ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ ଅଞ୍ଚଳର ବିକାଶ ସାଙ୍ଗକୁ ଅନେକ ବେରୋଜଗାରୀଙ୍କୁ ମିଳୁଛି ରୋଜଗାର। ସ୍ବାବଲମ୍ବୀ ହେଇପାରୁଛନ୍ତି ସ୍ଥାନୀୟ ଯୁବତୀଯୁବକ ଓ ଅନ୍ୟମାନେ କାହାରି ଉପରେ ନିର୍ଭରଶୀଳ ନ ହୋଇ ନିଜେ ରୋଜଗାରର ବାଟ ବାହାର କରୁଛନ୍ତି। କିଏ ସ୍ବଳ୍ପ ଧନରେ ବ୍ୟବସାୟୀ ଆରମ୍ଭ କରୁଛି ତ ଆଉ କିଏ ଜିରୋରୁ ହିରୋ ହେବା ପର୍ଯ୍ୟନ୍ତ ପରିଶ୍ରମ କରୁଛି। କିନ୍ତୁ ଯିଏ ଯାହା ବି ବ୍ୟବସାୟ କରୁଛନ୍ତି ବିଶେଷ କରି ପର୍ଯ୍ୟଟନକ୍ଷେତ୍ର ସମ୍ମୁଖରେ ସେମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେଉଛି ଓ ସ୍ବାବଲମ୍ବୀ ହେବାର ଆତ୍ମବିଶାସ ବୃଦ୍ଧି ପାଉଛି। ତେବେ ଏବେ ଦେଖାଯାଇଛି ପର୍ଯ୍ୟଟନକ୍ଷେତ୍ର ସମ୍ମୁଖରେ ବ୍ୟବସାୟୀ କରିବାକୁ ଯୁବପିଢ଼ି ବିଶେଷ କରି ଉଚ୍ଚ ଶିକ୍ଷିତ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଯୁବପିଢ଼ି ସରକାର କିମ୍ବା ଅନ୍ୟ କାହାରି ଉପରେ ନିର୍ଭର ନ କରି ନିଜେ ବ୍ୟବସାୟୀ କରି ପରିବାର ଚଳାଉଥିବା ନଜରକୁ ଆସୁଛି।

ଏଭଳି ଜଣେ ଯୁବ ବ୍ୟବସାୟୀ ହେଉଛନ୍ତି ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଶିକକେତା ଗ୍ରାମର ମିଟୁ ପ୍ରଧାନ। ଜଣେ ଉଚ୍ଚ ଶିକ୍ଷିତ ତଥା ସ୍ନାତକ କରିଥିବା ଯୁବକ ଦାରିଙ୍ଗବାଡ଼ିର ପର୍ଯ୍ୟଟନକ୍ଷେତ୍ର ଡ଼ୁଲୁରୀ ପାଇନ ବଣ ସମ୍ମୁଖରେ ନିଜ ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି। ସେ ତାଙ୍କ ଗ୍ରାମରୁ ଦୈନିକ ୩୦ କିମି ଦୂର ଦାରିଙ୍ଗବାଡ଼ିକୁ ଆସି ଏହି ବ୍ୟବସାୟ ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ କରୁଛନ୍ତି। ସେ ଜଣେ ମେଳାପୀ ଓ ଦାରିଙ୍ଗବାଡ଼ି ଅନ୍ତରଙ୍ଗ ଯୁବ ମହାସଂଘରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରି ଅଞ୍ଚଳରେ ଅନେକ ଲୋକଙ୍କୁ ସାହାଯ୍ୟ କରିଆସୁଥିବା ବେଳେ ତାଙ୍କର ଏହି ଛୋଟ ବ୍ୟବସାୟରୁ ଭବିଷ୍ୟତ ଗଢ଼ୁଥିବାରୁ ଶିକ୍ଷିତ ଯୁବକଙ୍କ ଏହି କାର୍ଯ୍ୟକୁ ନେଇ ସାରା ଦାରିଙ୍ଗବାଡ଼ି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମିଟୁଙ୍କୁ ଉତ୍ସାହିତ କରିବା ପାଇଁ ଚାରିଆଡୁ ତାଙ୍କୁ ଶୁଭେଛାର ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ମିଳୁଛି ‘ଜାଗୃତି’ ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଅନ୍ତରଙ୍ଗ ଯୁବ ମହାସଂଘର କର୍ମକର୍ତ୍ତା ଧନେଶ୍ୱର ସାହୁ, ଦିଲୀପ ସାହୁ ପ୍ରମୁଖ ସମସ୍ତେ ତାଙ୍କୁ ସାଧୁବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ଗ୍ୟାସ ଅଭାବ ଯୋଗୁ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି, ଅଙ୍ଗନାଓ୍ବାଡି କେନ୍ଦ୍ରରେ ବନ୍ଦ ହୋଇଯିବ ରୋଷେଇ!

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ମିଳୁନି ଜାଳେଣି ଗ୍ୟାସ, ଗ୍ୟାସ ଅଭାବରୁ ଅଧିକାଂଶ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟର ଓ ଚା’ ଦୋକାନ ବନ୍ଦ ହୋଇ ସାରିଥିବାବେଳେ ଏବେ ଘରମାନଙ୍କରେ ମଧ୍ୟ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶାଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri