ନୂଆଦିଲ୍ଲୀ,୩୦।୧୧: ସାରା ଦେଶରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ସହ ଗୁରୁନାନକ ଜୟନ୍ତୀ ପାଳନ କରାଯାଉଛି। ଗୁରୁ ନାନକ ଦେବ ହେଉଛନ୍ତି ଶିଖ୍ ଧର୍ମର ପ୍ରତିଷ୍ଠାତା ଏବଂ ଶିଖ୍ ଲୋକଙ୍କ ପ୍ରଥମ ଗୁରୁ। ଗୁରୁନାନକଙ୍କ କାର୍ତ୍ତିକ ପୂର୍ଣ୍ଣିମାରେ ରାବି ନଦୀ କୂଳରେ ଥିବା ତଲଓ୍ବଣ୍ଡୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଉକ୍ତ ଗଁା ଏବେ ପାକିସ୍ତାନରେ ରହିଛି। ଶିଖ୍ ଧର୍ମରେ ଗୁରୁ ନାନକଙ୍କ ଜନ୍ମଦିନକୁ ଆଲୋକର ପର୍ବ ଭାବେ ପାଳନ କରାଯାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କ ଜନ୍ମଦିନ ଅବସରରେ ମୋଦି ଗୁରୁନାନକଙ୍କୁ ପ୍ରଣିପାତ ଜଣାଇଛନ୍ତି। ତାଙ୍କର ଚିନ୍ତାଧାରା ସମସ୍ତଙ୍କୁ ସମାଜରେ ସେବା ଓ ଉତ୍ତମ ମଣିଷ ହେବା ପାଇଁ ପ୍ରେରଣା ଯୋଗାଇଥାଏ ବୋଲି ମୋଦି କହିଛନ୍ତି।


