଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦…

ଐତିହାସିକ ବାଣିଜ୍ୟ ଚୁକ୍ତି ପୂର୍ବରୁ ଇୟୁ ମୁଖ୍ୟଙ୍କ ବଡ଼ ବୟାନ, “ସଫଳ ଭାରତ ବିଶ୍ୱକୁ ରଖିବ ସ୍ଥିର”

ନୂଆଦିଲ୍ଲୀ ,୨୬ା୧: ୟୁରୋପୀୟ ସଂଘ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର ଲେୟେନ୍ ଭାରତର ଆର୍ଥିକ ସ୍ଥିତିକୁ ନେଇ ବଡ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri