ଅନୁପମା ଷ୍ଟାଇଲରେ ଦେଶବାସୀଙ୍କୁ ଅପିଲ କଲେ ମୋଦି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୭।୧୧: ୨୦୨୦ରେ ଆରମ୍ଭ ହୋଇଥିବା ‘ଅନୁପମା’ ଆଜି ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସବୁଠାରୁ ଲୋକପ୍ରିୟ ଶୋ’ ହୋଇପାରିଛି। ଡେଲି ସୋପର ଡାଏଲଗ ଏବଂ କାହାଣୀ ଦର୍ଶକଙ୍କୁ ବହୁତ ଆକର୍ଷିତ କରିଥାଏ। ‘ଅନୁପମା’ର ଏପରି ଅନେକ ସଂଳାପ ଅଛି, ଯାହାକୁ ବ୍ୟବହାର କରି ମୁମ୍ବାଇ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପୂର୍ବରୁ ‘ଅନୁପମା’ର ଭିଡିଓ ସେୟାର କରି ଜନସାଧାରଣଙ୍କ ପାଇଁ ଏକ ବାର୍ତ୍ତା ଶେୟାର କରିଛନ୍ତି।

ପ୍ରକୃତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସ (ଟୁଇଟର) ରେ ‘ଅନୁପମା’ର ଏକ ଭିଡିଓ ଶେୟାର କରିଛନ୍ତି ଯାହା ଭୋକାଲ ଫର ଲୋକାଲ ମୁଭମେଣ୍ଟ’କୁ ପ୍ରୋତ୍ସାହିତ କରୁଛି। ଏହି କ୍ଲିପରେ ଅନୁପମା ଓରଫ ରୁପାଲି ଗାଙ୍ଗୁଲି ଅନସ୍କ୍ରିନ ସ୍ବାମୀ ଅନୁଜ କପାଡିଆ (ଗୌରବ ଖାନ୍ନା) ଙ୍କ ସହ ଦିୱାଲୀ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି।
ଅନୁପମାଙ୍କ ଭିଡିଓ ଶେୟାର କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ଭୋକାଲ ଫର ଲୋକାଲ ଆନ୍ଦୋଳନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ସେ ଏହି କ୍ଲିପରେ କହିଛନ୍ତି, ବନ୍ଧୁଗଣ, ଆମର ଉତ୍ସବରେ ଆମର ପ୍ରାଥମିକତା ଭୋକାଲ ଫର ଲୋକାଲ ହେବା ଉଚିତ ଏବଂ ଆମେ ସେହି ସ୍ବପ୍ନକୁ ପୂରଣ କରିବା ଉଚିତ। ଆମର ସ୍ବପ୍ନ ହେଉଛି ଆତ୍ମନିର୍ଭରଶୀଳ ଭାରତ।
ଡିଜିଟାଲ ପେମେଣ୍ଟକୁ ମଧ୍ୟ ସେ ପ୍ରୋତ୍ସାହିତ କରିଛନ୍ତି ଏବଂ କହିଛନ୍ତି ଯେ ସ୍ଥାନୀୟ ଦୋକାନ ମାଲିକଙ୍କ ସହ ସେଲଫି ନିଅନ୍ତୁ ଏବଂ ଏହାକୁ ନାମୋ ଆପରେ ପ୍ରଧାନମନ୍ତ୍ରୀଙ୍କ ସହ ଶେୟାର କରନ୍ତୁ ଯାହା ଦ୍ୱାରା ଅନ୍ୟମାନେ ମଧ୍ୟ ଅନୁପ୍ରାଣିତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri