ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ସ୍ତ୍ରୀ ଜିଲ୍‌ ବାଇଡେନଙ୍କୁ ଏହି ଉପହାର ଦେଇଛନ୍ତି। ବାଇଡେନଙ୍କୁ ମୋଦି ରୁପା ଖଚିତ ଏକ ଟ୍ରେନ୍‌ ମଡେଲ ଉପହାର ଦେଇଥିବା ବେଳେ ଜିଲ୍‌ଙ୍କୁ କଶ୍ମୀର ଶଲ୍‌ ଉପହାର ଦେଇଛନ୍ତି। ମୋଦିଙ୍କଠାରୁ ଏହି ଉପହାର ପାଇ ବାଇଡେନ ଦମ୍ପତି ବେଶ୍‌ ଖୁସି ଥିବା ଜଣାପଡ଼ିଛି।

ବାଇଡେନଙ୍କୁ ମୋଦି ଦେଇଥିବା ରୁପା ଖଚିତ ଟ୍ରେନ୍‌ ମଡେଲ ଉପହାରକୁ ମହାରାଷ୍ଟ୍ରର କାରିଗରମାନେ ଏହାକୁ ବହୁତ କୌଶଳ ସହିତ ପ୍ରସ୍ତୁତ କରିଛନ୍ତି। ଏହା ହାତରେ ଖୋଦିତ ହୋଇଛ। ୯୨.୫% ରୁପାରେ ନିର୍ମିତ ଏହି ମଡେଲ ଭାରତୀୟ ଧାତବ କଳାର ଶିଖରକୁ ପ୍ରତିପାଦିତ କରେ। ଏହି ସୃଷ୍ଟି ବାଷ୍ପ ଇଞ୍ଜିନ ଯୁଗ ପାଇଁ ଏକ ଶ୍ରଦ୍ଧାଞ୍ଜଳି। ଏହା ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ଼ ସମ୍ପର୍କକୁ ଦର୍ଶାଉଛି। ଏହି ମଡେଲରେ ‘ଦିଲ୍ଲୀ – ଡେଲାଓ୍ବେର୍‌’ ଲେଖା ଯାଇଛି। ଏହା ବ୍ୟତୀତ ଭାରତୀୟ ରେଳ ଇଞ୍ଜିନ ପାର୍ଶ୍ୱରେ ଲେଖାଯାଇଛି।

ଏଥି ସହିତ ମୋଦି ଆମେରିକାର ପ୍ରଥମ ଲେଡିଙ୍କୁ ଏକ ପେପର ମ୍ୟାଚ୍‌ ବାକ୍ସରେ କଶ୍ମୀର ଶ’ଲ ଉପହାର ଦେଇଛନ୍ତି। ଅତୁଳନୀୟ ଗୁଣ ଏବଂ ଅନନ୍ୟ ସୌନ୍ଦର୍ଯ୍ୟରେ ତିଆରି ଏହି ପାଶ୍ମିନା ଶଲ ଜମ୍ମୁ-କଶ୍ମୀରରୁ ଆସିଥାଏ। ଏହା ପାରମ୍ପାରିକ ଭବରେ କଶ୍ମୀରର ପେପର ୍‌ ମ୍ୟାଚ୍‌ ବକ୍ସରେ ପ୍ୟାକ୍‌ ହୋଇ ଆସିଥାଏ, ଯାହା ଏହାର ସୌନ୍ଦର୍ଯ୍ୟ ଏବଂ କାରିଗରୀ ପାଇଁ ବେଶ୍‌ ପ୍ରସିଦ୍ଧ।

ଏହି ବାକ୍ସଗୁଡ଼ିକ ପେପରଗୁଣ୍ଡ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀର ମିଶ୍ରଣ ବ୍ୟବହାର କରି ହାତରେ ତିଆରି କରାଯାଇଥାଏ। ପ୍ରତ୍ୟେକ ବାକ୍ସ କଶ୍ମୀରର କଳା ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳନ କରିଥାଏ। ଏହି ବାକ୍ସଗୁଡ଼ିକ କେବଳ କାର୍ଯ୍ୟକ୍ଷମ ନୁହେଁ, ବରଂ ସ୍ବତନ୍ତ୍ର ସାଜସଜ୍ଜା ସାମଗ୍ରୀ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୫।୬: ରାଜ୍ୟର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।…

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri