ଥୁଆମୂଳ ରାମପୁରରେ ମୋବାଇଲ୍ ପ୍ରଦୂଷଣ ଯାଞ୍ଚ ଶିବିର: ଆର୍‌ଟିଓ ଫାଇନ୍‌ରୁ ବଞ୍ଚିବା ପାଇଁ ଲୋକଙ୍କ ଭିଡ଼

ଥୁଆମୂଳ ରାମପୁର, ୨୬।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜେଏମଏଫସି (JMFC) କୋର୍ଟ ସମ୍ମୁଖରେ ଗାଡ଼ି ମାଲିକଙ୍କ ସୁବିଧା ପାଇଁ ଏକ ଭ୍ରାମ୍ୟମାଣ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର (Mobile Vehicle Pollution Testing Unit) ପକ୍ଷରୁ ସେବା ଯୋଗାଇ ଦିଆଯାଉଛି । ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (RTA) ଦ୍ୱାରା ଅନୁମୋଦିତ ‘ଦାଶ ମୋବାଇଲ୍ ପ୍ରଦୂଷଣ ଯାଞ୍ଚ ୟୁନିଟ୍’ ପକ୍ଷରୁ ଏହି ଶିବିର ଗତ ଦୁଇ ଦିନ ଧରି ଚାଲିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ପ୍ରାୟ ୬୦ ଜଣ ଗାଡ଼ି ଚାଳକ ନିଜ ନିଜ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର (PUCC) ନବୀକରଣ କରିଥିବା ବେଳେ, ଆଜି ଅର୍ଥାତ୍ ୨୬ ତାରିଖରେ ଏହି ସଂଖ୍ୟା ବୃଦ୍ଧି ପାଇ ୮୫ରେ ପହଞ୍ଚିଛି। ସ୍ଥାନୀୟ ଅଞ୍ଚଳରେ ଏହି ସୁବିଧା ମିଳୁଥିବାରୁ ବହୁ ସଂଖ୍ୟାରେ ବାଇକ୍ ଓ କାର୍ ଚାଳକମାନେ ଏଠାକୁ ଆସି ନିଜ ଗାଡ଼ିର ଯାଞ୍ଚ କରାଉଥିବା ଦେଖିବାକୁ ମିଳିଛି। ୟୁନିଟ୍ ପରିଚାଳକ ତୁଳସୀ ଦାଣ୍ଡସେନା ଓ ଶ୍ରବଣ କୁମାର ମେହେରଙ୍କ ସୂଚନା ଅନୁଯାୟୀ, ସରକାରୀ ନିୟମ ଅନୁସାରେ ମାତ୍ର ୭୦ ଟଙ୍କା ବିନିମୟରେ ଏହି ପ୍ରଦୂଷଣ ପ୍ରମାଣପତ୍ର ପ୍ରଦାନ କରାଯାଉଛି।

ଦୂରଦୂରାନ୍ତକୁ ଯାଇ ହଇରାଣ ହେବା ଅପେକ୍ଷା ନିଜ ଅଞ୍ଚଳରେ ଏହି ସୁବିଧା ପାଉଥିବାରୁ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଏହି ମୋବାଇଲ୍ ୟୁନିଟ୍ ଥୁଆମୂଳ ରାମପୁରରେ ରହିବ। ଯେଉଁମାନଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ରର ଅବଧି ଶେଷ ହୋଇଯାଇଛି, ସେମାନେ ତୁରନ୍ତ ଏଠାକୁ ଆସି ନିଜ ଗାଡ଼ିର ଯାଞ୍ଚ କରାଇ ଆର୍‌ଟିଓ (RTO) ର ମୋଟା ଅଙ୍କର ଜୋରିମାନାରୁ ବଞ୍ଚିବା ପାଇଁ ୟୁନିଟ୍ ପକ୍ଷରୁ ଅନୁରୋଧ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଛାଟିଆ ସ୍ଥାନରେ ଯାତ୍ରୀ ବିଶ୍ରାମlଗାର ନିର୍ମାଣ, ସାନ ବଜାର ବଣିକ ସଙ୍ଘର ଅସନ୍ତୋଷ

ଗଞ୍ଜାମ,୨୬।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାର ଠାରେ ଯାତ୍ରୀ ବାହି ଅଟୋ ସଂଘ ଓ ମା ନାରାୟଣୀ ବଣିକ ସଙ୍ଘ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର…

ମଣ୍ଡିକୁ ଦୌଡ଼ିଦୌଡ଼ି ପ୍ରାଣ ହରାଇଲେ ଚାଷୀ, ମିଲର-ସମ୍ପାଦକଙ୍କ ନାଁରେ ଅଭିଯୋଗ ଆଣି…

ରାଜନଗର,୨୬ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରେ ଜଣେ ଚାଷୀ ମଣ୍ଡିକୁ ଦୌଡ଼ିଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ଜଣକ ହେଲେ ତ୍ରିଲୋଚନ…

୨୦ରୁ ଊର୍ଦ୍ଧ୍ୱ ଶହୀଦସ୍ତମ୍ଭ ଭାଙ୍ଗିଲେ ଗ୍ରାମବାସୀ

ମାଲକାନଗିରି,୨୬।୨: ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି କମିଥିବା ବେଳେ ଶାନ୍ତି ଫେରୁଛି। ଏହି ପରିପ୍ରେକ୍ଷୀରେ ସ୍ୱାଭିମାନ ଅଞ୍ଚଳର ମାଥିଲି, କାଲିମେଳା ଏବଂ ଖଇରପୁଟରେ ଥିବା…

କଳସ ଯାତ୍ରାରେ ବାଣ ବିସ୍ଫୋରଣ, 10ରୁ ଉର୍ଦ୍ଧ୍ବ ଆହତ

କେନ୍ଦ୍ରାପଡା,୨୬।୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଗୁଲୁନଗର ଗାଁରେ ବଡ଼ ଅଘଟଣ । ବାଣ ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ସାମାନ୍ୟ ଭୁଲରୁ ଉତ୍ସବ ସ୍ଥଳ…

OTET ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣା: ଆସନ୍ତା ୫ରେ ହେବ ଶୁଣାଣି

କଟକ,୨୬ା୨(ପ୍ରଭୁ କଲ୍ୟାଣ ମହାପାତ୍ର): ବୋର୍ଡ ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣାରେ ହାଇକୋର୍ଟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣି ଶେଷ ହୋଇଛି।…

ଅଧାରେ ରହିଲା ଘର ବାହୁଡା, ସଡ଼କ ଦୁର୍ଘଟଣାରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ

ବଲାଙ୍ଗୀର,୨୬।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶଳା, ଭିଣୋଇଙ୍କ ମୃତ୍ୟୁ…

‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବ୍ରହ୍ମପୁର,୨୬ା୨(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଏବଂ…

ଭାଜପା ନେତା ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ଭିଜିଲାନ୍ସ ମାମଲା ରଦ୍ଦ

କଟକ,୨୬।୨(ପ୍ରଭୁ କଲ୍ୟାଣ ପାଲ): ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri