Posted inଜାତୀୟ

ତେଲଙ୍ଗାନାରୁ ପାଟନାରୁ ଫେରି ତେଜସ୍ବୀଙ୍କ ଘରେ ୧୯ କଂଗ୍ରେସ ବିଧାୟକ

ପାଟନା,୧୧।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ଥିବାବେଳେ ସପ୍ତାହେ ହେଲା ତେଲଙ୍ଗାନାରେ ରହିଥିବା କଂଗ୍ରେସ ବିଧାୟକ ରବିବାର ପାଟନା ଫେରିଛନ୍ତି। ସେଠାରୁ ସେମାନେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ବାସଭବନକୁ ଯାଇଛନ୍ତି। ସେମାନେ ତେଜସ୍ବୀଙ୍କ ଘରେ ସୋମବାର ପର୍ଯ୍ୟନ୍ତ ରହିବା ବ୍ୟବସ୍ଥା ହୋଇଛି। ସେଠାରେ ବିଧାୟକମାନେ ନିଆଁପୋଇଁବା ସହ ସଙ୍ଗୀତ କାର୍ଯ୍ୟକ୍ରମର ମଜା ନେଉଥିବା ଦେଖାଯାଇଛି।

ସେମାନଙ୍କ ସହ ଆର୍‌ଜେଡି ଏବଂ ବାମଦଳ ବିଧାୟକମାନେ ମଧ୍ୟ ତେଜସ୍ବୀଙ୍କ ୫, ଦେଶରତ୍ନ ମାର୍ଗ ସରକାରୀ ବଙ୍ଗଳାରେ ରହିବେ। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ ମହାମେଣ୍ଟରୁ ଓହରି ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରି ନୂଆ ସରକାର ଗଢ଼ିବା ପରେ ଆସ୍ଥାଭୋଟ ଆବଶ୍ୟକ ହୋଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏନ୍‌ଡିଏର ୧୨୮ ବିଧାୟକ ରହିଥିବାରୁ ସେମାନେ ସୁବିଧାରେ ଆସ୍ଥାଭୋଟ ଜିତିଯିବେ। ତେବେ ଟ୍ରଷ୍ଟ ଭୋଟ ପୂର୍ବରୁ ବିଭାଜନ ଆଶଙ୍କାରେ କଂଗ୍ରେସର ୧୯ ବିଧାୟକ ତେଲଙ୍ଗାନାରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

“ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ”: ନାବାଳିକାଙ୍କୁ ୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ମହିଳାଙ୍କ ପ୍ରଜନନ ସ୍ଵାଧୀନତାକୁ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମାତୃତ୍ୱ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri