ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ରାୟ ସରକାରଙ୍କ ପ୍ରଦତ୍ତ ଅନୁଦାନରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଫେରିଥିବା ଜଣାପଡିଛି । ବିଧାୟକ ପ୍ରଥମେ ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତର ସାନବୁରୁଡା ଗ୍ରାମରେ ପହଞ୍ଚି ଆଦର୍ଶ ପାଠାଗାର ଓ ଗ୍ରାମ୍ୟ କୋଠଘରର ଶୁଭ ଉଦଘାଟନ କରିଥିଲେ। ଏହାପରେ ବଡବୁରୁଡା ଗ୍ରାମର ବହୁମୁଖୀ ଉପଯୋଗୀ ଗୋଷ୍ଠୀ କେନ୍ଦ୍ର, ଗ୍ରାମ୍ୟ କୋଠଘର ଉଦଘାଟନ କରିଥିଲେ।

ଏଥିସହ ଗ୍ରାମରେ ନବ ନିର୍ମିତ ଠାକୁରାଣୀ ମନ୍ଦିର ପରିଦର୍ଶନ କରିବା ସହ ଓ ୧୦୮ କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେହିପରି ବମକୋଇ ଗ୍ରାମର ଲକ୍ଷ୍ମୀନାରାୟଣ ସାହିରେ ଆୟୋଜିତ ଶ୍ରୀ ରାମନବମୀ ଯାତ୍ରାରେ ଯୋଗଦାନ କରିଥିଲେ। ଶେଷରେ ଦିଗପହଣ୍ଡି ସହରରେ ପହଞ୍ଚି ଶ୍ରୀ ରାମନବମୀ ମହୋତ୍ସବ ସମିତିରବିଶାଳ ଶୋଭାଯାତ୍ରାରେ ଯୋଗଦେଇ ଫେରିଥିଲେ। ସିଦ୍ଧାନ୍ତଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ବିଧାୟକଙ୍କ ସହ ବାସୁଦେବପୁର ପଞ୍ଚାୟତ ସରପଞ୍ଚ ଏମ. ଶ୍ୟାମଘନ, ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ , କରପଡା ପଞ୍ଚାୟତ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ବାମୀ, ବି. ତୁରୁବୁଡି ପଞ୍ଚାୟତ ସରପଞ୍ଚ ଲିଙ୍ଗରାଜ ଦୋରା, ଗୋକର୍ଣ୍ଣପୁର ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା, ଏମ. ନରସିଂହ, କେ . ସାହେବ, କେ . ଭୀମଙ୍କ ସମେତ ଭାଜପା କର୍ମକର୍ତ୍ତା ବାପି ପ୍ରଧାନ, କିଶୋର ସାହୁ , ନରସିଂହ ପାତ୍ର ଏବଂ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri