ହାତ ପାହାନ୍ତାରେ ମିଳିବ ବିଭିନ୍ନ ପ୍ରକାର ଚାରା, ପ୍ରଦୂଷଣ କମାଇବାକୁ ଆରମ୍ଭ ହେଲା…

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୬।୯ (ଅରୁଣ ସାହୁ/ମନୋରଞ୍ଜନ ରଣା ): ଘରେ ଘରେ ହେବ ବୃକ୍ଷ ରୋପଣ,କମିବ ପ୍ରଦୁଷଣ, ସୃଷ୍ଟି ହେବ ଜଙ୍ଗଲ, ଜଙ୍ଗଲ ସମ୍ପଦ ଯୋଗୁ ଲୋକେ ହେବେ ସ୍ବାବଲମ୍ବୀ। କିଛି ଏଭଳି ପ୍ରୟାସ ଆରମ୍ଭ କରିଛି ବାଲିଗୁଡ଼ା ବନଖଣ୍ଡର ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ। ଶନିବାର ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ଅଧ୍ୟକ୍ଷତାରେ ବ୍ରାହ୍ମଣୀଗାଁ ବନାଞ୍ଚଳର ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଏକ ଭ୍ରାମ୍ୟମାଣ ଚାରା ବିତରଣ ପାଇଁ ଯାନ ବୁଲିବ ଏହାର ଉଦ୍‌ଘାଟନ ହୋଇଯାଇଛି। ଏହାକୁ ରାଜ୍ୟ ପିସିସିଏଫ୍‌ ସୁରେଶ ପନ୍ତ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରରୁ ଆର୍‌ସିସିଏଫ୍‌ ବିଶ୍ବନାଥ ନିଳନବର, ବାଲିଗୁଡା ଡିଏଫ୍‌ଓ ଘନଶ୍ୟାମ ମହନ୍ତ, ଏସ୍‌ସିଏଫ୍‌ ମନୋରଞ୍ଜନ ବାଗ, ସୁର୍ଯ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଛନ୍ତି। ଉକ୍ତ ଭ୍ରାମ୍ୟମାଣ ଚାରା ବିତରଣ ଯାନ ଉକ୍ତ ବନାଞ୍ଚଳର କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ବ୍ରାହ୍ମଣୀଗାଁ, ଗଦାପୁର, ହାତୀମୁଣ୍ଡା, ତାଜୁଙ୍ଗିଆ ଏବଂ ସରାମୁଳି ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କୁ ବୃକ୍ଷ ରୋପଣ କରିବାକୁ ସଚେତନ କରିବା ସହ ଚାରା ବିକ୍ରୀ କରିବ ବୋଲି ବିଭାଗ ପକ୍ଷରୁ ବନାଞ୍ଚଳ ଅଧିକାରୀ ହରିହର ବେହେରା କହିଛନ୍ତି। ଏଭଳି ଭ୍ରାମ୍ୟମାଣ ଯାନ ଗାଁ ଗାଁ ବୁଲି ଚାରା ବିକ୍ରୀ କରିବା ଘଟଣା ପ୍ରଥମ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ଏହି ଯାନ ବୁଲିବା ସମୟରେ ଗୋଟିଏ ନାରା ଦିଆଯାଇଛି ଯେ ‘ବୃକ୍ଷ ହିଁ ଏକ ବିକଳ୍ପ, ଗଛ ଲଗାଇବ ଗୋଟିଏ ଫାଇଦା ଦେବ କୋଟିଏ’ ବୋଲି କୁହାଯିବା ସହ ଦାରିଦ୍ରତା ଅବା ପ୍ରଦ୍ୟୁଷଣ ଜଙ୍ଗଲ ହିଁ ତାର ସମାଧାନ ବୋଲି ଲୋକଙ୍କୁ କୁହାଯାଇଛି। ଏଥି ସହ ମା’ଙ୍କ ନାମରେ ଗଛଟିଏ ଲଗାନ୍ତୁ ବୋଲି ଲୋକଙ୍କୁ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବନାଞ୍ଚଳର ବନପାଳ ଯୋଗେଶ୍ୱର ଧାରୁଆଙ୍କ ସମେତ ବନରକ୍ଷୀ ଶ୍ରୀରାମ ପଣ୍ଡା,ମାର୍କ ମଲିକ,ଆଶିଷ ପ୍ରଧାନ,ସନ୍ତୋଷ ପ୍ରଧାନ,ଇନ୍ଦ୍ରମଣୀ ଦିଗାଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉଦ୍‌ଘାଟନ ପରେ ଭ୍ରାମ୍ୟମାଣ ଯାନଟି ବିଭିନ୍ନ ପଞ୍ଚାୟତ ଅଭିମୁଖେ ଯାତ୍ରା କରିଥିଲା, ସେଠାରେ ବନ ସଂରକ୍ଷଣ ସମିତିର ସଦସ୍ୟ ମାନେ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

ମହିଳାଙ୍କୁ ଉଦ୍ଧାର କଲେ ପାଟପୁର ପୋଲିସ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁ ରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ସୋମବାର ସନ୍ଧ୍ୟାରେ ପାଟପୁର ଥାନା ପୋଲିସ ଉଦ୍ଧାର…

ନମସ୍କାର ପକାଇ କଲେ ହ୍ୟାଣ୍ଡ୍‌ସେକ୍‌: ସନ୍ଧ୍ୟା ଭ୍ରମଣବେଳେ ଘଟିଗଲା…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଚିନ୍ନାରି.ରାଘବ ସୁବୁଦ୍ଧି ସନ୍ଧ୍ୟା ଭ୍ରମଣରେ ଯାଉଥିବାବେଳେ ଗାଁର ଶେଷ ମୁଣ୍ଡରେ ଜଣେ ହେଲିମେଟ ପିନ୍ଧିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri