ଗଞ୍ଜାମ,୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ନିର୍ବାଚିତ ନଗରପାଳ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ମୃତ୍ୟୁର ୪ବର୍ଷ ପରେ ପୁଇଁତୋଳା ଗ୍ରାମ ସ୍ଥିତ ବଡ଼ ବନ୍ଧ ନିକଟରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ମଙ୍ଗଳବାର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଅନୁଷ୍ଠାନିକ ଭାବେ ସ୍ବର୍ଗତ ପଲାଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଉପଲକ୍ଷେ ଗ୍ରାମ୍ୟ କମିଟି ଏବଂ ସାଥି ବୃନ୍ଦାବନ ପଲାଇ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସମିତି ସଭ୍ୟ କୈଳାଶ ପଲାଇ ସଭାପତିତ୍ୱ କରିଥିଲେ। ଏନ୍ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ସିପିଆଇ ଜିଲା ସମ୍ପାଦକ ପ୍ରକାଶ ପାତ୍ର, ଗ୍ରାସୀମ ଶ୍ରମିକ ସଂଗଠନ ନେତା ଶଙ୍କର ଦାସ, ବିଜେଡି ନେତା ପ୍ରଶାନ୍ତ କର, ବଂଶୀଧର ଗୌଡ଼, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ବିଶ୍ୱନାଥ ବିଶ୍ୱାଳ, ଜୋନାଲ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଲାଇ, ପୂର୍ବତନ ଉପ ନଗରପାଳ ନିଳାଞ୍ଚଳ ବାରିକ୍, ଗ୍ରାମ୍ୟ କମିଟି ସଭାପତି କାନ୍ତରି ଦଳାଇ, ଗୌରୀ ଶଙ୍କର ବାରିକି, ବିଜେଡ଼ି ଯୁବ ନେତା ସୁଧୀର ପାଢ଼ୀ, ବିଜୟ ବିଶ୍ୱାଳ ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ମୃତି ଉଦ୍ଦେଶ୍ୟରେ ବଡ଼ ବନ୍ଧ ଓ ବନ୍ଧ ନିକଟରେ ଥିବା ପାର୍କ ସାଥି ସ୍ବର୍ଗତ ପଲାଇଙ୍କ ନାମରେ ନାମିତ କରିବା ଲାଗି କାଉନସିଲ ବଡ଼ିରେ ଉପସ୍ଥାପନା କରିବେ ବୋଲି ଏନଏସି ଅଧ୍ୟକ୍ଷା ପାଢ଼ୀ ସୂଚନା ଦେଇଛନ୍ତି। ଏହାକୁ ସୁଦାମ ଜେନା, ହରି ବିଶ୍ୱାଳ, ଅଜୟ ବାରିକି, କୈଳାଶ ସାହୁ, ପୁଇଁତୋଳା ବଡ଼ ସାହି କମିଟି ସଭାପତି ଶିବରାମ ଜେନା, ଭଗବାନ ପ୍ରଧାନ, ପ୍ରକାଶ ରାଉଳ, ଗଣେଶ ସାହୁ, ନାରାୟଣ ତରାଇ, ସୁଶାନ୍ତ ତରାଇ ପ୍ରମୁଖ ସହଯୋଗ କରିଥିଲେ।


