ବିପର୍ଯ୍ୟୟ ପରିଚାଳନା ପାଇଁ ମକ୍‌ଡ୍ରିଲ୍‌

ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ବାତ୍ୟା ଆଶ୍ରୟସ୍ଥଳୀଠାରେ ସେଲଟରସ୍ତରୀୟ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଡେପୁଟି କଲେକ୍ଟର ଅଭିଷେକ ସାହୁ, ବିଡିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ସିଡିପିଓ ସଲୀଳା ପ୍ରଧାନ, ସରପଞ୍ଚ ସଂଯୁକ୍ତା ପ୍ରଧାନ, ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପର୍ଯ୍ୟବେକ୍ଷକ, ହୁମା ଫାଣ୍ଡି ପୋଲିସ, ଓଡିଆର୍‌ଏଫ୍‌ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାକୃତିକ ବନ୍ୟାବାତ୍ୟା ସମୟରେ କିଭଳି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ଉପସ୍ଥିତ ଲୋକମାନଙ୍କୁ ଅଗ୍ନିଶମ କର୍ମଚାରୀ ବୁଝାଇଥିଲେ। ଅଗ୍ନି ବିପନ, ଗର୍ଭବତୀମାନଙ୍କୁ କିଭଳି ସୁରକ୍ଷିତ ଭାବେ ମେଡିକାଲକୁ ନିଆଯିବ ତାହା ରଣକୌଶଳ ଶିଖାଯାଇଥିଲା।ଘଡ଼ଘଡ଼ି ଓ ବିଜୁଳି ପବନ ବର୍ଷା ସମୟରେ ଘରୁ ପଦାକୁ ନ ବାହାରିବା, ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା, ଗାଁରେ ବିପଦ ପଡ଼ିଲେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେବା ଆଦି ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲା। କାମଧେନୁ ସେବା ସମବାୟ ସମିତି ସମ୍ପାଦକ ଟୁନା ମହାରଣା, ପାଳିବନ୍ଧ ପିଇଓ କେ. ପୋଟୁଡୁ, ଅଙ୍ଗନଓ୍ବାଡ଼ି କର୍ମୀ ଅନିତା ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ, ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri