ଥାନା ବାରଣ୍ଡାରେ ବସିଲେ ବିଧାୟକ: ଅଭିଯୋଗ ଲେଖିବାକୁ କାଗଜ, କଲମ ଦେଲେ

ଜଗତ୍‌ସିଂହପୁର, ୬ା୭ (ପ୍ରମୋଦ କୁମାର ନାୟକ):ଜଣେ ମହିଳା କୌଣସି ଅଭିଯୋଗ କରିବାକୁ ବିନା ଅଭିଯୋଗପତ୍ର (ଏଫ୍‌ଆଇଆର୍‌ ପେପର)ରେ ବୁଧବାର ଜଗତ୍‌ସିଂହପୁର ଥାନାରେ ପହଞ୍ଚତ୍ଥିଲେ। ଥାନାରେ କାଗଜ ଖଣ୍ଡେ ମାଗିବାରୁ ଜନୈକା ମହିଳା ପୋଲିସ କର୍ମଚାରୀ କହିଥିଲେ,ଏଫ୍‌ଆଇଆର୍‌ ଲେଖିବାକୁ ଆମ ପାଖରେ କାଗଜ, କଲମ ନାହିଁ। ଏହି ସମୟରେ ସମ୍ପୃକ୍ତ ମହିଳା ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ନାମ ନେବାରୁ ମହିଳା ପୋଲିସ କର୍ମଚାରୀ ଜଣକ କହିଥିଲେ,ବିଧାୟକଙ୍କୁ କୁହନ୍ତୁ କାଗଜ, କଲମ ଦେବେ। ଏହାପରେ ମହିଳା ଜଣକ ବିଧାୟକଙ୍କୁ ଫୋନ କରି ଏହା ଜଣାଇଥିଲେ। ପ୍ରତ୍ୟୁତ୍ତରରେ ବିଧାୟକ କହିଥିଲେ,ହୁଏତ ଥାନାରେ କାଗଜ, କଲମ ନ ଥାଇପାରେ। ଗୁରୁବାର ମୋର ଥାନାରେ କାମ ଅଛି ଏହି ସମୟରେ ସେଠାକୁ ଯାଇ, କାଗଜ, କଲମ ଦେଇଆସିବି। ଏହି ଅନୁଯାୟୀ, ବିଧାୟକ ତାଙ୍କ କେତେଜଣ ସହଯୋଗୀଙ୍କ ସହ ସେଦିନ ରାତି ପ୍ରାୟ ୧୦ଟା ବେଳେ ୪ ପ୍ୟାକେଟ୍‌ ଏ-୪ ସାଇଜ୍‌ ପେପର ଓ ୨୦ଟି କଲମ ଧରି ଜଗତ୍‌ସିଂହପୁର ଥାନାରେ ପହଞ୍ଚତ୍ଥିଲେ। ବିଧାୟକଙ୍କୁ ଦେଖି ଉପସ୍ଥିତ ଏସ୍‌ଡିପିଓ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଥାନା ଅଧିକାରୀଙ୍କ ଚାମ୍ବରକୁ ଆସିବା ପାଇଁ ଡାକିଥିଲେ। କିନ୍ତୁ ବିଧାୟକ ଯାଇ ନ ଥିଲେ। ବାରଣ୍ଡାରେ ବସି କହିଥିଲେ, ଏଫ୍‌ଆଇଆର୍‌ ଲେଖିବା ପାଇଁ ଥାନାରେ କାଗଜ, କଲମ ନ ଥିଲେ, କହିଲେ ସେ ଯୋଗାଇ ଦେବେ। ଏଥିସହ କେହି ଥାନାରେ ପହଞ୍ଚତ୍ ଅଭିଯୋଗଟିଏ ଲେଖିବାକୁ ଚାହିଁଲେ, ବସିବାକୁ ଯଦି ସୁବିଧା ନାହିଁ ତେବେ ସେ କଥା ମଧ୍ୟ ଜଣାନ୍ତୁ। ଜମି ଚିହ୍ନଟ କରି ଦିଅନ୍ତୁ, ଭଗବାନ ତାଙ୍କୁ କ୍ଷମତା ଦେଇଛନ୍ତି ସେ ଘର କରି ଦେଇଦେବେ। କିନ୍ତୁ ଲୋକଙ୍କୁ ଅସମ୍ମାନ କରନ୍ତୁ ନାହିଁ। ବିଧାୟକ ଦାସ ଆହୁରି କହିଥିଲେ, ସରକାର ସାଧାରଣ ଲୋକଙ୍କର। ତେଣୁ ସେମାନଙ୍କୁ ସମ୍ମାନ ଦେବା ଆମ ସରକାରର ପ୍ରାଥମିକତା। ଲୋକଙ୍କ ପ୍ରତି ପୋଲିସର ବ୍ୟବହାର ଠିକ୍‌ ରହୁ ନ ଥିବାରୁ ଛାତ୍ର ଜୀବନରୁ ଥାନାକୁ ଯିବାକୁ ସେ ପସନ୍ଦ କରନ୍ତି ନାହିଁ। ଏବେ କିଛି ଅଭିଯୋଗ ହେବାରୁ ଥାନା ଅଧିକାରୀଙ୍କୁ ଜଣାଇବା ଉଚିତ ଥିଲା। ଯେଉଁ ଲୋକମାନେ ଅଭିଯୋଗ ଲେଖିପାରୁ ନାହାନ୍ତି ସେମାନଙ୍କୁ, ପୋଲିସ ଅଧିକାରୀମାନେ ଲେଖିବା କ୍ଷେତ୍ରରେ ସହଯୋଗ କରିବା ଉଚିତ। କାଗଜ, କଲମ ନ ଥିଲେ ଯୋଗାଇଦେବା ଦରକାର। ପ୍ରତ୍ୟେକ ପୋଲିସ କର୍ମଚାରୀ ଲୋକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ।
ଯେ, ନିର୍ବାଚନ ପୂର୍ବରୁ ଅମରେନ୍ଦ୍ର ଆଦର୍ଶ ଆଚରଣ ବିଧି ଅନୁସାରେ ଜଗତ୍‌ସିଂହପୁର ଥାନାରେ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସରେଣ୍ଡର କରିଥିଲେ। ସେତେବେଳେ ଜନୈକ ପୋଲିସ କର୍ମଚାରୀ ତାଙ୍କଠାରୁ ଥାନାର ଏହି ବାରଣ୍ଡାରେ ବନ୍ଧୁକଟିକୁ ଗ୍ରହଣ କହିଥିଲେ। ଯେହେତୁ ସେତେବେଳେ ସେ ସାଧାରଣ ଜନତା ଥିଲେ, ଏବେ ବିଧାୟକ ହୋଇଥିଲେ ମଧ୍ୟ ଆଇଆଇସିଙ୍କ ଚାମ୍ବରକୁ ନ ଯାଇ ସାଧାରଣ ଜନତାଙ୍କ ପରି ତାଙ୍କ ବନ୍ଧୁକ ନେବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ଆଇଆଇସି ଗୋକୁଳ ରଞ୍ଜନ ଦାସ ପୁରୀ ରଥଯାତ୍ରାରେ ଡ୍ୟୁଟିରେ ଯାଇଥିବାରୁ ସେ ଅନୁପସ୍ଥିତ ଥିଲେ। ଏଣୁ ଅଭିଯୋଗ ପାଇଁ ଥାନାରେ କାଗଜ, କଲମ ନ ଥିବା ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହଁି। ଏସ୍‌ପି ରାହୁଲ ପି.ଆର୍‌ ଏସମ୍ପର୍କରେ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri