ବିଧାୟକଙ୍କ ବଡ଼ ଘୋଷଣା: କଳିଙ୍ଗା ଘାଟିରେ ହେବ ଇକୋ ଟୁରିଜିମ

ଭଞ୍ଜନଗର,୪/୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗୁରୁବାର ମୁଜାଗଡ ଠାରେ ନବନିର୍ମିତ ୱାଚ ଟାୱାର ଏବଂ ବନ ବିଭାଗର ଏକ କୋଠା ଉଦଘାଟିତ ହୋଇଯାଇଛି। ଏଥିସହ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ କୋଠାକୁ ଉଦଘାଟନ କରିଥିଲେ। ଏଥିସହ ଚାରା ରୋପଣ କରିଥିଲେ।

ଏହି ଅବସରରେ ନର୍ସରୀ ପରିସରରେ ଅନୁଷ୍ଟିତ ସଭାରେ ବିଧାୟକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶରେ ବର୍ତ୍ତମାନ ପାଖାପାଖି ୧୫୦ କୋଟି ଲୋକ ବସବାସ କରୁଛନ୍ତି। ଯଦି ଅମେ ମୁଣ୍ଡପିଛା ଗୋଟିଏ ଲେଖାଏ ଗଛ ଲଗାଇବା ତେବେ ବର୍ଷକୁ ୧୫୦ କୋଟି ଚାରା ରୋପଣ ହୋଇପାରିବ। ସନ୍ତାନଙ୍କ ଭଳି ଗଛର ଯତ୍ନ ମଧ୍ୟ ଆମେ
ନେବାକୁ ପଡିବ ବୋଲି ବିଧାୟକ ନାୟକ ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ। ଏଥିସହ ସେ କହିଥିଲେ ବିଗତ ଦିନରେ ଏହି ବନଖଣ୍ଡର ନାମ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ଉଚ୍ଚରେ ଥିଲା। ବର୍ତ୍ତମାନ ମଧ୍ୟ ତାର ପୂର୍ବ ଗୌରବ ବଜାୟ ରଖିଛି। ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷାରେ ଏହି ବନଖଣ୍ଡ ରାଜ୍ୟରେ ତାର ନାମ ସ୍ବତନ୍ତ୍ର ବଜାୟ ରଖିଛି। ଜଙ୍ଗଲରୁ କାଠ ଚୋରି କମିଯାଇଛି। ଲୋକେ କାଠ ବଦଳରେ ଗ୍ୟାସ ବ୍ୟବହାର କରୁଛନ୍ତି। କାଠ ଏବଂ ଶିକାର ପ୍ରାୟ ନାହିଁ। ଯାହା ଆମ ପାଇଁ ଖୁସିର ବିଷୟ ବୋଲି ବିଧାୟକ କହିଥିଲେ। ଜଙ୍ଗଲ ଉପରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଜନହିତକର ଯୋଜନା କାର୍ଯ୍ୟକାରି କରିଛନ୍ତି। ତେଣୁ ଅଞ୍ଚଳର ଅନେକ ଗରିବ ଲୋକ ଆତ୍ମନିର୍ଭରଶିଳ ହୋଇପାରିଛନ୍ତି ବୋଲି ବିଧାୟକ କହିଥିଲେ। ଏହାପରେ ବିଧାୟକ କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ।

ଉକ୍ତ ମନ୍ଦିର ବହୁବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ତେଣୁ ଆଇଟିଡିଏ ବିଭାଗ ପକ୍ଷରୁ ୧୫ ଲକ୍ଷ ଟଙ୍କା ମନ୍ଦିରର ଉନ୍ନତି ପାଇଁ ବ୍ୟବସ୍ଥା କରାଯାଇଛି। ଉକ୍ତ ମନ୍ଦିର ସହ ଘାଟିର ମନୋରମ ଦୃଶ୍ୟ ଏବଂ ଝରଣାକୁ ଦେଖିବା ପାଇଁ ବହୁ ଲୋକ ଦୈନନ୍ଦିନ ଆସୁଛନ୍ତି। ତେଣୁ ଘାଟିକୁ ଇକୋ ଟୁରି ଜିମ ପ୍ରକଳ୍ପରେ ସାମିଲ କରାଯିବ। ଏଠାରେ ପର୍ଯ୍ୟଟକମାନେ ରହିବା ପାଇଁ କଟେଜ ନିର୍ମାଣ ହେବ ବୋଲି ବିଧାୟକ କହିଥିଲେ। ଏଥିସହ ଝରଣାରୁ ବହି ଯାଉଥିବା ପାଣିକୁ କିଭଳି ଚାଷ କାର୍ଯ୍ୟରେ ଲଗାଯିବ ସେନେଇ ମଧ୍ୟ ବିଧାୟକ ସେଠାରେ ସମୀକ୍ଷା କରିଥିଲେ।

ନର୍ସରୀ ପରିସରରେ ଅନୁଷ୍ଟିତ ବନ ମହୋତ୍ସବ ସପ୍ତାହ ସଭାରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର,ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଇତିଶ୍ରୀ ପ୍ରିୟଦର୍ଶିନୀ,ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଲପାଣି ଶତପଥି, ସୁରେଶ ସାଇଁ, ଅନୁପମ ବାନାର୍ଜୀ, ଲୋକନାଥ ଆଚାର୍ଯ୍ୟ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଯୋଗଦେଇ ଜଙ୍ଗଲ କିଭଳି ସୁରକ୍ଷିତ ରହିପାରିବ ସେନେଇ କହିଥିଲେ। ଏସିଏଫଡ ରଶ୍ମି ରଞ୍ଜନ ସ୍ବାଇଁ ସ୍ବାଗତ ଭାଷଣ ଦେଇଥିବା ବେଳେ ଏସିଏଫ ବିବେକ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

ବିଧାୟକଙ୍କ ଗସ୍ତ ସମୟରେ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ଜିଲା ପରିଷଦ ଏମ ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ବନ୍ୟପ୍ରାଣୀ ସୁରକ୍ଷା ସମିତି ସଭ୍ୟ ରମେଶ ପାତ୍ର,ଏନଏସି ଏମପି ପ୍ରତିନିଧି ସନ୍ତୋଷ ତିଆଡି,ବ୍ଲକ ଏମପି ପ୍ରତିନିଧି ରବିନ୍ଦ୍ର କୁମାର ଗେଡ, ଭାଜପା ନେତା କୁବେର ପ୍ରଧାନ, ମନୋଜ ପଣ୍ଡା,ଧୋବା ଗେଡ,ପଦ୍ମନାଭ ପ୍ରଧାନ,ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥୀରାଜ ପ୍ରଧାନ,ଗାଲେରି ରେଞ୍ଜର ଆଶାଲତା ଦିଗାଲ, ତାରସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri