Posted inଫୁରସତ

ସୁସ୍ଥ ଜୀବନ ପାଇଁ ଟିକାକରଣ ଜରୁରୀ

ବିଶେଷଭାବରେ ଶିଶୁଟିଏ ଜନ୍ମ ନେବା ପରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏଥିପାଇଁ ଏକ ଟିକାତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହାକୁ ଅନୁସରଣ କରି ପିଲାମାନଙ୍କୁ ଜନ୍ମ ପରେ ପରେ ହିଁ ଟିକା ଦେବା ଆରମ୍ଭ କରିଦିଆଯାଇଥାଏ। ଭବିଷ୍ୟତରେ ସୁସ୍ଥ ରହିବା ଲାଗି ଏହା ବେଶ୍‌ ସହାୟକ ହୋଇଥାଏ। ତେଣୁ ଏ ସମ୍ପର୍କରେ ସମସ୍ତେ ଅବଗତ ହେବା ଦରକାର। ଜନସାଧାରଣଙ୍କଠାରେ ଟିକାକରଣର ଉପାଦେୟତା ବିଷୟରେ ସଚେତନ କରାଇବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୧୬ ତାରିଖକୁ ‘ଜାତୀୟ ଟିକାକରଣ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ଏହି ଦିନ କେବଳ ସରକାରୀ ନୁହେଁ, ବେସରକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରକାର ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି ‘ପ୍ରତ୍ୟେକଙ୍କ ପାଇଁ ଟିକାଗୁଡ଼ିକ କାମ କରିଥାଏ’ ( ଭ୍ୟାକସିନ୍ସ ଓ୍ବାର୍କ ଫର ଏଭ୍ରିଓ୍ବାନ୍‌)। ଆମ ଦେଶକୁ ପୋଲିଓମୁକ୍ତ କରିବା ପାଇଁ ପ୍ରଥମେ ମାର୍ଚ୍ଚ ୧୫, ୧୯୯୫ରେ ଓରାଲ ପୋଲିଓ ବୁନ୍ଦା ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଭାରତର ଏଭଳି ଉଦ୍ୟମକୁ ସେ ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ପ୍ରଶଂସା କରିବା ସହ ତାହାକୁ ଆହୁରି ସୁଦୂରପ୍ରସାରୀ କରିବାକୁ ପରାମର୍ଶ ଦେଇଥିଲା। ପରବର୍ତ୍ତୀ ସମୟରେ ଏହି ଦିନକୁ ‘ଜାତୀୟ ଟିକାକରଣ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ବିଶେଷଭାବରେ ସଂକ୍ରାମକ ରୋଗର କାୟା ବିସ୍ତାରକୁ ରୋକିବା ପାଇଁ ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶିଶୁଟିଏ ଯଦି ଠିକ୍‌ ସମୟରେ ଟିକା ନିଏ ତେବେ ତାହା ତା’ ପାଇଁ ଭବିଷ୍ୟତରେ ରୋଗର ରକ୍ଷାକବଚ ଭାବରେ କାମ କରେ। ଇଂରେଜ ଚିକିତ୍ସକ ଡା. ଏଡଓ୍ବାର୍ଡ ଜେନେର ପ୍ରଥମେ ଟିକା ପ୍ରସ୍ତୁତ କରିଥିଲେ। ୧୭୯୭ରେ ସେ ଜଣେ ୧୩ ବର୍ଷ ବୟସ୍କ ପିଲାକୁ ବସନ୍ତ ଟିକା ଦେଇଥିଲେ। ଏବେ ବସନ୍ତ, ମିଳିମିଳା, ମ୍ୟାଲେରିଆ, ରୁବେଲା, ପୋଲିଓ ଆଦି ଟିକାର ବିକଶିତ ରୂପ ଉପଲବ୍ଧ। ଶିଶୁମାନଙ୍କୁ ଠିକ୍‌ ସମୟରେ ଟିକା ଦିଆଯିବା ଫଳରେ ସେମାନଙ୍କୁ ଅନେକ ପ୍ରକାର ରୋଗରୁ ରକ୍ଷା କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri