ମଦ ଭାଟିରେ ତାଲା ପକାଇଲେ ବିଧାୟକ

କୋରାପୁଟ/ନାରାୟଣପାଟଣା,୨୬ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ ନେଇ ସୋମବାର ଆନ୍ଦୋଳନ କରାଯାଇଛି। ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତାଙ୍କ ନେତୃତ୍ୱରେ ବନ୍ଧୁଗାଁ, ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକ୍‌ରେ ଆନ୍ଦୋଳନ ହୋଇଛି।

ସୋମବାର ବିଧାୟକ ସାଉଁନ୍ତା ୩ ବ୍ଲକର ବହୁ ବିହାରି ମଦ ଭାଟି ଓ ଦୋକନକୁ ଯାଇଥିଲେ। ସେଠାରେ ମଦ ପ୍ରସ୍ତୁତି ପାଇଁ ଥିବା ମହୁଲ ଓ ପୋଚକୁ ଦେଖି ଅସନ୍ତୋଷ ପ୍ରକାଶ କରି ଭାଟି ଓ ଦୋକନରେ ତାଲା ପକାଇ ଦେଇଥିଲେ। ମଦ ଯୋଗୁ ଲୋକଙ୍କ ଆର୍ଥିକ ସଙ୍କଟ, ଗଣ୍ଡଗୋଳ ଆଦି ବିଭିନ୍ନ ସମସ୍ୟା ଦେଖା ଦେଉଛି।

ଅସ୍ବାସ୍ଥ୍ୟକର ପରିବେଶ ଓ ବେଆଇନ ଭାବେ ପ୍ରସ୍ତୁତ ମଦ ପିଇ କେତେକ ଲୋକେ ପ୍ରାଣହାନୀ ହେଉଥିବା ଅଭିଯୋଗ ହୋଇଛି। ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିବା ବିଧାୟକ କହିଛନ୍ତି। ଅଞ୍ଚଳରେ ଥିବା ବିହାରି ଭାଟିରେ ବେଆଇନ ଭାବେ ପ୍ରସ୍ତୁତ ମଦକୁ ଗଁାଗୁଡ଼ିକରେ ବିକ୍ରି କରି ବ୍ୟବସାୟୀ ଲାଭ ପାଉଛନ୍ତି। ଏହି ମଦକୁ ପିଇବାକୁ ଲୋକେ ଜମି ବନ୍ଧା ପକାଇବାକୁ ପଛାଉ ନ ଥିବା ଅଭିଯୋଗ କରି ବିଧାୟକ ପୂର୍ବରୁ ୩ଥର ରାଜ୍ୟ ଅବକାରୀ ବିଭାଗକୁ ଚିଠି କରିଥିଲେ। କିନ୍ତୁ ଏଯାଏ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଏହି ପଦକ୍ଷେପ ଆରମ୍ଭ କରିଥିବା ସେ କହିଛନ୍ତି।

ବିଧାୟକଙ୍କ ସମର୍ଥନ କରି ସ୍ଥାନୀୟ ଗ୍ରାମବାସୀ ଏହି ମଦ ବିରୋଧ ଅଭିଯାନରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଜିଲା ଅବକାରୀ ବିଭାଗର ନିରୀକ୍ଷକ ସୁଧିର ସାହୁଙ୍କ ପଚାରିବାରୁ ବନ୍ଧୁଗଁା, ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକ୍‌ ବହୁ ବିହାରି ମଦ ଦୋକାନ ଓ ଭାଟିରେ ତାଲା ପଡିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri