Posted inଜାତୀୟ

୨୦୨୪ରେ ମୋଦିଙ୍କୁ ପରାଜିତ କରାଯାଇ ପାରିବ: ମଣି ଶଙ୍କର ଆୟାର…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟାର ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ରାହୁଲଙ୍କ ଟି-ଶର୍ଟ ଏବଂ ଦାଢ଼ି ବିଷୟରେ ସେ କଥାବାର୍ତ୍ତା କରୁଥିବା ଭାଜପା ଆଉ କୌଣସି ପ୍ରସଙ୍ଗ ନଥିବା ପରି ମନେ ହେଉଛି।

ଏହା ସହିତ ଅଖିଳେଶ ଯାଦବ ଏବଂ ଜୟନ୍ତ ଚୌଧୁରୀ ଉତ୍ତରପ୍ରଦେଶରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ନେଇ ଦେଇଥିବା ମନ୍ତବ୍ୟକୁ କଟାକ୍ଷ କରି ସେ କହିଛନ୍ତ ବିରୋଧୀଦଳର ନେତା ନ ଆସିବା ଦ୍ୱାରା କିଛି ଫରକ ପଡ଼ିବ ନାହିଁ। ଯିଏ ଆସିବ ସେମାନଙ୍କୁ ସ୍ବାଗତ।

ଏହାର ଉଦ୍ଦେଶ୍ୟ ରାଜନୈତିକ ନୁହେଁ। ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି। ଏହାକୁ ଦେଖି ଭାଜପା ଭୟଭୀତ ହେବାରେ ଲାଗିଛି। ଯେତେବେଳେ ଯାତ୍ରା ସମାପ୍ତ ହେବ ସେତେବେଳେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବ। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରାଯାଇପାରିବ ।

ଉତ୍ତରପ୍ରଦେଶର ବିରୋଧୀ ଦଳ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାଠାରୁ ଦୂରରେ ରହିବେ। କିନ୍ତୁ ଜମ୍ମୁ-କଶ୍ମୀରରେ ଏହି ଯାତ୍ରାରେ ବିରୋଧୀ ଦଳ ଅଂଶଗ୍ରହଣ କରିବେ। ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ନ୍ୟାଶନାଲ କନଫରେନ୍ସର ଓମାର ଅବଦୁଲ୍ଲାଙ୍କ ବ୍ୟତୀତ ପିପୁଲ୍ସ ଡେମୋକ୍ରାଟ ପାର୍ଟି ମୁଖ୍ୟ ମେହବୁବା ମୁଫତି ଟୁଇଟ କରି ଏହି ପଦଯାତ୍ରାରେ ତାଙ୍କର ଅଂଶଗ୍ରହଣକୁ ନିଶ୍ଚିତ କରିଛନ୍ତି। ଗୁପକର ଆଲାଇନ୍ସର ଅନ୍ୟ ଜଣେ ସଦସ୍ୟ, ସିପିଆଇର ଏମଓ୍ବାଇ ତାରିଗାମି ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଟୁଇଟ କରି କହିଛନ୍ତି ଯେ କଶ୍ମୀରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗଦେବାକୁ ମୋତେ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି। ସେମାନଙ୍କର ଅଦମ୍ୟ ସାହସକୁ ମୁଁ ସଲାମ କରୁଛି। ମୁଁ ବିଶ୍ୱାସ କରେ ଯେଉଁମାନେ ଫାସିଷ୍ଟ ଶକ୍ତିକୁ ଚ୍ୟାଲେଞ୍ଜ କରିବାକୁ ସାହସ କରନ୍ତି ସେମାନଙ୍କ ସହିତ ଠିଆ ହେବା ମୋର କର୍ତ୍ତବ୍ୟ। ଏକ ଉନ୍ନତ ଭାରତ ଗଠନ ଦିଗରେ ସେମାନଙ୍କ ପଦଯାତ୍ରାରେ ମୁଁ ଯୋଗଦେବି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri