ଏମ୍‌କେସିଜିରେ ନାହିଁ ବର୍ନ କେୟାର ୟୁନିଟ୍‌

ବ୍ରହ୍ମପୁର,୨୦ା୧(ନରସିଂହ ସାହୁ): ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଦୀର୍ଘବର୍ଷର ଦାବି ବର୍ନ କେୟାର ୟୁନିଟ ଖୋଲାଯାଉ ନ ଥିବା ପ୍ରତିବାଦରେ ଭାଜପା ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ ବ୍ରହ୍ମପୁର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ଗୁରୁବାର ଟେଲିଫୋନ ଭବନ ରୋଡସ୍ଥ ଏକ ବ୍ୟବସାୟ ପ୍ରତିଷ୍ଠାନ ଛାତ ଉପରେ କାମ କରୁଥିବା ଜଣେ ଯୁବ ଶ୍ରମିକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲ ନିଆଯିବା ପରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ବଡ଼ ଡ଼ାକ୍ତରଖାନାରେ ବର୍ନ କେୟାର ୟୁନିଟ ନ ଥିବାରୁ ଉପଯୁକ୍ତ ଚିକିତ୍ସା ହୋଇପାରି ନ ଥିବା ଅଭିଯୋଗ କରି ଭାଜପା ଆନ୍ଦୋଳନକୁ ଓହ୍ଲାଇଥିଲା। ପାର୍ଟିର ଜିଲା ଉପସଭାପତି ରାମ କୁମାର ପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଏହାର ନେତୃତ୍ୱ ନେଇଥିବା ବେଳେ ଶତାଧିକ କର୍ମୀ ସାମିଲ ହୋଇଥିଲେ।
ବିକ୍ଷୋଭ ସ୍ଥଳରେ କାହ୍ନୁ ପତି କହିଛନ୍ତି, ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ ଏମ୍‌କେସିଜିରେ ବର୍ନ କେୟାର ୟୁନିଟ ନଥିବାରୁ ପୋଡ଼ି ହୋଇ ଆସୁଥିବା ଲୋକମାନଙ୍କୁ ଚିକିତ୍ସା ସୁବିଧା ମିଳୁନି। ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା କିମ୍ବା ଅନ୍ୟତ୍ର ପଠାଯାଉଛି। ୨ବର୍ଷ ତଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମେଣ୍ଢରାଜପୁର ଗ୍ରାମ ନିକଟରେ ଏକ ଯାତ୍ରୀବାହି ବସ ଉପରେ ୧୧ କେଭି ବିଦ୍ୟୁତ ତାର ପଡ଼ିଯାଇଥିଲା। ଏକ ସାମାଜିକ କାର୍ଯ୍ୟକ୍ରମକୁ ବସରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କ ଘଟଣାସ୍ଥଳରେ ଅକାଳରେ ଜୀବନ ଯାଇଥିଲା। ଆଉ କେତେକ ଗୁରୁତର ଆହତ ହୋଇଥିଲେ। ବ୍ରହ୍ମପୁରରେ ଚିକିତ୍ସା ପାଇଁ ସୁବିଧା ନ ଥିବାରୁ କଟକ ଓ ବିଶାଖାପାଟଣାମ୍‌ ପଠାଯାଇଥିଲା। ତେଣୁ ତୁରନ୍ତ ବର୍ନ ବିଭାଗ ଖୋଲିବାକୁ ଭାଜପା ମେଡିକାଲ ପରିସରରେ ଆନ୍ଦୋଳନ କରିଥିଲା। ସେ ସମୟରେ ଦାବି ପୂରଣ ପାଇଁ କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଥିଲେ। ଏବେ ବି ଏହା ଖୋଲାଯାଇ ନ ଥିବା ରାମ ପାତ୍ର ଓ କାହ୍ନୁ ପତି କହିଛନ୍ତି। ସୂଚନାଯୋଗ୍ୟ, ଆରଡିସି ବଡ଼ ମେଡିକାଲ ସ୍ବାସ୍ଥ୍ୟ ସମିତିର ମୁଖ୍ୟ ଅଛନ୍ତି। ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଆସନ୍ତା ଫେବୃୟାରୀ ୮ ତାରିଖ ସୁଦ୍ଧା ବର୍ନ ୟୁନିଟ ଖୋଲିବାକୁ ଦାବି କରାଯାଇଛି। ନଚେତ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। କୌଣସି ଅଘଟଣ ଘଟିଲେ ସରକାର ଦାୟୀ ହେବେ ବୋଲି ସ୍ପଷ୍ଟ କରାଯାଇଛି। ଆନ୍ଦୋଳନ ବେଳେ ଜିଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ, ସୁନିଲ ସାହୁ ଓ ପୁରୁଖା ନେତା ଗୋପିନାଥ ପଣ୍ଡା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା ହେଲାଣି କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ତିନୋଟି ଦେଶ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri