ବିଧାୟକଙ୍କ ବଡ଼ ଘୋଷଣା: କଳିଙ୍ଗା ଘାଟିରେ ହେବ ଇକୋ ଟୁରିଜିମ

ଭଞ୍ଜନଗର,୪/୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗୁରୁବାର ମୁଜାଗଡ ଠାରେ ନବନିର୍ମିତ ୱାଚ ଟାୱାର ଏବଂ ବନ ବିଭାଗର ଏକ କୋଠା ଉଦଘାଟିତ ହୋଇଯାଇଛି। ଏଥିସହ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ କୋଠାକୁ ଉଦଘାଟନ କରିଥିଲେ। ଏଥିସହ ଚାରା ରୋପଣ କରିଥିଲେ।

ଏହି ଅବସରରେ ନର୍ସରୀ ପରିସରରେ ଅନୁଷ୍ଟିତ ସଭାରେ ବିଧାୟକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶରେ ବର୍ତ୍ତମାନ ପାଖାପାଖି ୧୫୦ କୋଟି ଲୋକ ବସବାସ କରୁଛନ୍ତି। ଯଦି ଅମେ ମୁଣ୍ଡପିଛା ଗୋଟିଏ ଲେଖାଏ ଗଛ ଲଗାଇବା ତେବେ ବର୍ଷକୁ ୧୫୦ କୋଟି ଚାରା ରୋପଣ ହୋଇପାରିବ। ସନ୍ତାନଙ୍କ ଭଳି ଗଛର ଯତ୍ନ ମଧ୍ୟ ଆମେ
ନେବାକୁ ପଡିବ ବୋଲି ବିଧାୟକ ନାୟକ ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ। ଏଥିସହ ସେ କହିଥିଲେ ବିଗତ ଦିନରେ ଏହି ବନଖଣ୍ଡର ନାମ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ଉଚ୍ଚରେ ଥିଲା। ବର୍ତ୍ତମାନ ମଧ୍ୟ ତାର ପୂର୍ବ ଗୌରବ ବଜାୟ ରଖିଛି। ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷାରେ ଏହି ବନଖଣ୍ଡ ରାଜ୍ୟରେ ତାର ନାମ ସ୍ବତନ୍ତ୍ର ବଜାୟ ରଖିଛି। ଜଙ୍ଗଲରୁ କାଠ ଚୋରି କମିଯାଇଛି। ଲୋକେ କାଠ ବଦଳରେ ଗ୍ୟାସ ବ୍ୟବହାର କରୁଛନ୍ତି। କାଠ ଏବଂ ଶିକାର ପ୍ରାୟ ନାହିଁ। ଯାହା ଆମ ପାଇଁ ଖୁସିର ବିଷୟ ବୋଲି ବିଧାୟକ କହିଥିଲେ। ଜଙ୍ଗଲ ଉପରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଜନହିତକର ଯୋଜନା କାର୍ଯ୍ୟକାରି କରିଛନ୍ତି। ତେଣୁ ଅଞ୍ଚଳର ଅନେକ ଗରିବ ଲୋକ ଆତ୍ମନିର୍ଭରଶିଳ ହୋଇପାରିଛନ୍ତି ବୋଲି ବିଧାୟକ କହିଥିଲେ। ଏହାପରେ ବିଧାୟକ କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ।

ଉକ୍ତ ମନ୍ଦିର ବହୁବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ତେଣୁ ଆଇଟିଡିଏ ବିଭାଗ ପକ୍ଷରୁ ୧୫ ଲକ୍ଷ ଟଙ୍କା ମନ୍ଦିରର ଉନ୍ନତି ପାଇଁ ବ୍ୟବସ୍ଥା କରାଯାଇଛି। ଉକ୍ତ ମନ୍ଦିର ସହ ଘାଟିର ମନୋରମ ଦୃଶ୍ୟ ଏବଂ ଝରଣାକୁ ଦେଖିବା ପାଇଁ ବହୁ ଲୋକ ଦୈନନ୍ଦିନ ଆସୁଛନ୍ତି। ତେଣୁ ଘାଟିକୁ ଇକୋ ଟୁରି ଜିମ ପ୍ରକଳ୍ପରେ ସାମିଲ କରାଯିବ। ଏଠାରେ ପର୍ଯ୍ୟଟକମାନେ ରହିବା ପାଇଁ କଟେଜ ନିର୍ମାଣ ହେବ ବୋଲି ବିଧାୟକ କହିଥିଲେ। ଏଥିସହ ଝରଣାରୁ ବହି ଯାଉଥିବା ପାଣିକୁ କିଭଳି ଚାଷ କାର୍ଯ୍ୟରେ ଲଗାଯିବ ସେନେଇ ମଧ୍ୟ ବିଧାୟକ ସେଠାରେ ସମୀକ୍ଷା କରିଥିଲେ।

ନର୍ସରୀ ପରିସରରେ ଅନୁଷ୍ଟିତ ବନ ମହୋତ୍ସବ ସପ୍ତାହ ସଭାରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର,ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଇତିଶ୍ରୀ ପ୍ରିୟଦର୍ଶିନୀ,ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଲପାଣି ଶତପଥି, ସୁରେଶ ସାଇଁ, ଅନୁପମ ବାନାର୍ଜୀ, ଲୋକନାଥ ଆଚାର୍ଯ୍ୟ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଯୋଗଦେଇ ଜଙ୍ଗଲ କିଭଳି ସୁରକ୍ଷିତ ରହିପାରିବ ସେନେଇ କହିଥିଲେ। ଏସିଏଫଡ ରଶ୍ମି ରଞ୍ଜନ ସ୍ବାଇଁ ସ୍ବାଗତ ଭାଷଣ ଦେଇଥିବା ବେଳେ ଏସିଏଫ ବିବେକ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

ବିଧାୟକଙ୍କ ଗସ୍ତ ସମୟରେ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ଜିଲା ପରିଷଦ ଏମ ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ବନ୍ୟପ୍ରାଣୀ ସୁରକ୍ଷା ସମିତି ସଭ୍ୟ ରମେଶ ପାତ୍ର,ଏନଏସି ଏମପି ପ୍ରତିନିଧି ସନ୍ତୋଷ ତିଆଡି,ବ୍ଲକ ଏମପି ପ୍ରତିନିଧି ରବିନ୍ଦ୍ର କୁମାର ଗେଡ, ଭାଜପା ନେତା କୁବେର ପ୍ରଧାନ, ମନୋଜ ପଣ୍ଡା,ଧୋବା ଗେଡ,ପଦ୍ମନାଭ ପ୍ରଧାନ,ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥୀରାଜ ପ୍ରଧାନ,ଗାଲେରି ରେଞ୍ଜର ଆଶାଲତା ଦିଗାଲ, ତାରସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri