ଦୁର୍ଘଟଣାରେ ଆହତ ସ୍ବାମୀ-ସ୍ତ୍ରୀଙ୍କୁ ନିଜ ଗାଡିରେ ହସ୍ପିଟାଲ୍‌ ନେଲେ ବିଧାୟକ

ଛତ୍ରପୁର,୧୬।୨(ଡି.ଏନ.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅନ୍ତର୍ଗତ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ବୁଧବାର ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାଇକରେ ଯାଉଥିବା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗାଁର ଯୋଗେନ୍ଦ୍ର ମିଶ୍ର ଓ ତାଙ୍କ ସ୍ତ୍ରୀ ସନ୍ଧ୍ୟା ରାଣୀ ମିଶ୍ର ଗୁରୁତର ଆହତ ହୋଇଥିଲେ। ଏହି ବାଟ ଦେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯାଉଥିବାବେଳେ ଉଭୟ ଆହତଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ନେଇ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା।